ଓଡିଶା

odisha

By

Published : Sep 24, 2019, 6:04 PM IST

Updated : Sep 24, 2019, 8:42 PM IST

ETV Bharat / city

ଅଭିଯୋଗକାରୀଙ୍କୁ ଡିଜିଙ୍କ ଫୋନ କଲ, ପଚାରିଲେ ଥାନା ସହଯୋଗ କରୁଛି ତ?

'ମୋ ସରକାର' କାର୍ଯ୍ୟକ୍ରମ ସଫଳ ରୂପାୟନ ନେଇ ଥାନା ସ୍ତରରେ ସ୍ବଚ୍ଛତା ଆଣିବାକୁ ପୋଲିସ ଡିଜିଙ୍କ ପ୍ରୟାସ । ଥାନାରେ ହେଉଥିବା ଅଭିଯୋଗ ଓ ଅଭିଯୋଗକାରୀଙ୍କ ସହ କଥା ହୋଇଛନ୍ତି ପୋଲିସ ଡିଜି । ଦେଖନ୍ତୁ ପୋଲିସ ଡିଜି ବିକେ ଶର୍ମାଙ୍କ ଭିଡିଓ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଅଭିଯୋଗକାରୀଙ୍କୁ ଆସୁଛି ପୋଲିସ ଡିଜିଙ୍କ ଫୋନ କଲ । ଆଉ ସିଧାସଳଖ କଥା ହେଉଛନ୍ତି ପୋଲିସ ଡିଜି । କେବଳ କଥା ହେଉ ନାହାନ୍ତି ବରଂ ଅଭିଯୋଗକାରୀଙ୍କୁ ଥାନାରେ ପୋଲିସବାବୁ କିପରି ବ୍ୟବହାର କରୁଛନ୍ତି, ସେମାନଙ୍କୁ ଉପଯୁକ୍ତ ସହଯୋଗ କରାଯାଉଛି କି ନାହିଁ ଓ ତଦନ୍ତକୁ ନେଇ ଅଭିଯୋଗକାରୀ ସନ୍ତୁଷ୍ଟ କି ନୁହଁ, ସେ ବାବଦରେ ପୋଲିସ ଡିଜି ଫୋନରେ ପଚାରି ବୁଝିଛନ୍ତି ।

ଡିଜିଙ୍କ ପଚରା ଯାଇଥିବା ପ୍ରଶ୍ନ

ଏହିସବୁ ଫୋନକଲ ଡିଆଇଜି ଅଫିସ,ଏସପି ଅଫିସ ଓ ଓଡିଶା ଷ୍ଟେଟ କଲ ସେଣ୍ଟର ଷ୍ଟେଟ ଫରେନସିକ ଅଫିସରୁ ଆସୁଛି । ଥାନାକୁ ଆସୁଥିବା କୌଣସି ଅଭିଯୋଗକାରୀଙ୍କୁ ଏଭଳି ଫୋନ କଲ ଆସିପାରେ । କାରଣ ଆସନ୍ତା ଅକ୍ଟୋବର 2 ରୁ ଲାଗୁ ହେବାକୁ ଥିବା 'ମୋ ସରକାର ' କାର୍ଯ୍ୟକ୍ରମରେ ଥାନା ଲେବୁଲରେ ସ୍ବଚ୍ଛତା ଆଣିବାକୁ ରାଜ୍ୟ ପୋଲିସ ତପରୁ ଏଭଳି ପ୍ରୟାସ କରାଯାଉଛି ।

'ମୋ ସରକାର ' ଯୋଜନାର ସଫଳ ରୂପାୟନ ନେଇ ଅଭିଯୋଗକାରୀ ସହ ଅଭିଯୋଗ ସମ୍ପର୍କରେ ତଦାରଖ କରୁଛନ୍ତି ପୋଲିସ ଡିଜି । ତେବେ ପୋଲିସ ଡିଜି ନୟାଗଡ,ବଲାଙ୍ଗୀର ଓ ଭୁବନେଶ୍ବର ତିନୋଟି ସ୍ଥାନର ଅଭିଯୋଗକାରୀଙ୍କୁ କଲ କରି ଏସମ୍ପର୍କରେ ପଚାରି ବୁଝିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Sep 24, 2019, 8:42 PM IST

ABOUT THE AUTHOR

...view details