ଓଡିଶା

odisha

By

Published : Aug 9, 2022, 8:57 AM IST

ETV Bharat / city

ଦାୟିତ୍ୱ ନେଲେ କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ

କୃଷି ଓ କୃଷକ ସଶକ୍ତିକରଣ ବିଭାଗରେ ନୂତନ ପ୍ରମୁଖ ସଚିବଙ୍କ ଯୋଗଦାନ । ସଚିବଙ୍କ ଯୋଗଦାନ ପରେ କାର୍ଯ୍ୟକ୍ରମ ରୂପାୟନରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ବଜାୟ ରଖିବା ଓ ଦଳଗତ ମନୋଭାବ ନେଇ କାର୍ଯ୍ୟ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି । ଅଧିକ ପଢ଼ନ୍ତୁ

senior IAS arabinda padhee took charge as chief administrative secretary of agriculture department
ଦାୟିତ୍ୱ ନେଲେ କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ

ଭୁବନେଶ୍ବର: ବରିଷ୍ଠ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଡ. ଅରବିନ୍ଦ କୁମାର ପାଢ଼ୀ ଆଜି କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଡ. ପାଢ଼ୀଙ୍କୁ ସ୍ୱାଗତ ଓ ଶୁଭେଚ୍ଛା ଜଣାଇଛନ୍ତି । ଅରବିନ୍ଦ ପାଢ଼ୀ ବିଭାଗୀୟ ଅଧିକାରୀଙ୍କ ଠାରୁ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ପଚାରି ବୁଝିଛନ୍ତି ।

ଏହା ସହିତ କାର୍ଯ୍ୟକ୍ରମ ରୂପାୟନରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ବଜାୟ ରଖିବା ଓ ଦଳଗତ ମନୋଭାବ ନେଇ କାର୍ଯ୍ୟ ସମ୍ପାଦନ ନିମନ୍ତେ ପରାମର୍ଶ ଦେଇଛନ୍ତି । କୃଷି ରାଜ୍ୟ ଅର୍ଥନୀତିର ଅନ୍ୟତମ ମୁଖ୍ୟ ସ୍ରୋତ ହୋଇଥିବା ପରିପ୍ରେକ୍ଷୀରେ କୃଷିର ଉନ୍ନତିରେ ରାଜ୍ୟର ଉନ୍ନତି ସାଧିତ ହୋଇପାରିବ ବୋଲି ସେ ଦର୍ଶାଇଛନ୍ତି । କୃଷି ଓ ଆନୁଷଙ୍ଗିକ କୃଷି ଉପରେ ନିର୍ଭର କରୁଥିବା ବେଳେ କୃଷି ଓ କୃଷକମାନଙ୍କ ସର୍ବାଙ୍ଗୀନ ଉନ୍ନତି ଓ ଆୟବୃଦ୍ଧି ନିମନ୍ତେ ରାଜ୍ୟ ସରକାର ଅନେକ ଗୁଡ଼ିଏ କୃଷକ କଲ୍ୟାଣକାରୀ ଯୋଜନା ପ୍ରଣୟନ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଯୋଜନା ଗୁଡ଼ିକର ସଫଳ ରୂପାୟନ କରି ଯୋଜନାର ସୁଫଳକୁ ଚାଷୀମାନଙ୍କ ନିକଟରେ ସିଧାସଳଖ ପହଞ୍ଚାଇବା ନିମନ୍ତେ ସେ କହିଛନ୍ତି ।

କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଏବଂ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଭାବରେ କାର୍ଯ୍ୟ କରିବା ସମୟରେ ସେ କୃଷି ଓ କୃଷକମାନଙ୍କ ସହିତ ଘନିଷ୍ଠ ଭାବେ ଜଡ଼ିତ ଥିଲେ ବୋଲି ପ୍ରମୁଖ ଶାସନ ସଚିବ ପ୍ରକାଶ କରିଛନ୍ତି । କୃଷି ଓ କୃଷକମାନଙ୍କ ଉନ୍ନତି ନିମନ୍ତେ ବିଭାଗ କାର୍ଯ୍ୟ କରୁଥିବା ପରିପ୍ରେକ୍ଷୀରେ କୃଷକର ହିତ ସାଧନ ଅଧିକାରୀ ଓ କର୍ମଚାରୀଙ୍କ ମୂଳ ଲକ୍ଷ୍ୟ ହେବା ଉଚିତ ।

କୃଷିର ଉନ୍ନତି ଦିଗରେ ସମସ୍ତେ ସମ୍ପୂର୍ଣ୍ଣ ନିଷ୍ଠା ଓ ସମର୍ପଣ ମନୋଭାବ ନେଇ କାର୍ଯ୍ୟ ସମ୍ପାଦନ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି । ରାଜ୍ୟକୁ କୃଷି କ୍ଷେତ୍ରରେ ଅଗ୍ରଣୀ କରିବା ନିମନ୍ତେ ଅଧିକାରୀ ଓ କର୍ମଚାରୀମାନେ ସେମାନଙ୍କ ବିଚାର ବ୍ୟକ୍ତ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି । ଏଥିସହିତ ରାଜ୍ୟରେ ଦ୍ୱିତୀୟ ମୁଖ୍ୟ ଜୀବିକା ହସ୍ତତନ୍ତ ହୋଇଥିବାବଳେ ବୁଣାକାରମାନଙ୍କୁ ପ୍ରୋତ୍ସାହିତ କରିବା ଦିଗରେ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ସପ୍ତାହର ଗୋଟିଏ ଦିନ ହସ୍ତତନ୍ତ ନିର୍ମିତ ପୋଷାକ ପରିଧାନ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

ABOUT THE AUTHOR

...view details