ଓଡିଶା

odisha

ETV Bharat / city

‘ରାଜ୍ୟରେ କୋରୋନା ନିୟନ୍ତ୍ରଣ ହେବାର ଶ୍ରେୟ ଓଡ଼ିଶାବାସୀଙ୍କର’ - ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀ ଶାଳିନୀ ପଣ୍ଡିତ

କୋରୋନା ନିୟନ୍ତ୍ରଣରେ ରହିବାର ସମ୍ପୂର୍ଣ୍ଣ ଶ୍ରେୟ ଓଡ଼ିଶାବାସୀଙ୍କୁ ଦେଲେ ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀ ଶାଳିନୀ ପଣ୍ଡିତ । ଅଧିକ ପଢ଼ନ୍ତୁ...

senior health officer shalini pandit, praises the people of odisha, following the lockdown rules, କୋରୋନା ନିୟନ୍ତ୍ରଣ ହେବାର ଶ୍ରେୟ ଓଡ଼ିଶାବାସୀଙ୍କର, ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀ ଶାଳିନୀ ପଣ୍ଡିତ, bhubaneswar
‘ରାଜ୍ୟରେ କୋରୋନା ନିୟନ୍ତ୍ରଣ ହେବାର ଶ୍ରେୟ ଓଡ଼ିଶାବାସୀଙ୍କର’

By

Published : Apr 15, 2020, 9:59 PM IST

ଭୁବନେଶ୍ବର: ଅନ୍ୟ ରାଜ୍ୟ ତୁଳନାରେ କୋରୋନା ମୁକାବିଲାରେ ଓଡିଶାର ସ୍ଥିତି ନିୟନ୍ତ୍ରଣରେ ରହିଛି । 25 ଦିନରୁ ଲାକଡାଉନର ନିୟମ ଓଡିଶାବାସୀ ପାଳନ କରିଥିବାରୁ ଏହା ରାଜ୍ୟ ପାଇଁ ଲାଭବାନ ହୋଇଛି । କୋରୋନା ନିୟନ୍ତ୍ରଣରେ ରହିବାର ସମ୍ପୂର୍ଣ୍ଣ ଶ୍ରେୟ ଓଡ଼ିଶାବାସୀଙ୍କୁ ଦେଇଛନ୍ତି ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀ ଶାଳିନୀ ପଣ୍ଡିତ ।

‘ରାଜ୍ୟରେ କୋରୋନା ନିୟନ୍ତ୍ରଣ ହେବାର ଶ୍ରେୟ ଓଡ଼ିଶାବାସୀଙ୍କର’

ଅନ୍ୟ ରାଜ୍ୟ ତୁଳନାରେ ଓଡି଼ଶାରେ ଆକ୍ରାନ୍ତଙ୍କ ସଂଖ୍ୟା 60ରେ ରହିଛି । ମହାରାଷ୍ଟ୍ର, ଦିଲ୍ଲୀ ତାମିଲନାଡୁ ଆଦି ରାଜ୍ୟରେ ଅଧିକ କୋରୋନା ଆକ୍ରାନ୍ତ ରହିଥିବା ବେଳେ ଓଡିଶା ଶେଷରେ ରହିଛି। ଓଡ଼ିଶାର ଜନସଂଖ୍ୟା ସାଢ଼େ 4 କୋଟି । ଓଡ଼ିଶାରେ ଯେଉଁ ଅନୁଶାସନ ଅଛି ଯେଉଁ ଶୃଙ୍ଖଳା ଅଛି, ସେହି କାରଣରୁ ସଂକ୍ରମଣ ଅଧିକ ହୋଇନାହିଁ । ବର୍ତ୍ତମାନ ଓଡ଼ିଶାରେ 60ଟି କୋଭିଡ କେସ ରଅଛି । ସେଥିମଧ୍ୟରୁ 18 ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି ।

5500 ଟେଷ୍ଟ କରାଯାଇଛି ଯେଉଁଥିରୁ 60ଟି ନମୁନା ପଜିଟିଭ ହୋଇଛି । ପ୍ରତି 100ଟି ଟେଷ୍ଟରେ ମାତ୍ର 1.08 ପଜିଟିଭି ରହୁଛନ୍ତି । ଓଡ଼ିଶାବାସୀ ଯେଭଳି ଭାବେ ଶୃଙ୍ଖଳା ବଜାୟ ରଖିଛନ୍ତି ତାହା କୋଭିଡ ମୁକାବିଲାରେ ବେଶ ସହାୟକ ହୋଇଛି ବୋଲି କହିଛନ୍ତି ଶାଳିନୀ ପଣ୍ଡିତ ।

ସୁବର୍ଣପୁରରେ 200 ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ କରାଯାଇଛି । 19ଟି ଜିଲ୍ଲାରେ 21ଟି କୋଭିଡ ହସ୍ପିଟାଲ ପ୍ରସ୍ତୁତ ହୋଇଥିବା ବେଳେ ରାଜ୍ୟରେ ସମସ୍ତ କୋଭିଡ ହସ୍ପିଟାଲରେ 3620ଟି ଶଯ୍ୟା ରହିଛି । ରାଜାଧନୀରେ ସଂକ୍ରମଣ ପ୍ରତିହତ କରିବା ପାଇଁ 6ଟି ବରିଷ୍ଠ ଅଧିକାରୀଙ୍କୁ ନିଯୁକ୍ତି କରାଯାଇଛି। ରାଜଧାନୀର 3ଟି ଜୋନରେ ନିଯୁକ୍ତ ଏହି ଅଧିକାରୀ ମାନେ କାର୍ଯ୍ୟ ଆରମ୍ଭ କରିଛନ୍ତି । 77 ହଜାର ଶ୍ରମଜୀବିଙ୍କ ପାଇଁ 2553 ଟି ଶିବିର କାର୍ଯ୍ୟକାରୀ କରାଯାଇଛି । 5387 ଗ୍ରାମ ପଞ୍ଚାୟତରେ ରନ୍ଧାଖାଦ୍ୟ ଦିଆଯାଉଛି। । ଜନସାଧାରଣ ସହଯୋଗ ଜାରି ରଖନ୍ତୁ ସମସ୍ତେ ମିଶି କୋରୋନାକୁ ନିଶ୍ଚୟ ହରାଇ ପାରିବା କହିଛନ୍ତି ପଣ୍ଡିତ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details