ଓଡିଶା

odisha

ETV Bharat / city

ମହାଶିବରାତ୍ରୀକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି

ଆଗକୁ ଆସୁଛି ଜାଗର ଯାତ୍ରା । ତତ୍ପର ହୋଇଉଠିଛି ଶୈବପୀଠ । ପୀଠ ସାଙ୍ଗକୁ ସୁରକ୍ଷା ପାଇଁ ପୋଲିସ ପ୍ରଶାସନ ବି ପ୍ରସ୍ତୁତ । ଜାଗରରେ ମନ୍ଦିରମାଳିନୀ ସହର ଭୁବନେଶ୍ବରର ଲିଙ୍ଗରାଜ ମନ୍ଦିରକୁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଭକ୍ତମାନେ ଆସୁଥିବାରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Mar 2, 2019, 3:51 PM IST

ଭୁବନେଶ୍ବର: ଆଗକୁ ଆସୁଛି ଜାଗର ଯାତ୍ରା । ତତ୍ପର ହୋଇଉଠିଛି ଶୈବପୀଠ । ପୀଠ ସାଙ୍ଗକୁ ସୁରକ୍ଷା ପାଇଁ ପୋଲିସ ପ୍ରଶାସନ ବି ପ୍ରସ୍ତୁତ । ଜାଗରରେ ମନ୍ଦିରମାଳିନୀ ସହର ଭୁବନେଶ୍ବରର ଲିଙ୍ଗରାଜ ମନ୍ଦିରକୁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଭକ୍ତମାନେ ଆସୁଥିବାରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ଚଳିତ ବର୍ଷ କିଭଳି ଭକ୍ତମାନେ ବିନା ଅସୁବିଧାରେ ଦର୍ଶନ କରିପାରିବେ ସେନେଇ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ପୂର୍ବ ବର୍ଷ ଅପେକ୍ଷା ଅଧିକ ପାର୍କିଂର ବ୍ୟବସ୍ଥା କରାଯାଇଛି । ଏହା ସହ ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯାଇଥିବା ପୋଲିସ କମିଶନର ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି ।

ସେପଟେ ମହା ଶିବରାତ୍ରୀ ଉପଲକ୍ଷେ ଏକାମ୍ର ସଂସ୍କୃତି ପକ୍ଷରୁ ଅନୁଷ୍ଠିତ ହେଉଥିବା ଜାତୀୟ ସ୍ତରୀୟ ଭଜନ ସମାରୋହ ଚଳିତବର୍ଷ ୨୯ବର୍ଷ ପୂର୍ତ୍ତି ପାଳନ କରିବାକୁ ଯାଉଛି । ଯେଉଁଥିରେ ମୁମ୍ବାଇର ଅନୁପ ଯଲୋଟା, ଅନୁରାଧା ପୌଡୁୱାଲ, ଲାଲାଜି ଶର୍ମା (ମଥୁରା) ଇତ୍ୟାଦି ଅଂଶ ଗ୍ରହଣ କରିବେ । କାର୍ଯ୍ୟକ୍ରମରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସମେତ ବହୁ ବରିଷ୍ଠ ବ୍ୟକ୍ତି ଯୋଗଦେବେ ବୋଲି ଜଣାପଡିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details