ଓଡିଶା

odisha

ETV Bharat / city

ଦାୟିତ୍ବ ନେଲେ ଇନ୍ଦ୍ରମଣି: ଶୃଙ୍ଖଳା, ନିଷ୍ଠା ଓ ଅଭିନବତ୍ବ ଉପରେ ଗୁରୁତ୍ୱ - ପ୍ରଶାସନିକ ସେବା

ସୂଚନା ଓ ଲୋକସମ୍ପର୍କ ବିଭାଗର ନୂତନ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଇଛନ୍ତି ରାଜ୍ୟର ବରିଷ୍ଠ ପ୍ରଶାସନିକ ଅଧିକାରୀ ଇନ୍ଦ୍ରମଣି ତ୍ରିପାଠୀ । ବିଭାଗକୁ ଅଧିକ କ୍ରିୟାଶୀଳ କରିବା ଉପରେ ଇନ୍ଦ୍ରମଣି ଗୁରୁତ୍ୱ ଆରୋପ କରିଛନ୍ତି । ଅଧିକ ପଢନ୍ତୁ...

ଦାୟିତ୍ବ ନେଲେ ଇନ୍ଦ୍ରମଣି: ଶୃଙ୍ଖଳା, ନିଷ୍ଠା ଓ ଅଭିନବତ୍ବ ଉପରେ ଗୁରୁତ୍ୱ
ଦାୟିତ୍ବ ନେଲେ ଇନ୍ଦ୍ରମଣି: ଶୃଙ୍ଖଳା, ନିଷ୍ଠା ଓ ଅଭିନବତ୍ବ ଉପରେ ଗୁରୁତ୍ୱ

By

Published : Jun 3, 2021, 10:43 PM IST

ଭୁବନେଶ୍ବର: ଓଡ଼ିଶା ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ଇନ୍ଦ୍ରମଣି ତ୍ରିପାଠୀ ବିଧିବଦ୍ଧ ଭାବେ ଆଜି ସୂଚନା ଓ ଲୋକ ସମ୍ପର୍କ ବିଭାଗର ନୂତନ ନିର୍ଦ୍ଦେଶକ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ସୂଚନା ପ୍ରଦାନ କ୍ଷେତ୍ରରେ ଆଧୁନିକ ବୈଷୟିକ ଜ୍ଞାନ ପ୍ରୟୋଗ ଉପରେ ଗୁରୁତ୍ୱ ଦେଇଛନ୍ତି ଇନ୍ଦ୍ରମଣି । କାର୍ଯ୍ୟଦକ୍ଷତା ସହ ନିୟମିତ ଭାବେ କାର୍ଯ୍ୟ ତୁଲାଇବାକୁ ବିଭାଗର ଅଧିକାରୀ ତଥା କର୍ମଚାରୀଙ୍କୁ ସେ ପରାମର୍ଶ ଦେଇଛନ୍ତି ।

ଦାୟିତ୍ବ ନେଲେ ଇନ୍ଦ୍ରମଣି: ଶୃଙ୍ଖଳା, ନିଷ୍ଠା ଓ ଅଭିନବତ୍ବ ଉପରେ ଗୁରୁତ୍ୱ
ଇନ୍ଦ୍ରମଣୀ ଦାୟିତ୍ୱ ନେବା ପରେ ଅଧିକାରୀଙ୍କ ସହିତ ବିଭାଗର ବିଭିନ୍ନ କାର୍ଯ୍ୟାବଳୀ ସମ୍ପର୍କରେ ସବିଶେଷ ଆଲୋଚନା କରିଛନ୍ତି । ସେ ଲୋକସମ୍ପର୍କ ଭବନରେ ବିଭାଗର ବିଭିନ୍ନ ଶାଖା ପରିଦର୍ଶନ କରିଛନ୍ତି । ଆଜିର ଯୁଗରେ ବିଜ୍ଞାନ ଓ ବୈଷୟିକ ବିଦ୍ୟାର ପ୍ରୟୋଗକୁ ବିଭାଗ ଆପଣେଇବା ଲାଗି ସେ ପରାମର୍ଶ ଦେଇଛନ୍ତି । ଜନସାଧାରଣଙ୍କ ନିକଟରେ ସମ୍ବାଦ ସରବାରହ କ୍ଷେତ୍ରରେ ଅଧିକ ଆଗୁଆ ହେବା ସହିତ ଅଭିନବତ୍ବ ପ୍ରଦାନ କରିବାକୁ ସେ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି ।ସୂଚନା ବିତରଣ କ୍ଷେତ୍ରରେ ବିଶ୍ୱାସନୀୟତା ଅର୍ଜନ କରିବାକୁ ଅଧିକାରୀମାନେ ତତ୍ପରତା ପ୍ରକାଶ କରିବାକୁ ସେ ପରାମର୍ଶ ଦେଇଛନ୍ତି । ସେ ମଧ୍ୟ କର୍ମଚାରୀମାନଙ୍କ ଶୃଙ୍ଖଳା ଓ ନିଷ୍ଠା ଉପରେ ବିଶେଷ ଗୁରୁତ୍ବ ଦେଇଛନ୍ତି । ଆଜି(ଗୁରୁବାର) ଲୋକସମ୍ପର୍କ ଭବନରେ ଇନ୍ଦ୍ରମଣିଙ୍କୁ ବିଭାଗର ଯୁଗ୍ମ ସଚିବ ବିଷ୍ଣୁପ୍ରିୟା ସାହୁ, ଯୁଗ୍ମ ନିର୍ଦ୍ଦେଶକ ଡ. ପ୍ରମୋଦ କୁମାର ମଲ୍ଲିକ ଏବଂ ସୁରେନ୍ଦ୍ର ପରିଡ଼ାଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ସ୍ବାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି । ନୂତନ ନିର୍ଦ୍ଦେଶକ ବିଭିନ୍ନ ଅଧିକାରୀଙ୍କ କାର୍ଯ୍ୟଧାରା ଓ ଦାୟିତ୍ୱ ସଂପର୍କରେ ସୁବିସ୍ତୃତ ଅବଗତ ହୋଇଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details