ଓଡିଶା

odisha

ETV Bharat / city

Utkal Divas2022: ପଡୋଶୀ ରାଜ୍ୟ ଗୁଡିକରେ ଭାଷା ସୁରକ୍ଷା ଦାବି କଲେ ସୁର - ଉତ୍କଳ ଦିବସ

ଓଡିଆ ଭାଷା ଏବେ ସଂକଟରେ । ପଡୋଶୀ ରାଜ୍ୟ ଛତିଶଗଡ, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଝାଡଖଣ୍ଡରେ ଓଡିଶା ଭାଷାକୁ ସଙ୍କୁଚିତ କରାଯାଉଛି। ଓଡିଆ ଭାଷାଭାଷୀ ସ୍କୁଲ ଗୁଡିକ ବନ୍ଦ ହୋଇଗଲାଣି, ସରକାର ଏହା ଉପରେ ଗୁରୁତ୍ବ ଦେବା କଥା। ଅଧିକ ପଢନ୍ତୁ

bv
ସୁର ରାଉତରାୟ

By

Published : Apr 1, 2022, 4:11 PM IST

ଭୁବନେଶ୍ବର: ପ୍ରତ୍ୟେକ ଓଡିଆ ପାଇଁ ଆଜି ହେଉଛି ଗର୍ବ ଆଉ ଗୌରବର ଦିନ। 1936 ଏପ୍ରିଲ 1 ତାରିଖରେ ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଭାବେ ପ୍ରତିଷ୍ଠା ହୋଇଥିଲା ଉତ୍କଳ ପ୍ରଦେଶ ।

ପଡୋଶୀ ରାଜ୍ୟ ଗୁଡିକରେ ଭାଷାର ସୁରକ୍ଷା ପାଇଁ ଦାବି କଲେ ସୁର

ପାରଳା ମହାରାଜାଙ୍କ ଠାରୁ ଆରମ୍ଭ କରି ମଧୁସୂଦନ ଦାସ, ଫକୀରମୋହନ ସେନାପତି, ମହାରାଜା କୃଷ୍ଣଚନ୍ଦ୍ର ଗଜପତି ,ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ରାଜ୍ୟ ଗଠନରେ ଅବଦାନ ଅତୁଳନୀୟ। ଯେଉଁ ସଂଘର୍ଷ କରି ସେମାନେ ଓଡିଶାକୁ ପ୍ରତିଷ୍ଠା କରିଥିଲେ ସେମାନଙ୍କ ପ୍ରତିଟି ଦାନ ସ୍ମରଣୀୟ।

ହେଲେ ବର୍ତ୍ତମାନ ଓଡିଆ ଭାଷା ଏବେ ସଂକଟରେ। ପଡୋଶୀ ରାଜ୍ୟ ଛତିଶଗଡ, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଝାଡଖଣ୍ଡରେ ଓଡିଶା ଭାଷାକୁ ସଙ୍କୁଚିତ କରାଯାଉଛି। ଓଡିଆ ଭାଷାଭାଷୀ ସ୍କୁଲ ଗୁଡିକ ବନ୍ଦ ହୋଇଗଲାଣି, ସରକାର ଏହା ଉପରେ ଗୁରୁତ୍ବ ଦେବା କଥା।

ଓଡିଆ ଭାଷାର ସୁରକ୍ଷା ପାଇଁ ରାଜ୍ୟ ସରକାର ଆଗେଇ ଆସନ୍ତୁ। ଆଜି ଉତ୍କଳ ଦିବସ ଅବସରରେ ଏହି ଦାବି କରିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details