ଭୁବନେଶ୍ବର:ରାଜଧାନୀରେ ସିରିଜ ଦୁର୍ଘଟଣା । ୧୬ ସେକେଣ୍ଡରେ ୧୬ନମ୍ବର ଜାତୀୟ ରାଜପଥରେ ୪ଟି କାର ଓ ବାଇକକୁ ପଛ ପଟୁ ପିଟିଲା ଦ୍ରୁତଗାମୀ ଟ୍ରକ । ୧୨ରୁ ଅଧିକ ଆହାତ ହୋଇଥିବା ସୂଚନା । ଗତକାଲି ବିଳମ୍ବିତ ରାତିରେ ସହିଦନଗର ଥାନା ରସୁଲଗଡ ହାଇଓ୍ବେ ରେଲୱେ କ୍ରସି ଉପରେ ଘଟିଥିଲା ଏହି ଭୟଙ୍କର ଦୁର୍ଘଟଣା ।
ବରମୁଣ୍ଡା ପଟୁ କଟକ ଅଭିମୁଖେ ଯାଉଥିବା ଏକ ୧୬ ଚକିଆ ଟ୍ରକ ଦ୍ରୁତ ବେଗରେ ଆସି ପ୍ରଥମେ ଏକ କ୍ରେଟା କାରକୁ ଧକ୍କା ଦେଇ ପରେ ଏକ ବୋଲେରୋ, ଦୁଇଟି କାରକୁ ଧକ୍କା ଦେବା ପରେ ଜଣେ ବାଇକ ଆରୋହୀକୁ ଧକ୍କା ଦେଇଥିଲା । ଟ୍ରକଟିର ବେଗ ଏତେ ମାତ୍ରା ଥିଲା ଯେ ପ୍ରଥମେ ଧକ୍କା ଦେଇଥିବା କାରଟି ତିନିଥର ପଲଟି ଶେଷରେ ରାସ୍ତା କଡ ପାଣି ପାଇପରେ ପିଟି ହୋଇଥିଲା । ଫଳରେ କାରରେ ଥିବା ପିପିଲିର ଶ୍ରୀୟମ ବେହେରା ଓ ପ୍ରିୟମ ବେହେରା ନାମକ ଦୁଇ ଯୁବକ ଓ୍ବେଡ ସୁଟ କରି ରସୁଲଗଡ ଫେରୁଥିବା ବେଳେ ଆହତ ହୋଇଥିଲେ ।