ଓଡିଶା

odisha

ରାଜ୍ୟରେ ବଢୁଛି ଅପରାଧ, ଆସିଲା ବର୍ଷକର ରିପୋର୍ଟ

By

Published : Nov 7, 2019, 11:36 PM IST

ଆସିଲା ବର୍ଷକର ଅପରାଧ ରିପୋର୍ଟ । ସିଏସଏନଆର (CSNR) ଏବଂ ସିଏଚଆରଆଇ (CHRI ) ମିଳିତ ଉଦ୍ୟମରେ ବର୍ଷକର କ୍ରାଇମ ରିପୋର୍ଟ ପ୍ରକାଶିତ । ଆଗକୁ ପଢନ୍ତୁ...

ଆସିଲା ବର୍ଷକର ଅପରାଧ ରିପୋର୍ଟ

ଭୁବନେଶ୍ବର: ଗୋଟିଏ ବର୍ଷ ଭିତରେ ରାଜ୍ୟରେ କେତେ ସଂଖ୍ୟାରେ ହୋଇଛି ଅପରାଧ ? ସିଏସଏନଆର (CSNR) ଏବଂ ସିଏଚଆରଆଇ (CHRI ) ମିଳିତ ଉଦ୍ୟମରେ ଆସିଲା ବର୍ଷକର କ୍ରାଇମ ରିପୋର୍ଟ ।

ଆସିଲା ବର୍ଷକର ଅପରାଧ ରିପୋର୍ଟ

୨୦୧୭ ମସିହାରେ ସିଏସଏନଆର ଏବଂ ସିଏଚଆରଆଇର ମିଳିତ ଉଦ୍ୟମରେ “ଏପ୍ରିଲ ୨୦୧୫ରୁ ମାର୍ଚ୍ଚ ୨୦୧୬” ଅବଧି ମଧ୍ୟରେ ଭୁବନେଶ୍ବର ଓ କଟକ ଅର୍ବାନ ପୋଲିସ ଥାନା ମାନଙ୍କରେ ଅପରାଧ ଏବଂ ପୋଲିସିଂ ବ୍ୟବସ୍ଥା ଉପରେ ଏକ ଶ୍ଵେତପତ୍ର ଜାରି କରିଥିଲେ ।

ବର୍ଷକର ଅପରାଧ ରିପୋର୍ଟ

ଜାନୁଆରୀ ୨୦୧୭ରୁ ମେ ୨୦୧୮ ସମୟ ସୀମା ମଧ୍ୟରେ ରାଜ୍ୟର 4ଗୋଟି ପୋଲିସ ଜିଲ୍ଲା ଯଥା ଭୁବନେଶ୍ବର, କଟକ, ଯାଜପୁର ଓ କନ୍ଧମାଳରେ ଅପରାଧ ଏବଂ ପୋଲିସିଙ୍ଗର ସ୍ଥିତି କିଛି ମାପଦଣ୍ଡ ଅନୁସାରେ ସୂଚନା ଅଧିକାର ଅଧିନିୟମ (ଆରଟିଆଇ) ଓ ରାଷ୍ଟ୍ରୀୟ ଏବଂ ରାଜ୍ୟ ଅପରାଧ ରେକର୍ଡ ବ୍ୟୁରୋ, ପୋଲିସ ଅନୁସନ୍ଧାନ ଓ ବିକାଶ ବ୍ୟୁରୋ (BPRD), ଓଡିଶା ସରକାର, ଭୁବନେଶ୍ବର-କଟକ ପୁଲିସ କମିଶନରେଟ, ରାଷ୍ଟ୍ରୀୟ ଏବଂ ରାଜ୍ୟ ମାନବ ଅଧିକାର ଆୟୋଗ, ୨୦୧୭-୧୮ ରାଜ୍ୟ ବିଧାନସଭାର ୱେବସାଇଟର ସହାୟତା ନେଇ ପ୍ରସ୍ତୁତ କରିବାର ପ୍ରୟାସ କରାଯାଇଛି । ଗୁରୁବାର ଏହି ରିପୋର୍ଟର ଉନ୍ମୋଚନ ହୋଇଛି ।

