ଓଡିଶା

odisha

Medicine Store Loot: ଖଣ୍ଡଗିରି ଏମ୍ସ ରୋଡରେ ସିରିଜ ଚୋରି, ସଟର ତାଡି ବୁଲାଇଲେ କଳାକନା

By

Published : Dec 18, 2021, 4:14 PM IST

ମେଡିସିନ୍ ଦୋକାନ ବି ଛାଡିଲେନି ଲୁଟେରା । ଭୁବନେଶ୍ବରର ୪ଟି ମେଡିସିନ ଦୋକାନରେ କଳାକନା ବୁଲାଇଲେ ଲୁଟେରା ଗ୍ୟାଙ୍ଗ । ନଗଦ କ୍ୟାସ ସାଙ୍ଗକୁ ମେଡିକାଲ ସାମଗ୍ରୀ ମଧ୍ୟ ଲୁଟିନେଲେ ଚୋରିଅଲେ । ଅଧିକ ପଢନ୍ତୁ

Medicine Store ତାଡି ନଗଦ ଟଙ୍କା ସାଙ୍ଗକୁ ମେଡିକାଲ ସାମଗ୍ରୀ ଲୁଟିନେଲେ ଲୁଟେରା
Medicine Store ତାଡି ନଗଦ ଟଙ୍କା ସାଙ୍ଗକୁ ମେଡିକାଲ ସାମଗ୍ରୀ ଲୁଟିନେଲେ ଲୁଟେରା

ଭୁବନେଶ୍ବର: ମେଡିସିନ୍ ଦୋକାନ ବି ଛାଡିଲେନି ଲୁଟେରା । ଭୁବନେଶ୍ବରର ୪ଟି ମେଡିସିନ ଦୋକାନରେ କଳାକନା ବୁଲାଇଲେ ଲୁଟେରା ଗ୍ୟାଙ୍ଗ । ନଗଦ କ୍ୟାସ ସାଙ୍ଗକୁ ମେଡିକାଲ ସାମଗ୍ରୀ ମଧ୍ୟ ଲୁଟିନେଲେ ।

Medicine Store ତାଡି ନଗଦ ଟଙ୍କା ସାଙ୍ଗକୁ ମେଡିକାଲ ସାମଗ୍ରୀ ଲୁଟିନେଲେ ଲୁଟେରା

ଖଣ୍ଡଗିରି ଏମ୍ସ ରୋଡରେ ସିରିଜ ଚୋରି । ଏକକାଳୀନ ୪ଟି ମେଡିସିନ ଦୋକାନରୁ କଳାକନା‌ ବୁଲାଇ ଦେଇଛନ୍ତି ଲୁଟେରା । ଦୋକାନର ସଟର ତାଡି କ୍ୟାସ ସହ ବେବି ଫୁଡ, ପ୍ରେଗା କିଟ, ସାନିଟାଇଜର ଓ ଡେଟଲ ଚୋରି କରିନେଇଥିବା ଅଭିଯୋଗ ।ଚାରୋଟି ଦୋକାନରୁ ଏହିଭଳି ଢଙ୍ଗରେ ଚୋରି କରି ଫେରାର ହୋଇଛନ୍ତି‌ ଦୁର୍ବୃତ୍ତ ।

ତେବେ ଚୋରି ସମୟର ସିସିଟିଭି ଫୋଟେଜ ଲାଗିଛି ପୋଲିସ ହାତରେ । ପାଖାପାଖି ୩ ଲକ୍ଷ ଟଙ୍କାର କ୍ୟାସ ଓ ୫ ଲକ୍ଷ ଟଙ୍କାର ସାମଗ୍ରୀ ଚୋରି ହୋଇଥିବା ଅଭିଯୋଗ କରିଛନ୍ତି ଦୋକାନୀ । ଖବର ପାଇ ତଦନ୍ତ ଆରମ୍ଭ କରିଛି ପୋଲିସ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details