ଭୁବନେଶ୍ବର: ଚଳିତ ପଞ୍ଚାୟତ ନିର୍ବାଚନରେ ନୂଆ ରାଜନୈତିକ ସମୀକରଣ ସୃଷ୍ଟି ହୋଇଛି। ଶାସକ ଦଳ ବିଜେଡି ସପକ୍ଷରେ ଏକତରଫା ଭାବେ ମତ ଯାଇଥିବା ବେଳେ ବିଜେପି ଧରାଶାୟୀ ହୋଇଛି। ବିଜେପି ଏକ ଜାତୀୟ ଦଳ ହୋଇ ମଧ୍ୟ ତିନି ଅଙ୍କ ଛୁଇଁ ପାରିନାହିଁ ବିଜେପି। ଏ ନେଇ ପ୍ରତିକ୍ରିୟା ରଖି ନିର୍ବାଚନ ଫଳାଫଳକୁ ନେଇ ସେ ବିସ୍ମିତ ନୁହଁନ୍ତି ବୋଲି କହିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ।
ନିର୍ବାଚନ ଫଳାଫଳକୁ ନେଇ ମୁଁ ବିସ୍ମିତ ନୁହେଁ: ବିଜୟ ମହାପାତ୍ର ବିରୋଧୀ ଦଳ ମାନଙ୍କ ପାଇଁ ଏହା ଚିନ୍ତାଜନକ ବିଷୟ । ଏହାର ଆତ୍ମସମୀକ୍ଷା କରିବା ଆବଶ୍ୟକ ଅଛି। ଫଳାଫଳକୁ ନେଇ ବିରୋଧୀ ମାନଙ୍କ ପାଇଁ ଏହା ଏକ ସତର୍କ ଘଣ୍ଟି ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି ଯେ ମୁଁ ଦଳୀୟ ମତ ରଖିବାକୁ ଚାହୁଁ ନାହିଁ । ମୁଁ କୌଣସି ଦଳ ପକ୍ଷରୁ ପ୍ରଚାର କରୁନଥିଲି । ପ୍ରଚାରରେ ମୁଁ ଯିବିନାହିଁ ବୋଲି ଘୋଷଣା କରିଥିଲି । ମୋ ସହିତ କେହି ପରାମର୍ଶ କିମ୍ବା ଆଲୋଚନା କରିନାହାନ୍ତି ।
ମୁଁ ନିର୍ବାଚନରେ ଅଂଶଗ୍ରହଣ କରିନାହିଁ। କେବଳ ମୋ ଅଞ୍ଚଳରେ ଅଂଶଗ୍ରହଣ କରିଛି। କେନ୍ଦ୍ରାପଡାରେ 2017ରେ ତାଙ୍କ ପ୍ରଭାବରୁ ଦଳ ବେଶ ଭଲ ପ୍ରଦର୍ଶନ କରିଥିଲା । ଏଥର ଟିକେଟ୍ ବଣ୍ଟନ କାର୍ଯ୍ୟରେ ତାଙ୍କ ମତାମତ ନ ନେବା ଦ୍ବାରା ଏବଂ ପ୍ରଚାରରେ ତାଙ୍କୁ ସାମିଲ କରାନଯିବା ପାଇଁ ଏମିତି କିଛି ହୋଇଛି ବୋଲି ଚର୍ଚ୍ଚା ହେଉଛି । ସେ ଆହୁରି ମଧ୍ୟ କହିଛନ୍ତି ନିର୍ବାଚନରେ ଫଳାଫଳ ଯାହା ଆସିଲା ମୁଁ ବିସ୍ମିତ ନୁହଁ।
ଶାସକ ବିଜେଡି ତୃଣମୂଳ ସ୍ତରରୁ କାମ କରୁଥିଲେ ସେମାନେ ଜିତିଲେ । ଅନ୍ୟ କେଉଁ ଦଳ ଫିଲ୍ଡରେ ନ ଥିଲା । ଲୋକମାନଙ୍କ ପାଖରେ ବାଛିବାକୁ ବିକଳ୍ପ ନ ଥିଲା । ବିଜେଡି ଗୋଟେ ବର୍ଷ ଆଗରୁ ପ୍ରସ୍ତୁତି କରୁଥିଲେ। ପଞ୍ଚାୟତ ନିର୍ବାଚନର ଫଳାଫଳ ପୌରନିର୍ବାଚନରେ କିଛି ପ୍ରବାହ ଆଗରୁ ପଡୁ ନଥିଲା ଯାହା ଜଣାପଡୁଛି ବୋଲି ସେ କହିଛନ୍ତି ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