ଭୁବନେଶ୍ବର: ରାଜ୍ୟରେ ଆଜି(ବୁଧବାର) ଠାରୁ ଆରମ୍ଭ ହେବ ଚତୁର୍ଥ ପର୍ଯ୍ୟାୟ ସେରୋ ସର୍ଭେ । 3ଟି ଜିଲ୍ଲାରେ ଏହି ସର୍ଭେ ଆରମ୍ଭ ହେବ । ଗଞ୍ଜାମ, ରାୟଗଡ଼ା ଓ କୋରାପୁଟରେ ହେବ ସେରୋ ସର୍ଭେ । ଆଜି ଠାରୁ 19 ତାରିଖ ମଧ୍ୟରେ ସର୍ଭେ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମ୍ପୃକ୍ତ ଜିଲ୍ଲାଗୁଡିକର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛି ସ୍ବାସ୍ଥ୍ୟ ବିଭାଗ ।
ଆଜିଠୁ 3 ଜିଲ୍ଲାରେ ହେବ ସେରୋ ସର୍ଭେ - 3 ଜିଲ୍ଲାରେ ସେରୋ ସର୍ଭେ
ଆଜି(ବୁଧବାର)ଠାରୁ 4 ଦିନ ପର୍ଯ୍ୟନ୍ତ ଆରମ୍ଭ ହେବ ସେରୋ ସର୍ଭେ । ରାଜ୍ୟର 3ଟି ଜିଲ୍ଲାରେ ଚତୁର୍ଥ ପର୍ଯ୍ୟାୟ ସେରୋ ସର୍ଭେ କରାଯିବ । ଅଧିକ ପଢନ୍ତୁ...
ଗଞ୍ଜାମ ଜିଲ୍ଲାର ନୂଆଗାଁ, ବାରିକୋଟ, ଖଣ୍ଡୁରୁ, ତାଳପଡା, ଜଳେଶ୍ୱରଖଣ୍ଡି, ଗୋଠଗାମ, ଦକ୍ଷିଣପୁର, ଲାଲସିଙ୍ଗ ୱାର୍ଡ ନମ୍ବର 1, ବ୍ରହ୍ମପୁରର ୱାର୍ଡ ନମ୍ବର 1 ଏବଂ 37 । ଅନ୍ୟପଟେ ରାୟଗଡା ଜିଲ୍ଲାର ଟିକରପଡା, ଘୁମିଗୁଡା, ମୁମ୍ବାର ଧମୁନି କଲୋନୀ, କବାଟସିଲ, ପୁନୁଣ୍ଡି, ଜୋରିଡି, ରଣଗୁଡା, ପାରିଡି, ଜଟିଲି ସହ ୱାର୍ଡ ନମ୍ବର 10 । ସେହିପରି ଭାବରେ କୋରାପୁଟ ଜିଲ୍ଲାରେ ସୋସାହାଣ୍ଡି, ହରିଡାପୁଟ, ଉପରକୁଟୀଙ୍ଗା, କାକିରଗୁମା, ଏକୋମ୍ବା, ହାଟକୁଢ଼, ସଂସାଗର, କକିରିଗୁଡା, କୋଟପଡା ୱାର୍ଡ ନମ୍ବର 1 ଓ ଜୟପୁରର ୱାର୍ଡ ନମ୍ବର 21 ଆଦି ଅଞ୍ଚଳରେ ଏହି ସେରୋ ସର୍ଭେ କରାଯିବ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