ଓଡିଶା

odisha

ETV Bharat / city

‘ସ୍କୁଲରେ ପିଲାଙ୍କୁ ଦିଆଯାଉ ନୀତି ଶିକ୍ଷା’ - ଭୁବନେଶ୍ବର ବରିଷ୍ଠ ନାଗରିକ

ଭୁବନେଶ୍ବର ଗୀତଗୋବିନ୍ଦ ଭବନଠାରେ ବରିଷ୍ଠ ନାଗରିକ ଦିବସ ଅବ୍ୟବହିତ ପୂର୍ବରୁ ବରିଷ୍ଠ ନାଗରିକ ଦିବସ ସଂକ୍ରାନ୍ତୀୟ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଠାରେ ସ୍କୁଲ ମାନଙ୍କରେ ନୈତିକ ଶିକ୍ଷା ପ୍ରଦାନ କରାଯାଉନଥିବା ନେଇ ଆଲୋଚନା ହୋଇଛି । ତେବେ ସ୍କୁଲ ପିଲାମାନଙ୍କୁ ନୈତିକ ଶିକ୍ଷା ପ୍ରଦାନ ସମ୍ବନ୍ଧରେ ସମସ୍ତ ଶିକ୍ଷାନୁଷ୍ଠାନରେ ବ୍ୟବସ୍ଥା କରିବାକୁ ବରିଷ୍ଠ ନାଗରିକମାନେ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

By

Published : Sep 30, 2019, 6:11 PM IST

ଭୁବନେଶ୍ବର: ଅକ୍ଟୋବର 1 ବିଶ୍ବ ବରିଷ୍ଠ ନାଗରିକ ଦିବସ । ଏହାର ଅବ୍ୟବହିତ ପୂର୍ବରୁ ସ୍ଥାନୀୟ ଗୀତଗୋବିନ୍ଦ ଭବନଠାରେ ଅନୁଷ୍ଠିତ ହୋଇଯାଇଛି ବିଶ୍ବ ବରିଷ୍ଠ ନାଗରିକ ଦିବସ ସଂକ୍ରାନ୍ତୀୟ ଆଲୋଚନା ଚକ୍ର । ଦିନକୁ ଦିନ ସମାଜରେ ବରିଷ୍ଠ ନାଗରିକଙ୍କ ପ୍ରତି ନିର୍ଯାତନା ଓ ଅବହେଳା ବଢି ବଢି ଚାଲିଛି । ଏହାର ପ୍ରମୁଖ କାରଣ ସମାଜ ଓ ପରିବାରରେ ନୈତିକତାର ଅଧପତନ। ତେଣୁ ସ୍କୁଲ ପିଲାମାନଙ୍କୁ ନୀତି ଶିକ୍ଷା ସମ୍ବନ୍ଧରେ ସମସ୍ତ ଶିକ୍ଷାନୁଷ୍ଠାନରେ ବ୍ୟବସ୍ଥା କରିବାକୁ ବରିଷ୍ଠ ନାଗରିକମାନେ ଏହି ଅବସରରେ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର


ଏହି ଆଲୋଚନା ଚକ୍ରରେ ସମସ୍ତଙ୍କ ସାମାଜିକ ସୁରକ୍ଷା ପେନସନ ନେଇ ଆଲୋଚନା ହୋଇଛି । ଯେଉଁଥିରେ ସରକାରଙ୍କ ପକ୍ଷରୁ ବରିଷ୍ଠ ନାଗରିକଙ୍କୁ ଦିଆଯାଉଥିବା ବିଭିନ୍ନ ସୁବିଧା ସୁଯୋଗ ଉପରେ ଉପସ୍ଥିତି ଅତିଥି ଆଲୋକପାତ କରିଥିଲେ । ଏହା ସହିତ ପରିବାରରେ ପିଲାମାନଙ୍କ ଦ୍ବାରା ନିର୍ଯାତନା ବୃଦ୍ଧି, ସ୍ବାସ୍ଥ୍ୟ ଗତ ସମସ୍ୟା ଓ ସମାଜର ଲୋକମାନଙ୍କ ଅବହେଳା ବିଷୟରେ ଆଲୋଚନା ହୋଇଛି ।


ତେବେ ଏଥିରେ ମୁଖ୍ୟତଃ ବାପ ମାଆ ମାନେ ସେମାନଙ୍କ ପିଲାଙ୍କୁ ଭଲ ପାଠ ପଢ଼ାଇବା ପ୍ରତି ଗୁରୁତ୍ବ ଦେଉଥିବା ବେଳେ ସେମାନଙ୍କୁ ନୈତିକତା, ପାରିବାରିକ ମୂଲ୍ୟବୋଧ ଉପରେ ଶିକ୍ଷା ଦିଆଯାଉନଥିବା ଚର୍ଚ୍ଚା ହୋଇଥିଲା । ଏପରିକି ଶିକ୍ଷାନୁଷ୍ଠାନରେ ମଧ୍ୟ ପାଠ କେବଳ ଚାକିରି ଅନ୍ବେଷଣର ଏକ ମାଧ୍ୟମ ହୋଇଥିବାରୁ ପାଠ ପଢ଼ି ସାରି ପିଲାମାନେ ନିଜ ରୋଜଗାର ପାଇଁ ବାହାରକୁ ପଳାଇ ଯାଉଥିବା ପ୍ରକାଶ ପାଇଛି ।


ଏଣେ ଘରେ ବୃଦ୍ଧ ପିତାମାତା ମାନେ ଏକୁଟିଆ ଦୁଃଖ କଷ୍ଟରେ ଜୀବନ କାଟୁଛନ୍ତି । ଏହି ଆଲୋଚନା ଅବସରରେ ବରିଷ୍ଠନାଗରିକ ମାନେ ଏସଏସଇଡିପି ବିଭାଗ ପ୍ରତି ସ୍କୁଲରେ ସପ୍ତାହକୁ 2ଦିନ ନୈତିକ କ୍ଳାସ କରିବାକୁ ଗଣଶିକ୍ଷା ବିଭାଗକୁ ଚିଠି ଲେଖିବାକୁ ନିବେଦନ କରିଛନ୍ତି ।


ଏହି ଆଲୋଚନାରେ ମନ୍ତ୍ରୀ ଅଶୋକ ପଣ୍ଡା ମୁଖ୍ୟ ଅତିଥିଭାବେ ଯୋଗଦେଇ ବରିଷ୍ଠ ନାଗରିକମାନଙ୍କ ପାଇଁ ବିଭାଗ ପକ୍ଷରୁ ବହୁ ପଦକ୍ଷେପ ଗ୍ରହଣ କରାଯାଉଥିବା କହିଛନ୍ତି । ସେହିପରି ବରିଷ୍ଠ ନାଗରିକ ଦିବସକୁ ପ୍ରତି ବିଦ୍ୟାଳୟମାନଙ୍କରେ ପାଳନ କରାଯିବାକୁ ଚଳିତବର୍ଷ ଠାରୁ ବ୍ୟବସ୍ଥା ହୋଇଥିବା କହିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ନୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details