ଓଡିଶା

odisha

ETV Bharat / city

‘ସୁରକ୍ଷା ଉପକରଣ ନିର୍ମାଣକାରୀ ସଂସ୍ଥାର ଘରୋଇକରଣ ନ ହେଉ’ - privatization issue

ଦେଶରେ ବିଭିନ୍ନ ସଂସ୍ଥାକୁ ଘରୋଇକରଣ ଉପରେ ମତ ରଖିଲା ବିଜେଡି । କ୍ଷତିରେ ଚାଲୁଥିବା ସଂସ୍ଥାକୁ ଘରୋଇକରଣ କରାଗଲେ କିଛି ସମସ୍ୟା ନାହିଁ । କିନ୍ତୁ ସୁରକ୍ଷା ଉପକରଣ ନିର୍ମାଣକାରୀ ସଂସ୍ଥା କ୍ଷେତ୍ରରେ ସରକାର ବିଚାର କରିବା ଆବଶ୍ୟକ ବୋଲି କହିଲା ଦଳ । ଅଧିକ ପଢନ୍ତୁ...

‘ସୁରକ୍ଷା ଉପକରଣ ନିର୍ମାଣକାରୀ ସଂସ୍ଥାର ଘରୋଇକରଣ ନ ହେଉ’
‘ସୁରକ୍ଷା ଉପକରଣ ନିର୍ମାଣକାରୀ ସଂସ୍ଥାର ଘରୋଇକରଣ ନ ହେଉ’

By

Published : Aug 30, 2021, 9:15 PM IST

ଭୁବନେଶ୍ବର: ଦେଶରେ ବିଭିନ୍ନ ସଂସ୍ଥାକୁ ଘରୋଇକରଣ କରାଯାଉଛି । ଏ ନେଇ ପ୍ରତିକ୍ରିୟା ରଖିଛି ବିଜେଡି । ଦଳ କହିଛି ଯେ, ଯେଉଁଟା କ୍ଷତି ହେଉଛି ବିକିବାରେ କିଛି ସମସ୍ୟା ନାହିଁ । କିନ୍ତୁ ଲାଭଜନକ ସଂସ୍ଥାର ଘରୋଇକରଣ ଉପରେ ବିଚାର କରାଯାଉ । ଏହା ସହ ସୁରକ୍ଷା ଉପକରଣ ନିର୍ମାଣ କରୁଥିବା ସଂସ୍ଥାକୁ ଘରୋଇକରଣ ନ କରିବାକୁ ଦଳ ପକ୍ଷରୁ ଦାବି କରାଯାଇଛି ।

ବିଭିନ୍ନ ସଂସ୍ଥାକୁ କେନ୍ଦ୍ର ଘରୋଇକରଣ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ପ୍ରତାପ ଦେବ । ପ୍ରତାପ କହିଛନ୍ତି ଯେ, ଯେପର୍ଯ୍ୟନ୍ତ PSU ମାଲିକାନା ସରକାରଙ୍କ ପାଖରେ ରହୁଛି କିଛି ଅସୁବିଧା ନାହିଁ । କିନ୍ତୁ କିଛି ସଂସ୍ଥାକୁ ସର୍ବମୋଟ ବିକା ଯାଉଛି । ତେବେ କାହିଁକି ଓ କାହାକୁ ବିକା ଯାଉଛି ତାକୁ ଅନୁଧ୍ୟାନ କରିବାକୁ ପଡିବ। ଏହି କ୍ଷେତ୍ରରେ ଘରୋଇକରଣ ପାଇଁ କଣ ତର୍କ ରହିଛି ତାକୁ ମଧ୍ୟ ବିଚାରକୁ ନେବାକୁ ପଡିବ। ଯେଉଁ ସଂସ୍ଥା କ୍ଷତିରେ ଚାଲିଛି ବା ଆଗକୁ କ୍ଷତି ସହିବାର ଆଶଙ୍କା ରହିଛି, ତାହାକୁ ବିକିବାରେ କିଛି ସମସ୍ୟା ନାହିଁ କିନ୍ତୁ ଯାହା ଲାଭ ଜନକ ସଂସ୍ଥା କ୍ଷେତ୍ରରେ ବିଚାର କରିବାକୁ ପଡିବ ବୋଲି କହିଛନ୍ତି ପ୍ରତାପ। ଏହା ସହ ଦେଶ ସୁରକ୍ଷା ସହିତ ଜଡିତ ସଂସ୍ଥା ଘରୋଇ କାରଣ ନ କରିବା ଜରୁରୀ ବୋଲି ସେ ମତ ଦେଇଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details