ଭୁବନେଶ୍ବର: ଆଜି ହେଉଛି ମାର୍ଚ୍ଚ ୨୦ ତାରିଖ ତଥା ବିଶ୍ବ ପଖାଳ ଦିବସ । ପ୍ରତିଟି ଓଡ଼ିଆଙ୍କ ପାଇଁ ଆଜି ହେଉଛି ଗର୍ବ ଓ ଗୌରବର ଦିନ । ଆଜିର ଦିନରେ ଓଡ଼ିଆମାନେ ଯେଉଁଠି ବି ରହିଥାନ୍ତୁ ନା କାହିଁକି ଖୋଜିଥାନ୍ତି ପଖାଳ କଂସା । ଏହି ଅବସରରେ ଜଟଣୀ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ପଖାଳ ଖାଇ ଖୁବ ଆନନ୍ଦ ଉଲ୍ଲାସର ସହିତ ଏହି ଦିବସକୁ ପାଳନ କରିଛନ୍ତି ।
ସୁରଙ୍କ ପାଇଁ ପ୍ରତିଦିନ ହୋଇଥାଏ ପଖାଳ ଦିବସ । ଦୈନିକ ସେ ଥରେ କି ଦୁଇ ଥର ପଖାଳ ଖାଇଥାନ୍ତି । ପଖାଳ ନ ଖାଇଲେ ତାଙ୍କ ମନ ଉଣା ହୁଏ ବୋଲି ସେ କହିଛନ୍ତି । ତେବେ ପଖାଳ ଭାତ ସାଙ୍ଗକୁ ମାଛ ଭଜା, ବଡ଼ି ଚୁରା, ଆଳୁ ଭର୍ତ୍ତା, ଶାଗ ଭଜା ଖାଇବାକୁ ଖୁବ ଭଲ ଲାଗେ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର । ପଖାଳ ଶରୀରରେ ଶକ୍ତି ଭରି ଦିଏ । ତାଙ୍କ ଶରୀର ହେଉଛି ପଖାଳ ବୋଲି କହିଛନ୍ତି ସୁର ।