ଭୁବନେଶ୍ବର:ସେପ୍ଟେମ୍ବର ମାସ ଲାଗି କଟକଣା ଜାରୀ କରିଛନ୍ତି ରାଜ୍ୟ ସରକାର । କଟକ, ଖୋର୍ଦ୍ଧା ଓ ପୁରୀରେ ଲାଗୁ ହୋଇଥିବା ସପ୍ତାହନ୍ତ ସର୍ଟଡାଉନକୁ ଉଠାଇ ନେଇଛନ୍ତି ସରକାର । ଏହା ସହ ସମସ୍ତ ପୌରାଞ୍ଚଳରେ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ କରିଛନ୍ତି ସରକାର । ଏହା ସହ ବିବାହ, ବ୍ରତ ଓ ଅନ୍ତେଷ୍ଟି କ୍ରିୟାରେ ଲାଗି ସର୍ବାଧିକ 250 ଲୋକଙ୍କୁ ସାମିଲ କରିବା ଲାଗି ଅନୁମତି ଦେଇଛନ୍ତି ସରକାର । ଏ ନେଇ ଆଜି ଏସଆରସି ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି ।
ହଟିଲା ସପ୍ତାହନ୍ତ ସଟଡାଉନ; ଫେରିଲା ବ୍ୟାଣ୍ଡ-ବାଜା-ବାରାତ - ଆସିଲା ସେପ୍ଟେମ୍ବର ମାସର କୋଭିଡ ଗାଇଡଲାଇନ,
15:30 August 31
ଆସିଲା ସେପ୍ଟେମ୍ବର କୋଭିଡ ଗାଇଡଲାଇନ, ହଟିଲା ସପ୍ତାହନ୍ତ ସଟଡାଉନ
ରାଜ୍ୟ ସରକାର ଆଜି ଜାରି କରିଛନ୍ତି ସେପ୍ଟେମ୍ବର ଗାଇଡଲାଇନ୍ । ସେପ୍ଟେମ୍ବର 1ରୁ ଅକ୍ଟୋବର 1 ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ଏହି ଗାଇଡ଼ଲାଇନ । ରାଜ୍ୟରୁ ହଟିଲା ସପ୍ତାହାନ୍ତ ଲକଡାଉନ୍ । ଯାହା କେବଳ ଖୋର୍ଦ୍ଧା, କଟକ ଓ ପୁରୀରେ ଲାଗୁ ହୋଇଥିଲା । ସାରା ରାଜ୍ୟରେ ଲାଗୁ ରହିଥିବା ରାତ୍ରୀକାଳୀନ କର୍ଫ୍ୟୁ କଟକଣାରେ କୋହଳ କରାଯାଇଛି । ଏଣିକି ରାତି 10 ଟାରୁ ସକାଳ 5 ଟା ପର୍ଯ୍ୟନ୍ତ ସମସ୍ତ ପୌରାଞ୍ଚଳରେ ରାତ୍ରୀକାଳୀନ କର୍ଫ୍ୟୁ ଜାରୀ ରହିବ । ରାତ୍ରୀକାଳୀନ କର୍ଫ୍ୟୁ ସମୟରେ ପୂର୍ବବତ୍ତ ସମସ୍ତ କଟକଣା ଜାରି ରହିବ ବୋଲି ଘୋଷଣା କରାଯାଇଛି ।
ବିବାହ, ବ୍ରତ, ଶୁଦ୍ଧିକ୍ରିୟାରେ ଲାଗି ରହିଥିବା କଟକଣା କୋହଳ କରାଯାଇଛି । ଏଣିକି 250 ଜଣଙ୍କୁ ଅନୁମତି ଦେଇଛନ୍ତି ସରକାର । ବିବାହ ଶୋଭାଯାତ୍ରା 50 ରୁ ଅଧିକ ଲୋକେ ସାମିଲ ହୋଇପାରିବେ ନାହିଁ । ପୂର୍ଣ୍ଣ ଦର୍ଶକରେ ଚାଲିବ ସିନେମାହଲ, ମଲ, ରେଷ୍ଟୁରାଣ୍ଟ । ତେବେ ଏଠାରେ ସମସ୍ତ କୋଭିଡ଼ କଟକଣାକୁ କଡାକଡି ଭାବେ ପାଳନ କରାଯିବ । ଟିକା ସାର୍ଟିଫିକେଟ ଆବଶ୍ୟକ ନାହିଁ ବୋଲି ଘୋଷଣା କରାଯାଇଛି । ସମସ୍ତ ଟାଉନ ହଲ, ପ୍ଲାନେଟୋରିୟମ ପୂର୍ଣ୍ଣ କ୍ଷମତାରେ ଚାଲିବ । ହେଲେ କୋଭିଡ଼ କଟକଣାରେ ପାଳନ କରାଯିବ । ପୂର୍ବରୁ ଜାରୀ ହୋଇଥିବା ଗାଇଡ଼ଲାଇନ ଅନୁସାରେ ପୂଜା ପାର୍ବଣ ପାଳନ କରାଯିବ ।
ସକାଳ 5ରୁ ରାତି 10 ଭିତରେ ସମସ୍ତ ଶିଳ୍ପାନୁଷ୍ଠାନ, ଦେକାନ ବଜାର ଖୋଲା ରହିବ । ଧାର୍ମିକ, ରାଜେନୈତିକ ଓ ସାମାଜିକ ସମାବେଶ ଉପରେ କଟକଣା ପୂର୍ବଭଳି ଲାଗୁ ରହିବ । ପ୍ରଦର୍ଶନୀ, ବାଣିଜ୍ୟିକ ମହୋତ୍ସବ ବାରଣ କରାଯାଇଛି । ସମସ୍ତ ପ୍ରେକ୍ଷାଳୟ ଓ ସମ୍ମିଳନୀ କକ୍ଷରେ କୋଭିଡ ଗାଇଡଲାଇନ୍ ଜାରି ରହିବ । ଏହାର ଉଲ୍ଲଘଂନ କରିବା ଧର୍ତ୍ତବ୍ୟ ଅପରାଧ ଭାବେ ବିବେଚିତ କରାଯିବ ।
ଭୁବନେଶ୍ବରରୁ ଭବାନୀଶଙ୍କର ଦାସ,ଇଟିଭି ଭାରତ