ଓଡିଶା

odisha

ETV Bharat / city

ବୟସ୍କଙ୍କ ଟୀକାକରଣ ଆରମ୍ଭ

ଓଡିଶାରେ ଦ୍ୱିତୀୟ ପର୍ଯ୍ୟାୟ ଟୀକାକରଣ
ଓଡିଶାରେ ଦ୍ୱିତୀୟ ପର୍ଯ୍ୟାୟ ଟୀକାକରଣ

By

Published : Mar 1, 2021, 9:16 PM IST

Updated : Mar 1, 2021, 10:36 PM IST

22:29 March 01

ଜଗତସିଂହପୁରରେ ଦ୍ୱିତୀୟ ପର୍ଯ୍ୟାୟ ଟୀକାକରଣ

ଜଗତସିଂହପୁରରେ ଦ୍ୱିତୀୟ ପର୍ଯ୍ୟାୟ ଟୀକାକରଣ

ଜଗତସିଂହପୁର : ଜିଲ୍ଲାରେ ଆଜି ବରିଷ୍ଠ ନାଗରିକଙ୍କୁ କୋଭିଡ ଟୀକାକରଣ କାର୍ଯ୍ୟକ୍ରମ ଆଜି ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ସହରର ବରିଷ୍ଠ ନାଗରିକ ମାନଙ୍କୁ ସହରାଞ୍ଚଳର ଆଶାକର୍ମୀ ମାନଙ୍କ ଦ୍ୱାରା ଚିହ୍ନଟ କରାଯାଇ ଟିକା ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ବିଜୟା ପଣ୍ଡା, ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ଡା ପ୍ରମୋଦ କୁମାର ବାରିକ, ଡ଼ କ୍ଷେତ୍ର ବାସୀ ଦାସ, ପ୍ରମୁଖ ଉପସ୍ଥିତ ଥିଲେ ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

22:16 March 01

କେନ୍ଦୁଝରରେ ଦ୍ୱିତୀୟ ପର୍ଯ୍ୟାୟ ଟୀକାକରଣ

କେନ୍ଦୁଝରରେ ଦ୍ୱିତୀୟ ପର୍ଯ୍ୟାୟ ଟୀକାକରଣ

କେନ୍ଦୁଝର :ଜିଲ୍ଲାରେ ଆଜି ଠାରୁ ସରକାରୀ ହସ୍ପିଟାଲରେ ଲୋକମାନଙ୍କୁ ଟିକା ଦିଆଯାଉଛି । କେନ୍ଦୁଝର ଜିଲ୍ଲା ସଦର ଡାକ୍ତରଖାନା ଓ 2 ଟି ଉପଖଣ୍ଡ ଡାକ୍ତରଖାନାରେ ଏନେଇ ସବୁ ବ୍ୟବସ୍ଥା ମଧ୍ୟ କରାଯାଇଛି । ସିଧା ସଳଖ ଡାକ୍ତରଖାନା ଯାଇ ପ୍ରମାଣପତ୍ର ସହ ଟିକା ନେବାକୁ ବ୍ୟବସ୍ଥା କରାଯାଇଛି । ଟିକା ନେବାକୁ ଆଗ୍ରହୀ ଲୋକମାନେ cowin.2.0 ଓ୍ବେବ୍‌ସାଇଟ୍‌ରେ ନାମ ପଞ୍ଜିକୃତ କରିପାରିବେ ।  

ତେବେ କେତେକ ରାଜ୍ୟରେ ନାମ ପଞ୍ଜୀକରଣ ପାଇଁ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖାଯାଇଛି । କୋ-ଓ୍ବିନ୍‌ ଆପ୍‌ରେ ନାମ ପଞ୍ଜିକୃତ ହୋଇପାରୁ ନଥିବାରୁ ମେଡିକାଲରେ ଦୀର୍ଘ ସମୟ ଧରି ଧାଡ଼ିରେ ଠିଆ ହୋଇ ନାଁ ରେଜିଷ୍ଟର କରୁଛନ୍ତି ଜନସାଧାରଣ । ତେବେ ଆଗକୁ ଏହାର ସମାଧାନ ହୋଇଯିବ ଓ ପାର୍ଶ୍ୱପ୍ରତିକ୍ରିୟା ନଥିବାରୁ ସମସ୍ତେ ଏହାର ସୁବିଧା ନେବା ଉଚିତ ବୋଲି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

