ଓଡିଶା

odisha

ETV Bharat / city

କଟକ ଚହଟାରେ ସିରିଜ ଲୁଟ, ଲୁଟି ନେଲେ ଲକ୍ଷାଧିକ ଟଙ୍କାର ଅଳଙ୍କାର - କଟକରେ ସିରିଜ ଲୁଟ

କଟକ ଚହଟା ନଗର ଲେନ 3ରେ ସିରିଜ ଲୁଟ । ଚହଟା ଲେନରେ ଥିବା ତିନୋଟି ଘରର ଝରକା ତାଡି ଦୁବୃର୍ତ୍ତ ଲୁଟିଛନ୍ତି ଲକ୍ଷ ଲକ୍ଷ ଟଙ୍କାର ସୁନା ଅଳଙ୍କାର । ଅଧିକ ପଢନ୍ତୁ

କଟକ ଚହଟାରେ ସିରିଜ ଲୁଟ, ଲୁଟି ନେଲେ ଲକ୍ଷାଧିକ ଟଙ୍କାର ଅଳଙ୍କାର
କଟକ ଚହଟାରେ ସିରିଜ ଲୁଟ, ଲୁଟି ନେଲେ ଲକ୍ଷାଧିକ ଟଙ୍କାର ଅଳଙ୍କାର

By

Published : Mar 9, 2022, 8:39 PM IST

କଟକ: କଟକ ଚହଟା ନଗର ଲେନ 3ରେ ସିରିଜ ଲୁଟ । ଚହଟା ଲେନରେ ଥିବା ତିନୋଟି ଘରର ଝରକା ତାଡି ଦୁବୃର୍ତ୍ତ ଲୁଟିଛନ୍ତି ଲକ୍ଷ ଲକ୍ଷ ଟଙ୍କାର ସୁନା ଅଳଙ୍କାର । ଘରର ସାମ୍ନା ପଟରେ ଥିବା ଝରକା ତାଡି ଦୁବୃର୍ତ୍ତ ଘରେ ପଶି ଘର ଭିତର ପଟରୁ କବାଟ ବନ୍ଦ କରି ଗଡ୍ରେଜ ତାଡି ଲୁଟିଛନ୍ତି ଟଙ୍କା ଏବଂ ସୁନା ।

ସେହିପରି ଆଉ ଗୋଟିଏ ଘରେ ସମାନ ଭାବେ ଝରକା ତାଡି ମଧ୍ୟ ଚୋରି ହାେଇଛି 10 ଲକ୍ଷ ଟଙ୍କାର ସୁନା ଅଳଙ୍କାର ସହ ଟଙ୍କା ଏବଂ ଲ୍ୟାପଟପ । ଘର ପଛ ପଟେ ସିସିଟିଭି ଲାଗିଥିବାବେଳେ ସିସିଟିଭିକୁ ଭାଙ୍ଗି ଦୁବୃର୍ତ୍ତ ଘରେ ବୁଲାଇଛନ୍ତି କଳାକନା । ଏହିପରି ଭାବେ ଗୋଟିଏ ଦିନରେ ତିନୋଟି ଘର ଝରକା ତାଡି ଲୁଟି ନେଇ ଥାନାରେ ଅଭିଯୋଗ ହୋଇଛି ।

କଟକ ଚହଟାରେ ସିରିଜ ଲୁଟ, ଲୁଟି ନେଲେ ଲକ୍ଷାଧିକ ଟଙ୍କାର ଅଳଙ୍କାର

ଅନ୍ୟପଟେ ଲୁଟ ଘଟଣା ପରେ ବିଡାନାସୀ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଏବଂ ସାଇଣ୍ଟିଫିକ୍‌ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଖୁବ ଶୀଘ୍ର ଦୁବୃର୍ତ୍ତଙ୍କୁ ଧରାଯିବ ବୋଲି କହିଛନ୍ତି କଟକ ଡିସିପି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details