ଭୁବନେଶ୍ବର: ପତ୍ନୀ ଓ ପୁଅ ସାମ୍ନାରେ ନିଜକୁ ଗୁଳିକରି ଆତ୍ମହତ୍ୟା କଲେ ସିକ୍ୟୁରିଟି ଗାର୍ଡ । କ୍ୟାପିଟାଲ ଥାନା ଗଙ୍ଗନଗରରେ ଘଟିଛି ଏଭଳି ଅଭାବନୀୟ ଘଟଣା । SIS ଶକ୍ୟୁରିଟି ଗାର୍ଡ ଏଜେନ୍ସିରେ କାମ କରୁଥିଲେ ରାଜଧାନୀ ଗଙ୍ଗନଗର ବାସିନ୍ଦା କୃଷ୍ଣଚନ୍ଦ୍ର ଦାସ । ସୋମବାର ପୋଲିସ କଣ୍ଟ୍ରୋଲରୁମକୁ ଫୋନ କରିଥିଲେ କୃଷ୍ଣଚନ୍ଦ୍ର । ପୋଲିସ ପହଞ୍ଚିବା କ୍ଷଣି ପୁଅ ଓ ପତ୍ନୀ ସାମ୍ନାରେ ନିଜ ବନ୍ଧୁକରେ ନିଜ ପେଟକୁ ଗୁଳି ମାଡ଼ କରିଥିଲେ ।
ପାରିବାରିକ କଳହକୁ ନେଇ କୃଷ୍ଣଚନ୍ଦ୍ର ଏଭଳି ଚରମ ନିଷ୍ପତ୍ତି ନେଇଥିବା କଥା କହିଛନ୍ତି ତାଙ୍କ ଭାଇ । ସେପଟେ ରାଜେନ୍ଦ୍ର ନାମକ ବ୍ୟକ୍ତିଙ୍କ ସହ ଗଣ୍ଡଗୋଳ ଯୋଗୁଁ ଏଭଳି ସେ ଏଭଳି ନିଷ୍ପତ୍ତି ନେଇଥିବା କଥା କହିଛନ୍ତି କୃଷ୍ଣଚନ୍ଦ୍ରଙ୍କ ପତ୍ନୀ ଓ ଝିଅ ।