ବର୍ଷକର ଅପରାଧ ରିପୋର୍ଟ


ଅପରାଧିକ ସମୀକ୍ଷା:

ବର୍ଷ ୨୦୧୭ରେ ୧୭,୦୮୨ ଗୋଟି ଅଭିଯୋଗ ଏବଂ ଜାନୁଆରୀ-ମେ ୨୦୧୮ ମଧ୍ୟରେ ୬,୯୯୯ ଟି ଅଭିଯୋଗ ଚାରିଗୋଟି ଜିଲ୍ଲାରେ ଦାଖଲ ହୋଇଛି ।

୨୦୧୭ରେ ଭୁବନେଶ୍ବରରେ ସର୍ବାଧିକ ୭,୩୩୦ ଏବଂ ୨୦୧୮ ଜାନୁଆରୀ –ମେ ୩,୦୨୮ ଗୋଟି ଅପରାଧିକ ଅଭିଯୋଗ ଦାଖଲ ହୋଇଛି । ସହିଦ ନଗର ଥାନାରେ ସର୍ବାଧିକ ୮୬୧ ଅଭିଯୋଗ ଦାଖଲ ହୋଇଥିବା ବେଳେ “ଖଣ୍ଡଗିରି ଥାନାରେ ସର୍ବାଧିକ ୬ ଗୋଟି ହତ୍ୟା ଓ ୪୩ ଟି ଲୁଟ ଏବଂ କ୍ୟାପିଟାଲ ଥାନାରେ ସର୍ବାଧିକ ୨୩୨ ଟି ଚୋରି ମାମଲା ରୁଜୁ ହୋଇଛି । ”

ବର୍ଷକର ଅପରାଧ ରିପୋର୍ଟ

- ସେହିଭଳି କଟକରେ ୨୦୧୭ ମସିହାରେ ୩,୮୭୯ ଟି ଏବଂ ୨୦୧୮ ଜାନୁଆରୀ–ମେ ମଧ୍ୟରେ ୧,୬୯୩ ଅପରାଧିକ ମାମଲା ରୁଜୁ ହୋଇଥିବା ବେଳେ, ସର୍ବାଧିକ ଅପରାଧ ଚୌଦ୍ବାର ଥାନାରେ ୭୨୮ ଓ ବାଦାମବାଡି ଥାନାରେ ୫୧୦ ଟି ଅପରାଧିକ ମାମଲା ରୁଜୁ ହୋଇଛି ।

- ଯାଜପୁର ଜିଲ୍ଲାରେ ୨୦୧୭ ମସିହାରେ ୪,୫୪୬ ଟି ଏବଂ ୨୦୧୮ ଜାନୁଆରୀ–ମେ ମଧ୍ୟରେ ୧,୭୧୧ ମାମଲା ରୁଜୁ ହୋଇଥିବା ବେଳେ, ଧର୍ମଶାଳା ଥାନାରେ ସର୍ବାଧିକ ୮୧୬ ଟି ଏବଂ ବିଞ୍ଝାରପୁର ଥାନାରେ ୫୫୬ ଟି ଅପରାଧିକ ମାମଲା ରୁଜୁ ହୋଇଛି ।

ବର୍ଷକର ଅପରାଧ ରିପୋର୍ଟ

- ୨୦୧୭ ମସିହାରେ କନ୍ଧମାଳ ଜିଲ୍ଲାରେ ୧୩୨୭ ଟି ଏବଂ ୨୦୧୮ ଜାନୁଆରୀ–ମେ ମଧ୍ୟ ରେ ୫୬୭ କେସ୍ ରୁଜୁ ହୋଇଥିବା ବେଳେ, ଟାଉନ ଥାନାରେ ସର୍ବାଧିକ ୪୯୭ଟି ଏବଂ ବାଲିଗୁଡା ଥାନାରେ ୨୨୯ ଟି ଅପରାଧିକ ମାମଲା ରୁଜୁ ହୋଇଛି ।

ଚୋରି: ୨୦୧୭ ବର୍ଷରେ ରାଜ୍ୟରେ ୯୦୮୩ ଗୋଟି ଚୋରି କେସ ହୋଇଥିବା ବେଳେ ଚାରିଗୋଟି ଜିଲ୍ଲାରେ ୨୦୧୭ -୧୮ରେ ୩୭୬୧ ଟି କେସ ରୁଜୁ ହୋଇଛି ।

