ଓଡିଶା

odisha

By

Published : Oct 14, 2022, 10:08 PM IST

ETV Bharat / city

ମହଙ୍ଗା ପଡିପାରେ ଦଫା 370, ମିଳିନ ପାରେ ଅର୍ଚ୍ଚନା ନାଗକୁ ଜାମିନ

ଏସଡିଜେଏମ କୋର୍ଟରେ ଅର୍ଚ୍ଚନାଙ୍କ ଜାମିନ ଆବେଦନ ପ୍ରସଙ୍ଗ । ଅର୍ଚ୍ଚନାଙ୍କ ଓକିଲ କୋର୍ଟରେ ଯୁକ୍ତି ବାଢିଥିଲେ, ଅର୍ଚ୍ଚନାଙ୍କ ବିରୋଧରେ ଲାଗିଥିବା ଦଫା ପ୍ରଯୁଜ୍ୟୁ ନୁହେଁ । ପୋଲିସ ପକ୍ଷରୁ ଦାଖଲ ହୋଇଥିବା ଏଫଆଇଆର ଚଳଚ୍ଚିତ୍ର ବା ନାଟକର କାହାଣୀ ଭଳି ଲେଖାଯାଇଥିବା ଏଫଆଇଆର । ତେଣୁ ଅର୍ଚ୍ଚନାଙ୍କୁ ବେଲ ଦିଆଯାଉ । ସେପଟେ ସରକାରୀ ଓକିଲ କୋର୍ଟରେ ପିଟିସନରେ ଥିବା ସଙ୍ଗୀନ ଦଫା ଉପରେ ଫୋକସ କରି ଯୁକ୍ତି ଉପସ୍ଥପନା କରିଥିଲେ । ଅଧିକ ପଢନ୍ତୁ

ମହଙ୍ଗା ପଡିପାରେ ଦଫା 370, ମିଳିନ ପାରେ ଅର୍ଚ୍ଚନା ନାଗକୁ ଜାମିନ
ମହଙ୍ଗା ପଡିପାରେ ଦଫା 370, ମିଳିନ ପାରେ ଅର୍ଚ୍ଚନା ନାଗକୁ ଜାମିନ

ଭୁବନେଶ୍ବର: ଏସଡିଜେଏମ କୋର୍ଟରେ ଅର୍ଚ୍ଚନାଙ୍କ ଜାମିନ ଆବେଦନ ପ୍ରସଙ୍ଗ । ମହଙ୍ଗା ପଡିପାରେ ଦଫା 370 । ମାୟାବିନୀ ଅର୍ଚ୍ଚନା ନାଗକୁ ମିଳି ନ ପାରେ ଜାମିନ । ଏସଡିଜେଏମ କୋର୍ଟରେ ଅର୍ଚ୍ଚନା ନାଗଙ୍କ ମିଳିନପାରେ ଜାମିନ। କାରଣ ଅର୍ଚ୍ଚନାଙ୍କ ବିରୋଧରେ ଲାଗିଛି ସଙ୍ଗୀନ ଦଫା ୩୭୦ ଅପହରଣ, ୩୨୮ ନିଶା ଦେଇ ଅପରାଧିକ କାର୍ଯ୍ୟକଳାପ କରାଇବା, ଆଇଟି ଆକ୍ଟ ୬୬ ଓ ୬୭ ଯାହାକି ଜାମିନ ପାଇଁ ବାଧକ ସାଜିପାରେ। ଏନେଇ ସରକାରୀ ଓକିଲ ଅର୍ଚ୍ଚନାର ଜାମିନ ଖାରଜ ପାଇ ଯୁକ୍ତି ବାଢିଛନ୍ତି ।

ମହଙ୍ଗା ପଡିପାରେ ଦଫା 370, ମିଳିନ ପାରେ ଅର୍ଚ୍ଚନା ନାଗକୁ ଜାମିନ

ଅନ୍ୟପକ୍ଷରେ ଅର୍ଚ୍ଚନାର ଓକିଲଙ୍କ ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା ଅର୍ଚ୍ଚନାଙ୍କ ବିରୋଧରେ ଲାଗିଥିବା ଦଫା ପ୍ରଯୁଜ୍ୟୁ ନୁହେଁ । ତେଣୁ ଅର୍ଚ୍ଚନାଙ୍କୁ ବେଲ ଦେବାପାଇ ଯୁକ୍ତି ବାଢିଥିଲେ । ଅର୍ଚ୍ଚନାଙ୍କ ଓକିଲ ଦେବାଶିଷ ମହାପାତ୍ର କହିଛନ୍ତି, ଅର୍ଚ୍ଚନାଙ୍କ ବିରୋଧରେ ଅନେକ ଦଫା ଲାଗିଛି । ଯାହାର କୌଣସି ସତ୍ୟତା ନାହିଁ । ଏହା ସହିତ କେସରେ ସେଭଳି କୌଣସି ତଥ୍ୟ ନାହିଁ । ପୋଲିସ ପକ୍ଷରୁ ଦାଖଲ ହୋଇଥିବା ଏଫଆଇଆର ଭିତ୍ତିହୀନ । ଏହା ଏକ ଚଳଚିତ୍ର ବା ନାଟକର କାହାଣୀ ଭଳି ଲେଖାଯାଇଥିବା ଏଫଆଇଆର । ସେପଟେ ସରକାରୀ ଓକିଲ ଏ ଚାନ୍ଦ କହିଛନ୍ତି, "ଆମର ଯୁକ୍ତି ଥିଲା ଯେ, ସେ ଯାହା ଉପରେ ପିଟିସନ ଦେଇଛନ୍ତି ତା ଉପରେ ହିଅରିଂ କରାଯାଉ । ପିଟିସନରେ ଥିବା ୩୨୮, ୩୭୦ ଦଫା, ୬୬ ଏବଂ ୬୭ ଆଇଟି ଆକ୍ଟ ଉପରେ ଆମର ଫୋକସ ରହିଥିଲା । ଏହି ଦଫା ଗୁଡିକ ସଙ୍ଗୀନ ଦଫା ରହିଛି ।" ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ କୋର୍ଟ ଜାମିନ ଆବେଦନର ବିଚାର କରି ରାୟ ସଂରକ୍ଷିତ ରଖିଛନ୍ତି ।

ଅନ୍ୟପଟେ କେସର ପ୍ରମାଣ ବା ଇଲୋକ୍ଟ୍ରୋନିକ ଏଭିଡେନସ କୋର୍ଟରେ ଦାଖଲ କରାଯାଇଛି । ପରେ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏହାକୁ ଫରେନସିକ ଲ୍ୟାବକୁ ପଠାଯିବ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details