ଓଡିଶା

odisha

ବିଏମସିକୁ ବରିଷ୍ଠ ନାଗରିକଙ୍କ ଆହ୍ବାନ, ଏକୁଟିଆ ଥିବା ବୟସ୍କଙ୍କ ହେଉ ଟୀକାକରଣ

By

Published : May 16, 2021, 10:52 PM IST

ଆରମ୍ଭ ହେବ ବରିଷ୍ଠ ନାଗରିକଙ୍କ ଟୀକାକରଣ। ଯାହାକୁ ନେଇ ଭୁବନେଶ୍ବର ମୁନିସିପାଲ ପକ୍ଷରୁ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା। ବରିଷ୍ଠ ନାଗରିକଙ୍କ ଟୀକାକରଣକୁ ନେଇ ରାଜଧାନୀକୁ ତିନୋଟି ଜୋନରେ କରାଯାଇଛି ଟେଷ୍ଟିଂ ସେଣ୍ଟର। ଅଧିକ ପଢ଼ନ୍ତୁ...

ବିଏମସିକୁ ବରିଷ୍ଠ ନାଗରିକଙ୍କ ଆହ୍ବାନ, ଏକୁଟିଆ ଥିବା ବୟସ୍କଙ୍କ ହେଉ ଟୀକାକରଣ
ବିଏମସିକୁ ବରିଷ୍ଠ ନାଗରିକଙ୍କ ଆହ୍ବାନ, ଏକୁଟିଆ ଥିବା ବୟସ୍କଙ୍କ ହେଉ ଟୀକାକରଣ

ଭୁବନେଶ୍ବର: ଆସନ୍ତାକାଲି ଠୁ(ସୋମବାର) ଆରମ୍ଭ ହେବ ବରିଷ୍ଠ ନାଗରିକଙ୍କ ଟୀକାକରଣ। ଯାହାକୁ ନେଇ ଭୁବନେଶ୍ବର ମୁନିସିପାଲ ପକ୍ଷରୁ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା। ବରିଷ୍ଠ ନାଗରିକଙ୍କ ଟୀକାକରଣକୁ ନେଇ ରାଜଧାନୀକୁ ତିନୋଟି ଜୋନରେ କରାଯାଇଛି ଟେଷ୍ଟିଂ ସେଣ୍ଟର। ଯେଉଁ ବରିଷ୍ଠ ନାଗରିକ ଏକାକୀ ରହିଛନ୍ତି ସେମାନେ ୧୯୨୯କୁ କଲ୍ କରି ରେଜିଷ୍ଟ୍ରେସନ କରିଥିଲେ ।

ବିଏମସିକୁ ବରିଷ୍ଠ ନାଗରିକଙ୍କ ଆହ୍ବାନ, ଏକୁଟିଆ ଥିବା ବୟସ୍କଙ୍କ ହେଉ ଟୀକାକରଣ

ବରିଷ୍ଠ ନାଗରିକଙ୍କୁ ଘରୁ ଆଣି ଟିକା ଦେବ ପ୍ରଶାସନ। ଏଭଳି ବ୍ୟବସ୍ଥାକୁ ସ୍ବାଗତ କରିଛନ୍ତି ଭୁବନେଶ୍ବରର ବରିଷ୍ଠ ନାଗରିକ । ତେବେ ଏହାପରେ ମଧ୍ୟ ଆଉ କିଛିଟା ଦିଗ ପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି ବରିଷ୍ଠ ନାଗକିକ। ରାଜଧାନୀରେ ଏମିତି ବହୁ ଏକାକୀ ବୟସ୍କ ଲୋକ ଅଛନ୍ତି ଯେଉଁମାନେ ମୋବାଇଲ ବ୍ୟବହାର ବିଷୟରେ ଜାଣି ନାହାନ୍ତି । ବିଏମସି ପକ୍ଷରୁ ଦିଆଯାଉଥିବା ସୁବିଧାର ସମ୍ପର୍କରେ ଅବଗତ ନାହାନ୍ତି।

ବିଏମସିକୁ ବରିଷ୍ଠ ନାଗରିକଙ୍କ ଆହ୍ବାନ, ଏକୁଟିଆ ଥିବା ବୟସ୍କଙ୍କ ହେଉ ଟୀକାକରଣ

ଏଦିଗରେ ସେମାନଙ୍କ ସହଯୋଗ କରିବାକୁ ବରିଷ୍ଠ ନାଗରିକ ପରାମର୍ଶ ଦେଇଛନ୍ତି । ଏଥିପ୍ରତି ଧ୍ୟାନ ଦେଇ କମିଶନରେଟ ପୋଲିସ ନିକଟରେ ପଞ୍ଜୀକୃତ ଥିବା ବରିଷ୍ଠ ନାଗରିକ ଫୋରମ ମାନଙ୍କୁ ଯୋଗାଯୋଗ କରିବାକୁ କହିଛନ୍ତି ବରିଷ୍ଠ ନାଗରିକ । ସେମାନଙ୍କ ସହଯୋଗ ନେଇ ଏହି ସବୁ ବରିଷ୍ଠ ନାଗରିକଙ୍କୁ ଟିକା ପାଇଁ ପଞ୍ଜୀକରଣ କରାଇବାକୁ ମତ ଦେଇଛନ୍ତି ।

ଅନ୍ୟପଟେ ଟିକାର ହକଦାର ବସ୍ତିରେ ରହୁଥିବା ବରିଷ୍ଠ ନାଗରିକଙ୍କ ପାଇଁ ବିଶେଷ ବ୍ୟବସ୍ଥା କରିବା ଆବଶ୍ୟକ । କାରଣ ଏବେବି ବିଏମସିର ଉପକଣ୍ଠ ମାନଙ୍କରେ ଏଭଳି ବୟସ୍କ ନାଗରିକ ରହିଛନ୍ତି ଯେଉଁମାନେ ମୋବାଇଲ ଆପ ଦ୍ବାରା ରେଜିଷ୍ଟ୍ରେସନ କରିବା ପ୍ରକ୍ରିୟା ବିଷୟରେ ଜାଣି ନାହାନ୍ତି । ଏ ବିଷୟର ସେମାନଙ୍କୁ ଅବଗତ କରାଇବା ପାଇଁ କିଛି ସାମାଜିକ କର୍ମକର୍ତ୍ତା ଆଗେଇ ଆସିବା ଦରକାର ବୋଲି କହିଛନ୍ତି ବରିଷ୍ଠ ନାଗରିକ ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ABOUT THE AUTHOR

...view details