ହତ୍ୟା:୨୦୧୭ ମସିହାରେ ରାଜ୍ୟରେ ୧୦୨୭ଟା ହତ୍ୟା ଜନିତ କେସ ହୋଇଥିବା ବେଳେ ଏହି ଚାରିଗୋଟି ଜିଲ୍ଲାରେ ୨୦୮ ଟି କେସ ଏବଂ ୧୩୩ ଟି ହତ୍ୟାର ପ୍ରୟାସ (attempt to murder)କେସ ରୁଜୁ ହୋଇଛି ।

ଦୁଷ୍କର୍ମ: ୨୦୧୭ ବର୍ଷରେ ରାଜ୍ୟରେ ୨,୨୨୧ କେସ ହେଇଥିବା ବେଳେ ଏହି ଚାରିଗୋଟି ଜିଲ୍ଲାରେ ୨୦୧୭ -୧୮ ୫୯୯ ଟି କେସ ରୁଜୁ ହୋଇଛି ।

ମହିଳାଙ୍କ ବିରୋଧରେ ଅପରାଧ: ୨୦୧୭ ବର୍ଷରେ ଚାରିଗୋଟି ଜିଲ୍ଲାରେ ୧,୮୭୫ ଗୋଟି କେସ ରୁଜୁ ହୋଇଥିବା ବେଳେ ୨୦୧୮ ଜାନୁଆରୀ–ମେ ମଧ୍ୟରେ ୬୯୨ ଟି ଅଭିଯୋଗ ରୁଜୁ ହୋଇଛି । ଯୌତୁକ ଜନିତ ୬୦୦ (ଯାଜପୁର ରେ ସର୍ବାଧିକ ୨୦୭, ଭୁବନେଶ୍ବର ରେ ୧୮୪ ଏବଂ ୨୦୧୮ ରେ ), ଦୁଷ୍କର୍ମ ୪୩୨(ଭୁବନେଶ୍ବରରେ ୧୭୧,ଯାଜପୁର ରେ ୧୩୧) ୩୬୭ଟି ଅପହରଣ (ଭୁବନେଶ୍ବର ରେ ୧୫୩, ଯାଜପୁର ରେ ୧୩୧) ମାମଲା ରୁଜୁ ହୋଇଛି ।

ପୋଲିସ ଅଧିକାରୀଙ୍କ ବିରୋଧରେ ଅଭିଯୋଗ :

ଏହି ସମୟ ସୀମା ଭିତରେ ମାନବଅଧିକାର ସଂରକ୍ଷଣ ପ୍ରକୋଷ୍ଠ (ଏଚଆରପିସି), କଟକରେ୧୧୩ ଜଣ, ରାଜ୍ୟ ମାନବଧୀକାର ଆୟୋଗରେ ୩୬୬ ଜଣ, ରାଷ୍ଟ୍ରୀୟ ମାନବଧୀକାର ଆୟୋଗ ୪୩୯ ଜଣ ଓ ରିଜର୍ଭ ପୁଲିସ, ଭୁବନେଶ୍ବରଙ୍କ ପାଖରେ ୧୪ ଜଣ ପୁଲିସ ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଦାଖଲ ହୋଇଛି ।

ତଥ୍ୟ ଅନୁସାରେ ସର୍ବାଧିକ ଅଭିଯୋଗ ଇନ୍ସପେକ୍ଟର (୧୦୩ ଜଣ ), କନଷ୍ଟେବଲ (୧୬ଜଣ ), ସବ-ଇନ୍ସପେକ୍ଟର (୧୪ଜଣ ) ଓ ଆସିଷ୍ଟାଣ୍ଟ ସବ-ଇନ୍ସପେକ୍ଟର (୧୨ଜଣ) ।


ପୋଲିସ ଅଧିକାରୀଙ୍କ ସ୍ଥିତି:

- ଏହି ସମୟ ସୀମା ଭିତରେ ଚାରିଗୋଟି ଜିଲ୍ଲା ରେ ସମୁଦାୟ sanctioned ପୋଷ୍ଟ ୨୮୪୦ କିନ୍ତୁ ଅଛନ୍ତି ୨୭୦୫ ଜଣ ଅଧିକାରୀ ୧୩୫ ଜଣ ଅଧିକାରୀ କମ ।