21:44 March 01

ଟିକା ନେଲେ ବୟସ୍କ ନାଗରିକ

ରାୟଗଡାରେ ଦ୍ୱିତୀୟ ପର୍ଯ୍ୟୟ ଟୀକାକରଣ

ରାୟଗଡା : ଆଜି ଠାରୁ ଆରମ୍ଭ ହୋଇଛି ତୃତୀୟ ପର୍ଯ୍ୟାୟ ଟୀକାକରଣ ପ୍ରକ୍ରିୟା । ତୃତୀୟ ପର୍ଯ୍ୟାୟ ଟୀକାକରଣର ପ୍ରଥମ ଦିନରେ ବରିଷ୍ଠ ନାଗରିକ ମାନଙ୍କୁ ଟିକା ପ୍ରଦାନ ପ୍ରକ୍ରିୟାରେ ସାମିଲ କରାଯାଇଛି । ଏହା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଶୁଭାରମ୍ଭ କରିଛନ୍ତି ରାୟଗଡ଼ା ଜିଲ୍ଲାପାଳ ସରୋଜ କୁମାର ମିଶ୍ର ।  

ପୁର୍ବରୁ ପଞ୍ଜିକୃତ କରିଥିବା ୬୦ ଜଣ ବରିଷ୍ଠ ନାଗରିକଙ୍କୁ ଟୀକା ଦାନ ଜାରି ରହିଛି । ଅନ୍ୟ ମାନଙ୍କୁ ମଧ୍ୟ ସାମିଲ ହେବା ପାଇଁ ଅନୁରୋଧ କରିଛନ୍ତି । ବର୍ତ୍ତମାନ ମଧ୍ୟ ପଞ୍ଜିକରଣ ପ୍ରକ୍ରିୟା ଜାରି ରହିଛି । ପ୍ରଥମ ଦିନରେ ଶହେ ଜଣକୁ ଟୀକାଦାନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ଆଗାମୀ ଦିନରେ ବ୍ଲକ ସ୍ତରରେ ଏହି ଟୀକାଦାନ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ସରୋଜ କୁମାର ମିଶ୍ର ।

ରଞ୍ଜନ ରଥ, ଇଟିଭି ଭାରତ

21:18 March 01

ବୌଦ୍ଧରେ ବୟସ୍କଙ୍କ ଟୀକାକରଣ

ବୌଦ୍ଧରେ ଦ୍ୱିତୀୟ ପର୍ଯ୍ୟାୟ ଟୀକାକରଣ

ବୌଦ୍ଧ : ଜିଲ୍ଲାରେ ଆରମ୍ଭ ହେଲା ଦ୍ୱିତୀୟ ପର୍ଯ୍ୟାୟ ଟୀକାକରଣ । ସୋମବାର ବୌଦ୍ଧ ଜିଲ୍ଲା କରୋନା ପରବର୍ତ୍ତୀ ସେବା କେନ୍ଦ୍ର ପରିସରରେ ବରିଷ୍ଠ ନାଗରିକଙ୍କୁ କରୋନା ପ୍ରତିଷେଧକ ଟୀକା ପ୍ରଦାନ ଆରମ୍ଭ ହୋଇଛି । ବୌଦ୍ଧ ଜିଲ୍ଲାର ସଦର ମହକୁମା ଠାରେ 162 ଜଣ, ମନମୁଣ୍ଡା ଠାରେ ଚାରି ଜଣ ଓ ପୁରୁଣା କଟକ ଠାରେ ଚାରି ଜଣ ବରିଷ୍ଠ ନାଗରିକ ଏହି ଟିକା ଗ୍ରହଣ କରିଥିବା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ତ୍ରିଲୋଚନ ପ୍ରଧାନ ସୂଚନା ଦେଇଛନ୍ତି ।  

ଏହାଛଡା ପୂର୍ବରୁ ଟିକା ଗ୍ରହଣ କରି ନଥିବା ଆଗ ଧାଡିର କରୋନା ଯୋଦ୍ଧା ମଧ୍ୟ ଆଜି ଏହି ଟିକା ଗ୍ରହଣ କରିଥିଲେ । ସେପଟେ କରୋନା ସମୟରେ ସେବା ଯୋଗାଇଥିବା ବହୂମୁଖୀ ସ୍ବାସ୍ଥ୍ୟ କର୍ମୀଙ୍କୁ ନିୟମିତ ପାଇଁ ସରକାର ନିଷ୍ପତ୍ତି ଗ୍ରହଣ କରିଥିଲେ ମଧ୍ୟ ବୌଦ୍ଧ ଜିଲ୍ଲାର 25 ଜଣ ସ୍ବାସ୍ଥ୍ୟ କର୍ମୀଙ୍କୁ ନିୟମିତ କରାଯାଇ ନାହିଁ । ଏନେଇ ସ୍ବାସ୍ଥ୍ୟକର୍ମୀ ମାନେ ମିଳିତ ଭାବେ ଏ ସମ୍ପର୍କରେ କନ୍ଧମାଳ ସାଂସଦ ଡ଼. ଅଚ୍ୟୁତ ସାମନ୍ତ ଓ କଣ୍ଟାମାଳ ବିଧାୟକ ମହୀଧର ରଣାଙ୍କୁ ଭେଟି ପଦକ୍ଷେପ ଗ୍ରହଣ ପାଇଁ ଅନୁରୋଧ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

