ଓଡିଶା

odisha

ETV Bharat / city

ଆଜି ଭୁବନେଶ୍ବରରେ ପହଞ୍ଚିବ ଦ୍ବିତୀୟ ପର୍ଯ୍ୟାୟ କୋଭିସିଲ୍ଡ ଟିକା - କୋଭିସିଲ୍ଡ ଟିକା

ଓଡିଶାରେ ଆଜି ପହଞ୍ଚିବ ଦ୍ବିତୀୟ ପର୍ଯ୍ୟାୟ କୋଭିଡ ଟିକା କୋଭିସିଲ୍ଡ । ପ୍ରଥମ ପର୍ଯ୍ୟାୟରେ ଆସିଥିଲା 4.08 ଲକ୍ଷ ଡୋଜ କୋଭିସିଲ୍ଡ ଟିକା ଆସିଥିଲା । ଅଧିକ ପଢନ୍ତୁ...

ଆଜି ଆସିବ ଦ୍ବିତୀୟ ପର୍ଯ୍ୟାୟ କୋଭିସିଲ୍ଡ ଟିକା
ଆଜି ଆସିବ ଦ୍ବିତୀୟ ପର୍ଯ୍ୟାୟ କୋଭିସିଲ୍ଡ ଟିକା

By

Published : Jan 19, 2021, 11:31 AM IST

ଭୁବନେଶ୍ବର: ଆଜି ପହଞ୍ଚିବ ଦ୍ବିତୀୟ ପର୍ଯ୍ୟାୟ କୋଭିଡ ଟିକା । ପୁନେ ସେରମ ଇନଷ୍ଟିଚ୍ୟୁଟରୁ ଆସୁଛି କୋଭିସିଲ୍ଡ ଟିକା । ଏଥର 10 ଡୋଜ ବିଶିଷ୍ଟ 33 ହଜାର 500 ଡୋଜ ଆସିବ । ସମସ୍ତ ଟିକା ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ଅଣାଯିବ । ଅପରାହ୍ନ 4ଟା 25ରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବ ଟିକା ।

ସୂଚନାଯୋଗ୍ୟ, ଗତ 16 ତାରିଖରେ ଦେଶବ୍ୟାପୀ ମେଗା କୋରୋନା ଟିକାକରଣ ଅଭିଯାନ ଆରମ୍ଭ ହୋଇଯାଇଛି । ଆଜି ପ୍ରଥମ ପର୍ଯ୍ୟାୟର ତୃତୀୟରେ ଦିନରେ ପହଞ୍ଚିଛି ଟିକାକରଣ। ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ କୋଭାକ୍ସିନ ଓ ସେରମ ଇନଷ୍ଟିଚ୍ୟୁଟ ପକ୍ଷରୁ କୋଭିସିଲ୍ଡ ଟିକା ଆସି ପହଞ୍ଚିଥିଲା । ପ୍ରଥମ ପର୍ଯ୍ୟାୟର ପ୍ରଥମ ଦିନରେ 4.08 ଲକ୍ଷ ଡୋଜ କୋଭିସିଲ୍ଡ ଟିକା ଆସିଥିଲା ।

ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ପ୍ରଥମ ଦିନରେ 161 କେନ୍ଦ୍ରରେ 13 ହଜାର 980 ଜଣ ସ୍ବାସ୍ଥ୍ୟସେବା କର୍ମଚାରୀଙ୍କୁ ଟିକା ଦିଆଯାଇଥିବା । ଗତକାଲି ମୋଟ 380 ଟି ସେସନରେ ସନ୍ଧ୍ୟା 6ଟା ସୁଦ୍ଧା 30, 161 ସ୍ବାସ୍ଥ୍ୟକର୍ମୀଙ୍କ ଟିକାକରଣ କରାଯାଇଥିଲା ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details