ଭୁବନେଶ୍ବର: ସେଲ୍ପ ଫାଇନାନ୍ସିଂ କୋର୍ସ ବନ୍ଦ ଘଟଣାରେ ମୁହଁ ଖୋଲିଲେନି ସଚିବ ଶାଶ୍ବତ ମିଶ୍ର । କୋର୍ସ ଉପରେ ଲାଗିଲା ରୋକ। ବିଶ୍ବ ବିଦ୍ୟାଳୟ ଗୁଡିକରେ ଏଣିକି ରହିବନି ଏହି କୋର୍ସ । ନିୟମିତ ପାଠ୍ୟକ୍ରମରେ ମାତ୍ର ୨୦ ପ୍ରତିଶତ ସିଟ୍ ହୋଇପାରିବ ସଂରକ୍ଷଣ । ଏ ନିଷ୍ପତି ଘରୋଇ ଶିକ୍ଷା ସଂସ୍ଥା ସହ ଉଚ୍ଚ ଶିକ୍ଷା ବିଭାଗ ଓ ସଚିବଙ୍କ ମେଳ ରହିଥିବାର ଅଭିଯୋଗ ଆଣିଛନ୍ତି ବିଭିନ୍ନ ଛାତ୍ର ସଂଗଠନ । ତେବେ ଉଚ୍ଚ ଶିକ୍ଷା ବିଭାଗର ସଚିବ ଶାଶ୍ବତ ମିଶ୍ର କ୍ୟାମେରା ଆଗରୁ ମୁହଁ ଫେରାଇନେବା ସହ କୌଣସି ପତିକ୍ରିୟା ରଖିବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି ।
ରାଜ୍ୟର ବିଭିନ୍ନ ବିଶ୍ବ ବିଦ୍ୟାଳୟରେ ସେଲ୍ପ ଫାଇନାନ୍ସିଂ କୋର୍ସ ବନ୍ଦ ହେବା ଘଟଣାରେ ତେଜୁଛି ବିବାଦ । ଏପ୍ରିଲ ୧୨ରେ ଜାରି ହୋଇଥିବା ଚିଠି ଅନୁସାରେ ରାଜ୍ୟର ବିଶ୍ବ ବିଦ୍ୟାଳୟ ଗୁଡିକର ନିୟମିତ ପାଠ୍ୟକ୍ରମର ୨୦ ପ୍ରତିଶତ ସିଟ୍ ସେଲ୍ପ ଫାଇନାନ୍ସିଂ ପାଇଁ ରହିବ। କିନ୍ତୁ ଏବେ ସର୍ବ ପୁରାତନ ବିଶ୍ବ ବିଦ୍ୟାଳୟ ଉତ୍କଳରେ ୮ଟି କୋର୍ସ ବନ୍ଦ ହେବାବେଳେ, ରେଭେନ୍ସାର ୫୦୦ଟି ସିଟ୍କୁ କମେଇ ଦିଆଯାଇଛି । ଯାହାକୁ ନେଇ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଚିନ୍ତା ବଢିଛି । ସେପଟେ ଗଣମାଧ୍ୟମ ପ୍ରଶ୍ନକୁ ଏଡାଇ ଯିବାକୁ ସହ ଏ ବିଷୟରେ ମୁଁହ ଖୋଲିବାକୁ ସଚିବ ନାରାଜ ।