ଭୁବନେଶ୍ବର: ରାଜ୍ୟ ନିର୍ବାଚନ ଆୟୋଗଙ୍କ ଅଧ୍ୟକ୍ଷତାରେ ବସିଲା ଉଚ୍ଚସ୍ତରୀୟ ବୈଠକ । ବୈଠକରେ ନିର୍ବାଚନ ହିଂସାକୁ ନେଇ ହେଲା ଆଲୋଚନା । ଏଣିିକି ନିର୍ବାଚନ ହିଂସାକୁ ବରଦାସ୍ତ କରାଯିବ ନାହିଁ । ଗତକାଲି ପ୍ରଥମ ପର୍ଯ୍ୟାୟ ମତଦାନରେ ହୋଇଥିବା ହିଂସା ପରେ ବସିଥିଲା ଏହି ବୈଠକ ।
ତେବେ ଏଥିରେ ସମ୍ପୃକ୍ତ ଥିବା ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ପରବର୍ତ୍ତୀ 4ଟି ପର୍ଯ୍ୟାୟକୁ ବିଶେଷ ଗୂରୁତ୍ୱ ଦିଆଯିବ । ନିର୍ବାଚନ ହିଂସାକାଣ୍ଡ ପ୍ରସଙ୍ଗରେ ହୋଇଥିବା ସ୍ୱତନ୍ତ୍ର ବୈଠକ ପରେ ଏହି ସୂଚନା ଦେଇଛନ୍ତି ପୋଲିସ ଡିଜିପି ସୁନୀଲ ବଂଶଲ ।
ପଞ୍ଚାୟତ ନିର୍ବାଚନ ହିଂସା: ନିର୍ବାଚନ ଆୟୋଗଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ତେବେ ପଞ୍ଚାୟତ ନିର୍ବାଚନରେ ଗୋଟେ ଦୁଇଟି ସ୍ଥାନରେ ହିଂସା ଘଟିଛି । ଯେଉଁ ସବୁ ସ୍ଥାନରେ ହିଂସା ଘଟିଛି ସେଠାରେ ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏଥିସହ ତଦନ୍ତ କରି ଗିରଫ କରିବା ସହ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ବୋଲି ଡିଜିପି କହିଛନ୍ତି ।
ସେହିପରି ବାକି ଥିବା 4ଟି ପର୍ଯ୍ୟାୟ ନିର୍ବାଚନକୁ ସୁରୁଖୁରରେ କରିବା ପାଇଁ ପ୍ରୟାସ ଜାରି ରହିଛି । ସେହିଭଳି ପୋଲିସ ପ୍ରଶାସନ ପ୍ରସ୍ତୁତ ରହିଛି । ନିର୍ବାଚନରେ ଭାଗ ନେବା ପାଇଁ ଲୋକେ ସ୍ୱଇଚ୍ଛାରେ ଭୋଟ ଦେବାକୁ ଆସୁଛନ୍ତି ।
ଏପରିକି ମାଓ ପ୍ରବଣ ଅଞ୍ଚଳରେ ମଧ୍ୟ ନିର୍ବାଚନ ସୁରୁଖରୁରେ ସମ୍ପନ୍ନ ହୋଇଥିବା ପୋଲିସ ଡିଜିପି ସୁନିଲ ବଂଶଲ ପ୍ରତିକ୍ରିୟା ଦେଇଛନ୍ତି । ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ଅଧ୍ୟକ୍ଷତାରେ ଉଚ୍ଚ ସ୍ତରୀୟ ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି ଡିଜିପି । ଆଜିର ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ଗୃହ ବିଭାଗର ପ୍ରମୁଖ ସଚିବ ଉପସ୍ଥିତ ରହିଥିଲେ । ଏଥିରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ହୋଇଥିବା ହିଂସା ଓ ନିର୍ବାଚନ ସମ୍ପର୍କିତ ବିଭିନ୍ନ ବିଷୟରେ ଆଲୋଚନା ମଧ୍ୟ ହୋଇଥିଲା ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