ଓଡିଶା

odisha

ETV Bharat / city

ଭୁବନେଶ୍ୱରରେ ହୋଇନି ଗୋଷ୍ଠୀ ସଂକ୍ରମଣ: ମାତ୍ର ୧.୪୨ ପ୍ରତିଶତ ରହିଛି ପ୍ରଭାବ - ସେରୋ ସର୍ଭେ ରିପୋର୍ଟ

ଭୁବନେଶ୍ୱରରେ ସାର୍ସ କୋଭିଡ ଭୂତାଣୁ ସଂକ୍ରମଣ ପ୍ରଭାବ ୧.୪୨ ପ୍ରତିଶତ । ଭୁବନେଶ୍ୱରରେ କୋରୋନା ସଂକ୍ରମଣ ଦ୍ରୁତ ବେଗରେ ବଢ଼ୁଥିବାରୁ ବିଏମସି ପକ୍ଷରୁ ସେରୋ ସର୍ଭେଲାନ୍ସ କରାଯାଇଥିଲା। ବିଭିନ୍ନ ବସ୍ତି, ସମ୍ବେଦନଶୀଳ ଅଞ୍ଚଳ ଓ ଅନ୍ୟାନ୍ୟ ସ୍ଥାନରେ ସେରୋ ଟେଷ୍ଟ କରାଯାଇଥିଲା।

ଡିଜାଇନ ଫଟୋ
ଡିଜାଇନ ଫଟୋ

By

Published : Jul 23, 2020, 4:06 PM IST

Updated : Jul 23, 2020, 5:26 PM IST

ଭୁବନେଶ୍ବର: ଆସିଲା ସେରୋ ସର୍ଭେ ରିପୋର୍ଟ। ଭୁବନେଶ୍ୱରରେ ସାର୍ସ କୋଭିଡ ଭୂତାଣୁ ସଂକ୍ରମଣ ପ୍ରଭାବ ୧.୪୨ ପ୍ରତିଶତ । ଭୁବନେଶ୍ୱରରେ କୋରୋନା ସଂକ୍ରମଣ ଦ୍ରୁତ ବେଗରେ ବଢ଼ୁଥିବାରୁ ବିଏମସି ପକ୍ଷରୁ ସେରୋ ସର୍ଭେଲାନ୍ସ କରାଯାଇଥିଲା। ବିଭିନ୍ନ ବସ୍ତି, ସମ୍ବେଦନଶୀଳ ଅଞ୍ଚଳ ଓ ଅନ୍ୟାନ୍ୟ ସ୍ଥାନରେ ସେରୋ ଟେଷ୍ଟ କରାଯାଇଥିଲା। ବୁଧବାର ବିଏମସି ପକ୍ଷରୁ ଭୁବନେଶ୍ୱରରେ ହୋଇଥିବା ସେରୋ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି ।

ଭୁବନେଶ୍ୱରରେ ହୋଇ ନାହିଁ ଗୋଷ୍ଠି ସଂକ୍ରମଣ

ବିଏମସି ସୂଚନା ଅନୁସାରେ ଭୁବନେଶ୍ୱରରେ ସେରୋ ସର୍ଭେର ପ୍ରଥମ ରାଉଣ୍ଡରେ ୯୫୧ ଟି ରକ୍ତ ନମୁନା ସଂଗ୍ରହ କରାଯାଇଥିଲା। ବିଏମସିର ହସ୍ତଗତ ସେରୋ ରିପୋର୍ଟ ଅନୁଯାୟୀ ଭୁବନେଶ୍ୱରରେ ଗୋଷ୍ଠୀ ସଂକ୍ରମଣର ପ୍ରଭାବ ୧.୪୨ ପ୍ରତିଶତ। ଯାହା ସୂଚେଇ ଦେଉଛି କି ଭୁବନେଶ୍ୱରରେ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ। ତେବେ ଭୂତାଣୁ ସଂକ୍ରମଣର ସମ୍ଭାବନା ଥିବାରୁ ସାମାଜିକ ଦୂରତ୍ୱ, ମାସ୍କ ପିନ୍ଧିବା ଓ ହାତ ଧୋଇବା ପ୍ରତି ପ୍ରତ୍ୟେକ ସଚେତନ ହେବା ଅନିବର୍ଯ୍ୟ।


ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : Jul 23, 2020, 5:26 PM IST

ABOUT THE AUTHOR

...view details