ଓଡିଶା

odisha

ETV Bharat / city

ରାଜଧାନୀରେ ଆରମ୍ଭ ହେଲା ସେରୋ ସର୍ଭେ, ଘରକୁ ଘର ବୁଲି ନମୁନା ସଂଗ୍ରହ କରିବେ ସ୍ବାସ୍ଥ୍ୟ କର୍ମୀ

ରାଜଧାନୀରେ ଶିଶୁଙ୍କ ଠାରୁ ଆରମ୍ଭ ହୋଇଛି ସେରୋସର୍ଭେ । ଛଅବର୍ଷରୁ ଊର୍ଦ୍ଧ୍ବ ଶିଶୁଙ୍କ ସମେତ ବୟସ୍କ ଶ୍ରେଣୀ ବ୍ୟକ୍ତିଙ୍କଠୁ ସଂଗ୍ରହ ହେବ ରକ୍ତ ନମୁନା । ଅଧିକ ପଢ଼ନ୍ତୁ...

ରାଜଧାନୀରେ ଆରମ୍ଭ ହେଲା ସେରୋ ସର୍ଭେ, ଘରକୁ ଘର ବୁଲି ନମୁନା ସଂଗ୍ରହ କରିବେ ସ୍ବାସ୍ଥ୍ୟ କର୍ମୀ
ରାଜଧାନୀରେ ଆରମ୍ଭ ହେଲା ସେରୋ ସର୍ଭେ, ଘରକୁ ଘର ବୁଲି ନମୁନା ସଂଗ୍ରହ କରିବେ ସ୍ବାସ୍ଥ୍ୟ କର୍ମୀ

By

Published : Aug 31, 2021, 5:28 PM IST

ଭୁବନେଶ୍ବର: ରାଜ୍ୟରେ ପୁଣି ଆରମ୍ଭ ହେଲା ସେରୋ ସର୍ଭେ । ଏହାକୁ ନେଇ ଆଜି (ମଙ୍ଗଳବାର) ରାଜଧାନୀରେ ଆରମ୍ଭ ହୋଇଛି ସେରୋ ସର୍ଭେ । ଦୁଇ ଦିନ ଧରି ଭୁବନେଶ୍ଵରରେ ହେବ ଏହି ସେରୋ ସର୍ଭେ । ତେବେ ICMRର ଅନୁରୋଧ କ୍ରମେ ଵିଏମସି ପକ୍ଷରୁ ୫ଟି ୱାର୍ଡରେ ଏହି ସର୍ଭେ କାର୍ଯ୍ୟ କରାଯିବ । BMCର ୩ଟି ଜୋନର ଯଥାକ୍ରମେ ୱାର୍ଡ ନମ୍ବର ୮, ୧୫, ୩୨, ୪୧ ଓ ୬୩ ଅଞ୍ଚଳରେ ସର୍ଭେ ହେବ ।

ରାଜଧାନୀରେ ଆରମ୍ଭ ହେଲା ସେରୋ ସର୍ଭେ, ଘରକୁ ଘର ବୁଲି ନମୁନା ସଂଗ୍ରହ କରିବେ ସ୍ବାସ୍ଥ୍ୟ କର୍ମୀ

ସେପଟେ ପ୍ରଥମ ଦିନରେ ୩୨ ଓ ୪୧ ନମ୍ବର ୱାର୍ଡରେ ସର୍ଭେ କରାଯାଇଥିବାବେଳେ ଏଥିପାଇଁ ବିଏମସି ପକ୍ଷରୁ ୫ଟି ଟିମ୍ ଗଠନ କରାଯାଇଛି । ସୂଚନାନୁସାରେ ପ୍ରତି ଟିମରେ ଜଣେ ଅଧିକାରୀ ଉପସ୍ଥିତ ରହି ଏହାର ପରିଚାଳନା କରିବେ ।

ଏହି ସର୍ଭେରେ ଶିଶୁଙ୍କ ସମେତ ବିଭିନ୍ନ ବୟସ ବର୍ଗଙ୍କୁ ନେଇ ପ୍ରତି ୱାର୍ଡରେ ୨୦୦ଜଣଙ୍କ ନମୁନା ସଂଗ୍ରହ କରାଯିବ ନେଇ ସୂଚନା ମିଳିଛି । ତେବେ ରାଜ୍ୟର ୧୨ଟି ଜିଲ୍ଲାରେ ଏହି ସର୍ଭେ କରାଯିବ । ଏ ନେଇ ICMR ପକ୍ଷରୁ ସୂଚନା ମିଳିଛି ।


ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details