- ଇଂନଭେଷ୍ଟିଗେଟିଙ୍ଗ ଅଫିସରଙ୍କ ସର୍ଟଫଲ ଚାରିଗୋଟି ଜିଲ୍ଲାରେ ସବୁଠୁ ବେଶି ୨୧.୮୩ %, ସବ-ଇନ୍ସପେକ୍ଟରଙ୍କର ସର୍ଟଫଲ ୩୮.୬୭ % ଓ ଆସିଷ୍ଟାଣ୍ଟ ସବ-ଇନ୍ସପେକ୍ଟର ୧୪.୩୮%।

- ୨୦୧୮ ମସିହାରେ ରେ କନ୍ଧମାଳ ଜିଲ୍ଲା ରେ ଷ୍ଟାଫ ଶର୍ଟଫଲ ସର୍ବାଧିକ ୧୯.୮୧%, ଭୁବନେଶ୍ବର ରେ ୩ %,କଟକ ରେ ୨୯.୭୭ %, ଯାଜପୁର ୦.୫ %।
- ୨୦୧୮ ମସିହାରେ ଚାରିଗୋଟି ଜିଲ୍ଲାରେ ମହିଳା ପୋଲିସଙ୍କ ସଂଖ୍ୟା ସମୁଦାୟ ପୋଲିସ ବଳର ୧୦.୦୦% ଅଟେ । କନ୍ଧମାଳ ଜିଲ୍ଲାରେ ୧୮.୫ %, ଯାଜପୁର ସର୍ବାଧିକ ୧୬ .୧୪ %,କଟକ ୧୨.୩୭ %, ଭୁବନେଶ୍ବରରେ ସର୍ବନିମ୍ନ ୩.୮୬ % କାର୍ଯ୍ୟରତ ।

ରାଜ୍ୟ ପୁଲିସ ପ୍ରଶାସନଙ୍କୁ ସୁପାରିଶ / ପ୍ରସ୍ତାବ :

1-କ୍ରାଇମ ମାପିଙ୍ଗ କରି ଏହି ଡାଟା ୱେବସାଇଟ ରେ ଦିଆଗଲେ ଜନସାଧାରଣ କ୍ରାଇମ ଟ୍ରେଣ୍ଡ ବିଷୟରେ ଜାଗୃତ ହୁଅନ୍ତେ ।

2- ୩୩ % ମହିଳା ପୋଲିସଙ୍କୁ ନିଯୁକ୍ତି ଦିଆଯାଉ ମହିଳା ଅଧିକାରୀଙ୍କୁ ସମାନ ଅଧିକାର ଦିଆଯାଉ ।

3-ପ୍ରତ୍ୟେକ ଥାନାରେ ମହିଳାଙ୍କ ପାଇଁ ଅଲଗା ଶୌଚାଳୟ ଓ ଲକଅପର ବ୍ୟବସ୍ଥା କରାଯାଉ ।

4-ମହିଳା ମାନେ କାର୍ଯ୍ୟରତ ସ୍ଥାନରେ IC (ଇନ୍ଟରନାଲ କମିଟୀ) ଗଠନ କରାଯାଉ ।

5- ପ୍ରତେକ ଥାନାକୁ ପ୍ରବେଶ ପାଇଁ ରାମ୍ପ ବ୍ୟବସ୍ଥା କରାଯାଉ।

6- ପ୍ରତେକ ଥାନା ର ସମ୍ମୁଖ ରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ପ୍ରଦତ୍ତ ଆରେଷ୍ଟ ଗାଇଡ ଲାଇନକୁ ଠିକ ଭାବରେ ଲେଖାଯାଉ ।

7-ସମସ୍ତ ଥାନାରେ ସିସିଟିଭି ଲଗାଯିବା ସଠିକ ଭାବେ ପରିଚାଳନା କରାଯାଉ ।

8- ଚାରିଗୋଟି ଜିଲ୍ଲାରେ ST ବର୍ଗରୁ ନିଯୁକ୍ତି କରାଯାଉ

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details