ଭୁବନେଶ୍ବର:ରାଜଧାନୀର ୫ଟି ଜୋନରେ ହେବାକୁ ଯାଉଛି ସେରୋ ସର୍ଭେ । ଆସନ୍ତାକାଲି ଅର୍ଥାତ ଅଗଷ୍ଟ ୩୧ ଓ ସେପ୍ଟେମ୍ବର ୧ ତାରିଖ ଦୁଇ ଦିନ ଧରି ଭୁବନେଶ୍ବରରେ ସେରୋ ସର୍ଭେ ହେବ । ତେବେ ICMRର ଅନୁରୋଧ କ୍ରମେ ବିଏମସି ୫ଟି ୱାର୍ଡରେ ସେରୋ ସର୍ଭେ କରିବାକୁ ଯାଉଛି ।
ବିଏମସିର ୩ଟି ଜୋନର ଯଥାକ୍ରମେ ୱାର୍ଡ ନମ୍ବର ୮, ୧୫, ୩୨, ୪୧ ଓ ୬୩ ଅଞ୍ଚଳରେ ସର୍ଭେ ହେବ। ଏଥିପାଇଁ ବିଏମସି ପକ୍ଷରୁ ୫ଟି ଟିମ୍ ଗଠନ କରାଯାଇଛି । ପ୍ରତି ଟିମରେ ଜଣେ ଜଣେ ଅଧିକାରୀ ରହି ଏହାର ପରିଚାଳନା କରିବେ । ଶିଶୁଙ୍କ ସମେତ ବିଭିନ୍ନ ବୟସ ବର୍ଗର ପ୍ରତି ୱାର୍ଡରେ ଅନ୍ୟୁନ ୨୦୦ ଜଣଙ୍କ ନମୁନା ସଂଗ୍ରହ କରାଯିବ। ଏନେଇ ବିଏମସି ପକ୍ଷରୁ ନିର୍ଦେଶନାମା ବା ମାର୍ଗଦର୍ଶିକା ଜାରି ହୋଇଛି ।