20:34 March 01

କୋରାପୁଟରେ ଦ୍ୱିତୀୟ ପର୍ଯ୍ୟାୟ ଟୀକା ଦାନ

କୋରାପୁଟରେ ଦ୍ୱିତୀୟ ପର୍ଯ୍ୟାୟ ଟୀକା ଦାନ

କୋରାପୁଟ : ଆଜି ସାରା ଭାରତବର୍ଷରେ ବୟସ୍କ ବ୍ୟକ୍ତିଙ୍କ ପାଇଁ କୋଭିଡ଼ ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିବା ବେଳେ କୋରାପୁଟ ଜିଲ୍ଲାର କୋଟିଆ ପଞ୍ଚାୟତରେ ଅଦ୍ଭୁତପୂର୍ବ ସଫଳତା ମିଳିଛି । ଜିଲ୍ଲା ପ୍ରଶାସନ କୋଟିଆରେ ପ୍ରଥମ ଦିନରେ 50 ରୁ 100 ଜଣଙ୍କୁ ଟୀକା ଦେବାର ଲକ୍ଷ୍ୟ ରଖିଥିବା ବେଳେ ଆଜି 114 ଜଣଙ୍କୁ ଟୀକା ଦିଆଯାଇଥିବା ଜଣାପଡିଛି । 

କୋଟିଆ ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପଲଟିଥିବା ବେଳେ ଏହି ବିଷୟକୁ ଗୁରୁତ୍ୱ ଦେଇ କୋଟିଆବାସୀଙ୍କୁ ଉତ୍ସାହିତ କରିବା ପାଇଁ କୋରାପୁଟର ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡା କୋରାପୁଟରେ ନିଜ ବାସଭବନ ନିକଟବର୍ତ୍ତୀ ସ୍ବାସ୍ଥ୍ୟକେନ୍ଦ୍ରରେ ଟୀକା ନନେଇ ସୁଦୂର କୋଟିଆ ସ୍ୱାସ୍ଥ୍ୟକେନ୍ଦ୍ରରେ କୋଟିଆବାସୀଙ୍କ ସହିତ ଏକାଠି ଟୀକା ଗ୍ରହଣ କରିଛନ୍ତି । ତାଙ୍କ ଉପସ୍ଥିତି କୋଟିଆବାସୀଙ୍କୁ ଉତ୍ସାହିତ କରିଛି ବୋଲି ପରିଡା ମତ ରଖିଛନ୍ତି । 

କୋଟିଆର କିଛି ଦୂରରେ ଥିବା ଗଞ୍ଜେଇପଦରରେ ଆନ୍ଧ୍ର ସରକାରଙ୍କ ଦ୍ୱାରା ଉପଭୋକ୍ତାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ବାବଦରେ 2250 ଟଙ୍କା ଦିଆଯାଇଥିବା ବେଳେ ଫଗୁଣସିନେରୀ ଓ ଫାଟୁସିନେରୀରେ ପଟ୍ଟାଙ୍ଗି ତହସିଲର କର୍ମଚାରୀ ଓଡିଶା ସରକାରଙ୍କ ତରଫରୁ ଗାଁ ଗାଁ ବୁଲି ଲୋକଙ୍କୁ ଜାତି ପ୍ରମାଣପତ୍ର ବାଣ୍ଟିଛନ୍ତି । ଆନ୍ଧ୍ର ସରକାରଙ୍କ ଆର୍ଥିକ ସହାୟତାର ମୋହରେ ସମ୍ପୂର୍ଣ୍ଣ ରୂପେ ବାନ୍ଧି ହୋଇ ନଯାଇ କୋଟିଆ ସ୍ବାସ୍ଥ୍ୟକେନ୍ଦ୍ରକୁ ସଂଖ୍ୟାଧିକ ମାତ୍ରାରେ କୋଟିଆ ବାସୀଙ୍କ ପହଞ୍ଚିବା ସେହି ଅଞ୍ଚଳର ଲୋକେ ଯେ ଓଡିଶା ସହିତ ରହିଛନ୍ତି, ତାହା ପ୍ରମାଣିତ ହୋଇଛି ବୋଲି ପରିଡା ମତରଖିଛନ୍ତି । ବର୍ତ୍ତମାନ ଓଡିଶା ସରକାରଙ୍କ ଦ୍ବାରା ନିଆଯାଉଥିବା ବ୍ୟାପକ ସକାରାତ୍ମକ କାର୍ଯ୍ୟକ୍ରମ ଲୋକଙ୍କ ମଧ୍ୟରେ ଏକ ନୂତନ ଆଶା ସଂଚାର କରିଥିବା ଗଦାଧର ପରିଡା ଜଣାଇଛନ୍ତି ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

Last Updated : Mar 1, 2021, 10:36 PM IST

ABOUT THE AUTHOR

...view details