ଭୁବନେଶ୍ବର: ବିଶ୍ୱବିଦ୍ୟାଳୟରୁ ହଟିବ ସେଲଫ ଫାଇନାନ୍ସିଂ କୋର୍ସ ! ଉତ୍କଳ ବିଶ୍ୱବିଦ୍ୟାଳୟ ପରେ ରେଭେନ୍ସା ଏବଂ ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓରେ ମଧ୍ୟ ବନ୍ଦ ହେବ କିଛି ବିଭାଗ । ସେଲଫ ଫାଇନାନ୍ସିଂ କୋର୍ସରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । 2022-23 ଶିକ୍ଷାବର୍ଷ ପାଇଁ ଉତ୍କଳ ସମେତ ରେଭେନ୍ସା ଓ ବାରିପଦା ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପଦକ୍ଷେପ ଏହି ନିଷ୍ପତ୍ତି ନେଇଛନ୍ତି ।
ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପାଖାପାଖି 8ଟି ପାଠ୍ୟକ୍ରମରେ ସେଲଫ ଫାଇନାନ୍ସିଂ କୋର୍ସ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି । ଯେଉଁଥିରେ ପିଜି, ୟୁଜି ଓ ସାର୍ଟିଫିକେଟ୍ କୋର୍ସ ରହିଛି । କିଛି ସେଲଫ ଫାଇନାନ୍ସିଂ ବିଭାଗର ସିଟ୍ ସଂଖ୍ୟାକୁ ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଛି । ବିଶ୍ବବିଦ୍ୟାଳୟଗୁଡ଼ିକର ମୋଟ ପାଠ୍ୟକ୍ରମ ପାଇଁ ସଂରକ୍ଷିତ ରହିବା ବିଜ୍ଞପ୍ତିକୁ କାର୍ଯ୍ୟକାରୀ କରିବା ଦିଗରେ ରାଜ୍ୟର 3ଟି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ନେଇଛନ୍ତି ।