ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ ଆଜି ପରଲୋକ ଘଟିଛି । ଶୀଲାଙ୍କ ମୃତ୍ୟୁପରେ ଦେଶର ରାଜନୈତିକ ମହଲରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ଏପଟେ ବରିଷ୍ଠ କଂଗ୍ରେସ ନେତା ସୁର ରାଉରତରାୟ ଶୀଲାଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି । ଶୀଲା ଭାରତବର୍ଷ ନୁହେଁ ପୃଥିବୀର ଅଦ୍ବିତୀୟ ନାରୀ ନେତ୍ରୀ ଥିଲେ ବୋଲି କହିଛନ୍ତି ସୁର ।
ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଦିଲ୍ଲୀର ମାନଚିତ୍ର ବଦଳାଇ ଥିଲେ । ଦିଲ୍ଲୀର ଅନେକ ସମସ୍ୟାର ସମାଧାନ କରିଛନ୍ତି ଶୀଲା । 15 କିଲୋମିଟର ବିଶିଷ୍ଟ ଫ୍ଲାଏଓଭର ମଧ୍ୟ ନିର୍ମାଣ କରାଯାଇଛନ୍ତି । ଦିଲ୍ଲୀର ସବୁଠୁ ବଡ ସମସ୍ୟା ପିଇବା ପାଣିକୁ ଦୂର କରିଛନ୍ତି । ତାଙ୍କ ବିୟୋଗ ଆମକୁ ମର୍ମାହତ କରିଛି ବୋଲି କହିଛନ୍ତି ସୁର ରାଉତରାୟ ।