ଓଡିଶା

odisha

Plus Two Evaluation: ଆସନ୍ତାକାଲିଠୁ ଦ୍ବିତୀୟ ପର୍ଯ୍ୟାୟ ଯୁକ୍ତ ଦୁଇ ମୂଲ୍ୟାୟନ

By

Published : Jun 12, 2022, 10:53 PM IST

ଆସନ୍ତାକାଲି (ସୋମବାର) ଠାରୁ ଆରମ୍ଭ ହେବ ଯୁକ୍ତ ୨ ଦ୍ବିତୀୟ ପର୍ଯ୍ୟାୟ ମୂଲ୍ୟାୟନ । ଅଧିକ ପଢନ୍ତୁ

Plus Two Evaluation: ଆସନ୍ତକାଲିଠୁ ଦ୍ବିତୀୟ ପର୍ଯ୍ୟାୟ ଯୁକ୍ତ ଦୁଇ ମୂଲ୍ୟାୟନ
Plus Two Evaluation: ଆସନ୍ତକାଲିଠୁ ଦ୍ବିତୀୟ ପର୍ଯ୍ୟାୟ ଯୁକ୍ତ ଦୁଇ ମୂଲ୍ୟାୟନ

ଭୁବନେଶ୍ବର:ଆସନ୍ତାକାଲି (ସୋମବାର) ଠାରୁ ଆରମ୍ଭ ହେବ ଯୁକ୍ତ ୨ ଦ୍ବିତୀୟ ପର୍ଯ୍ୟାୟ ମୂଲ୍ୟାୟନ (Plus Two Evaluation) । ଉଭୟ ଅଫଲାଇନ ଓ ଅନଲାଇନ ମାଧ୍ୟରେ ହେବ ଖାତାଦେଖା । ଏଥିପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ପକ୍ଷରୁ ରାଜ୍ୟରେ ମୋଟ ୧୦୧ ମୂଲ୍ୟାଙ୍କନ କେନ୍ଦ୍ର କରାଯାଇଛି ।

ଅଫଳାଇନ ପାଇଁ ୬୪ଟି ଓ ଅନଲାଇନ ପାଇଁ ୩୭ଟି କେନ୍ଦ୍ର ହୋଇଛି । ଜୁଲାଇ ମାସ ଶେଷ ସପ୍ତାହରେ ଫଳ ପ୍ରକାଶ କରିବା ଲକ୍ଷ୍ୟ ରଖିଛି CHSE । ଏହି ମୂଲ୍ୟାୟନ ଦୁଇଟି ସିଫ୍ଟରେ ଚାଲୁଛି । ପ୍ରଥମ ସିଫ୍ଟରେ 7ଟା 30 ରୁ 12 ଟା 30 ଓ ଦ୍ବିତୀୟ ସିଫ୍ଟରେ 1ଟାରୁ 6 ଟା ପର୍ଯ୍ୟନ୍ତ ଖାତା ମୂଲ୍ୟାୟନ କରୁଛନ୍ତି ଅଧ୍ୟାପକ ।

ଗରମ ଦୃଷ୍ଟିରୁ ଏସି ଓ ଫ୍ୟାନର ବ୍ୟବସ୍ଥା କରାଯାଇଛି । ପିଇବା ପାଇଁ ପାଣିର ମଧ୍ୟ ବ୍ୟବସ୍ଥା କରାଯାଇଛି । ସୂଚନା ଅନୁଯାୟୀ ରାଜ୍ୟରେ ଯୁକ୍ତ ଦୁଇ ପରୀକ୍ଷା ଜୁନ ୨ ତାରିଖରେ ଆରମ୍ଭ ହୋଇଥିବାବେଳେ ପ୍ରଥମ ପର୍ଯ୍ୟାୟର ମୂଲ୍ୟାୟନ ସରିଛି । ତେବେ ସୋମବାର ଠାରୁ ଆରମ୍ଭ ହେବ ଦ୍ବିତୀୟ ପର୍ଯ୍ୟାୟର ମୂଲ୍ୟାୟନ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details