ଭୁବନେଶ୍ବର: ଥମୁନି ମମିତା ମେହେର ହତ୍ୟାକାଣ୍ତର ତାତି । ମମିତା ମେହେରଙ୍କୁ ନ୍ୟାୟ ପାଇଁ ଜନ ସାଧାରଣଙ୍କ ମନରେ ଅନେକ ପ୍ରଶ୍ନ ଉଠୁଛି । ହାଇକୋର୍ଟର ଜଣେ ସିଟିଂ ଜଜଙ୍କ ଦ୍ୱାରା ତଦନ୍ତର ଦାବି କରୁଛି କଂଗ୍ରେସ । ବଲାଙ୍ଗୀର ଜିଲ୍ଲା ଏସପି, ଦାୟୀତ୍ୱରେ ଥିବା ଡିଆଇଜିଙ୍କ କାର୍ଯ୍ୟ ଉପରେ ମଧ୍ୟ ପ୍ରଶ୍ନ ଉଠିଛି । ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର କରାଯାଉ । ମମିତା ମେହେର ହତ୍ୟାର କାରଣ କେହି କହିପାରୁନାହାଁନ୍ତି । ବହୁତ ଜଘନ୍ୟ ହତ୍ୟା ହୋଇଛି । ତଥ୍ୟକୁ ଘୋଡେଇ ଦେବା ଭଳି ଷଡ଼ଯନ୍ତ୍ର ହୋଇଛି । ଏ ଘଟଣା ଜଣଙ୍କର କାମ ନୁହେଁ । ଗୋଟିଏ ଗ୍ରୁପ ଏଥିରେ ସମ୍ପୃକ୍ତ ଅଛନ୍ତି । ଅକ୍ଟୋବର 8 ତାରିଖରୁ ଅକ୍ଟୋବର 19 ତାରିଖ ପର୍ଯ୍ୟନ୍ତ ମନ୍ତ୍ରୀ ପଦେ ହେଲେ କଥା କହିଲେ ନାହିଁ । ସେହି ନିର୍ବାଚନ ମଣ୍ଡଳୀର ବିଧାୟକ ହୋଇଥିବା ବେଳେ ଦିବ୍ୟ ଶଙ୍କର କିଛି କହିଲେ ନାହିଁ କାହିଁକି ବୋଲି ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ନେତା ଭକ୍ତ ଚରଣ ଦାସ ।
ମନ୍ତ୍ରୀ ଓ ତାଙ୍କ ଲୋକଙ୍କର ଫୋନ କଲ ଯାଞ୍ଚ କରାଗଲା ନାହିଁ । ମନ୍ତ୍ରୀଙ୍କ ପିଏ, ବାଲି ମାଫିଆ ମହମ୍ମଦ ରୋଶନ ମନ୍ତ୍ରୀଙ୍କ ଇଶାରାରେ ବଲାଙ୍ଗୀରରୁ ବାଲି ଚୋରା ଚାଲାଣ ହେଉଛି । ଯଦି ପୋଲିସ ପ୍ରକୃତରେ ଦୋଷୀଙ୍କୁ ଧରିବାକୁ ଚାହୁଁଛି । ତେବେ କଲ ରେକର୍ଡ ଲୋକଲୋଚନକୁ ଅଣାଯାଉ । ପ୍ରଥମରୁ ମମିତାଙ୍କ ବାପା ମା ମନ୍ତ୍ରୀଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଥିଲେ । କଂଗ୍ରେସ ପକ୍ଷରୁ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କର ଟୁର ପ୍ରୋଗ୍ରାମ ମଗାଯାଇଛି । ମାସେ ପରେ ମିଳିବ । କିନ୍ତୁ ବିଧାୟକ ସନ୍ତୋଷ ସିଂହ ସଲୁଜା ଅଭିଯୋଗ ଆଣିଥିଲେ ଯେ ସେପ୍ଟେମ୍ବର 18, 19 ଓ 20 ତାରିଖରେ ମନ୍ତ୍ରୀ, ଗୋବିନ୍ଦ ସାହୁ ଏବଂ ମମିତା ସାହୁ ରାୟପୁର ଯାଇଥିଲେ । କିନ୍ତୁ ସେହି ସମୟରେ ମନ୍ତ୍ରୀଙ୍କ ଗସ୍ତ ନେଇ କୌଣସି ତଥ୍ୟ ଦର୍ଶାଯାଉନାହିଁ । ମନ୍ତ୍ରୀ ଘରେ ଥିଲେ ମଧ୍ୟ କୁହାଯାଇ ପାରିବ । ଘରୁ ସର୍କିଟ ହାଉସ କିମ୍ବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଗଲେ ମଧ୍ୟ ତାହା ପ୍ରୋଟୋକଲ ଅନୁସାରେ ଦର୍ଶାଯାଇପାରିବ ।
ଯଦି ସରକାର ମନ୍ତ୍ରୀ ଅଭିଯୁକ୍ତ ନୁହଁନ୍ତି ବୋଲି କହୁଛନ୍ତି । ତାହେଲେ ସେପ୍ଟେମ୍ବର 15ରୁ ଅକ୍ଟୋବର 19 ପର୍ଯ୍ୟନ୍ତ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କର ଟୁର ଓ ପ୍ରୋଗ୍ରାମ ରାଜ୍ୟ ସରକାର ତୁରନ୍ତ ଜନ ସାଧାରଣ ସାମ୍ନାକୁ ଆଣନ୍ତୁ । ଯଦି ମହାଲିଙ୍ଗ କଲେଜ ଟାର୍ଗେଟ ନଥିଲା । ମମିତା ମେହେର ଟାର୍ଗେଟ ନଥିଲେ । ମମିତାଙ୍କ ଗାଁ ପାଖରେ କଣ୍ଟାବାଞ୍ଜି । କଣ୍ଟାବାଞ୍ଜି ସହରରୁ ମମିତା ଘରର ଦୂରତା ହେଉଛି 12 କିଲୋମିଟର । ସେପ୍ଟେମ୍ବର 21 ତାରିଖରୁ 25 ତାରିଖ ପର୍ଯ୍ୟନ୍ତ କଣ୍ଟାବାଞ୍ଜିରେ ମନ୍ତ୍ରୀ କଣ କରୁଥିଲେ ବୋଲି ପ୍ରଶ୍ନ ଉଠାଇଛନ୍ତି ବରଷ୍ଠ କଂଗ୍ରେସ ନେତା ଭକ୍ତ ତ୍ରିପାଠୀ ।