ଓଡିଶା

odisha

ETV Bharat / city

12 ଜିଲ୍ଲାରେ ଆରମ୍ଭ ହେବ ସେରୋ ସର୍ଭେ, ଶିଶୁଙ୍କ ମପାଯିବ ଆଣ୍ଟିବଡି - Shirosurveys update

12 ଟି ଜିଲ୍ଲାରେ ଆରମ୍ଭ ହେବ ସେରୋ ସର୍ଭେ । ସୂଚନା ଦେଲା ସ୍ବାସ୍ଥ୍ୟ ବିଭାଗ । ଅଧିକ ପଢନ୍ତୁ...

12 ଜିଲ୍ଲାରେ ଆରମ୍ଭ ହେବ ଶିରୋସର୍ଭେ, ଶିଶୁଙ୍କର ମପାଯିବ ଆଣ୍ଟିବଡି
12 ଜିଲ୍ଲାରେ ଆରମ୍ଭ ହେବ ଶିରୋସର୍ଭେ, ଶିଶୁଙ୍କର ମପାଯିବ ଆଣ୍ଟିବଡି

By

Published : Aug 16, 2021, 11:06 PM IST

ଭୁବନେଶ୍ବର: ରାଜ୍ୟର 12ଟି ଜିଲ୍ଲାରେ ଆରମ୍ଭ ହେବ ସେରୋ ସର୍ଭେ । ଶିଶୁଙ୍କର ମପାଯିବ ଆଣ୍ଟିବଡି । ପୂର୍ବରୁ 3ଟି ଜିଲ୍ଲାରେ ସେରୋସର୍ଭେ କରାଯାଇଥିଲା । ଏନେଇ ସ୍ବାସ୍ଥ୍ୟ ବିଭାଗ ବିଜ୍ଞପ୍ତି ଜାରି କରିଛି।

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଏହି 12ଟି ଜିଲ୍ଲା ହେଉଛି ସମ୍ବଲପୁର, ସୁନ୍ଦରଗଡ, ଝରସୁଗୁଡା, କେନ୍ଦୁଝର, ଖୋର୍ଦ୍ଧା, ପୁରୀ, ବାଲେଶ୍ଵର, ମୟୂରଭଞ୍ଜ, ଯାଜପୁର, କନ୍ଧମାଳ, କଳାହାଣ୍ଡି ଏବଂ ନବରଙ୍ଗପୁର । ପୂର୍ବରୁ 3 ଟି ଜିଲ୍ଲା କୋରାପୁଟ ରାୟଗଡା ଏବଂ ଗଞ୍ଜାମରେ ସେରୋ ସର୍ଭେ ସରିଛି ।

12 ଜିଲ୍ଲାରେ ଆରମ୍ଭ ହେବ ସେରୋ ସର୍ଭେ, ଶିଶୁଙ୍କ ମପାଯିବ ଆଣ୍ଟିବଡି

ଏହି ସେରୋ ସର୍ଭେ ଶିଶୁଙ୍କ ଠାରୁ ଆରମ୍ଭ କରି ବୟସ୍କ ଲୋକଙ୍କ ମଧ୍ୟରେ କରାଯିବ। ଏଥିପାଇଁ ସମୁଦାୟ ଖର୍ଚ୍ଚ ହେବ 57,70,500 ଟଙ୍କା। 6 ବର୍ଷରୁ 9 ବର୍ଷ ବୟସ୍କଙ୍କ ଠାରୁ 40 ନମୂନା ସଂଗ୍ରହ କରାଯିବ। ଯାହା 12ଟି ଜିଲ୍ଲାରୁ 480ଟି ନମୂନା ସଂଗ୍ରହ କରାଯିବ। ସେହିପରି ଭାବରେ 10ରୁ 17 ବର୍ଷ ବୟସର ପିଲାଙ୍କ ଠାରୁ 80 ସାମ୍ପୂଲ ସଂଗ୍ରହ କରାଯିବ। 12 ଟି ଜିଲ୍ଲା ରୁ ଏହା 960 ଟି ସାମ୍ପୁଲ ସଂଗ୍ରହ କରାଯିବ। 18 ବର୍ଷରୁ ଉର୍ଦ୍ଧ ପିଲାଙ୍କ ଠାରୁ 280 ନମୂନା ସଂଗ୍ରହ କରାଯାଉଥିବା ବେଳେ 12ଟି ଜିଲ୍ଲାରୁ 3360ଟି ସାମ୍ପୂଲ ସଂଗ୍ରହ କରାଯିବ।

କମ୍ୟୁନିଟିରୁ 400 ଟି ନମୂନା ସଂଗ୍ରହ କରାଯାଉଥିବା ବେଳେ 12 ଟି ଜିଲ୍ଲାରୁ ଏହା 4800ଟି ନମୂନା ସଂଗ୍ରହ କରାଯିବ। ଏବଂ ସ୍ବାସ୍ଥ୍ୟକର୍ମୀ ଠାରୁ 100 ଟି ସାମ୍ପୂଲ ସଂଗ୍ରହ କରାଯାଉଥିବା ବେଳେ 12 ଟି ଜିଲ୍ଲାରୁ 1200ଟି ସାମ୍ପୁଲ ସଂଗ୍ରହ କରାଯିବ। ତେବେ 12 ଟି ଜିଲ୍ଲାରୁ ସବୁ ବର୍ଗର ବ୍ୟକ୍ତିଙ୍କ ଠାରୁ 6000 ସାମ୍ପୁଲ ସଂଗ୍ରହ କରାଯିବ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details