ଓଡିଶା

odisha

ETV Bharat / city

ଭାରତରେ କୋରୋନାର ଦ୍ବିତୀୟ ଲହରୀ, ଯୁବପୀଢ଼ିଙ୍କ ପାଇଁ ବିଗୁଡୁଛି ସ୍ଥିତି - corona update

ଭାରତରେ କୋରୋନାର ଦ୍ଵିତୀୟ ଲହରୀ ପ୍ରବେଶ କରି ସାରିଛି । ଭାରତରେ ଏଭଳି ସ୍ଥିତି ପାଇଁ ଯୁବପୀଢ଼ିଙ୍କ ପାଇଁ ଚିନ୍ତା ବଢୁଥିବା ବେଳେ କଟକଣାକୁ ମାନିବାକୁ ପରାମର୍ଶ ଦେଇଛନ୍ତି ସରକାର। ଅଧିକ ପଢନ୍ତୁ...

ଭାରତରେ କୋରୋନାର ଦ୍ବିତୀୟ ଲହରୀ, ଯୁବପୀଢ଼ିଙ୍କ ପାଇଁ ବିଗୁଡୁଛି ସ୍ଥିତି
ଭାରତରେ କୋରୋନାର ଦ୍ବିତୀୟ ଲହରୀ, ଯୁବପୀଢ଼ିଙ୍କ ପାଇଁ ବିଗୁଡୁଛି ସ୍ଥିତି

By

Published : Apr 3, 2021, 2:34 PM IST

Updated : Apr 3, 2021, 3:29 PM IST

ଭୁବନେଶ୍ବର: ଭାରତରେ କୋରୋନାର ଦ୍ଵିତୀୟ ଲହରୀ ସ୍ପର୍ଶ କରିସାରିଛି। ଦିଲ୍ଲୀ, ମହାରାଷ୍ଟ୍ର ଭଲି ରାଜ୍ୟ ଅବସ୍ଥା ଶୋଚନୀୟ। ଆମର ପଡୋଶୀ ରାଜ୍ୟ ଛତିଶଗଡ଼ ସୀମାନ୍ତବର୍ତ୍ତୀ ଜିଲ୍ଲା ଗୁଡିକ ଅଧିକ ସମ୍ବେଦନଶୀଳ ରହିଛି।

ଏପରିକି ଶିକ୍ଷାନୁଷ୍ଠାନକୁ ବାହାରୁ ଛାତ୍ରଛାତ୍ରୀ ଆସୁଥିବାବେଳେ ଶିକ୍ଷାଅନୁଷ୍ଠାନରେ ବି କୋରୋନା ପଜିଟିଭ ବାହାରିଲାଣି। ବାହାର ରାଜ୍ୟରୁ ମଧ୍ୟ ଟ୍ରେନ, ପ୍ଲେନ ଯୋଗେ ଲୋକ ଆସି କ୍ରମେ ସଂକ୍ରମଣ ବଢୁଛି। ପ୍ରାୟ ପ୍ରତ୍ୟେକ ଜିଲ୍ଲାକୁ ଛୁଇଁଲାଣି କୋରୋନା।

ଭାରତରେ କୋରୋନାର ଦ୍ବିତୀୟ ଲହରୀ, ଯୁବପୀଢ଼ିଙ୍କ ପାଇଁ ବିଗୁଡୁଛି ସ୍ଥିତି

ତେଣୁ ସମସ୍ତେ ସାମାଜିକ ଟୀକା ଓ ଭେଷଜ ଟୀକା ନିଅନ୍ତୁ। ଗାଇଡ଼ଲାଇନ ମାନନ୍ତୁ ଓ ସଂକ୍ରମଣକୁ ରୋକନ୍ତୁ। ବର୍ତ୍ତମାନ ସୁଦ୍ଧା ଦେଶରେ ୬ କୋଟି ଟୀକା ଦିଆ ସରିଲାଣି । ଚିକିତ୍ସା ପାଇଁ ସମସ୍ତ ଡାକ୍ତରଖାନା ପ୍ରସ୍ତୁତ। ଆଇସିୟୁ ବି ଖାଲି ଅଛି। ସରକାର ଚିକିତ୍ସା ଖର୍ଚ୍ଚ ବି ବହନ କରିବେ। କିନ୍ତୁ ସଚେତନ ରହିବାର ଆବଶ୍ୟକତା ଅଛି ଚିକିତ୍ସା କଥା ଚିନ୍ତା କରନ୍ତୁ ନାହିଁ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Apr 3, 2021, 3:29 PM IST

ABOUT THE AUTHOR

...view details