ଭୁବନେଶ୍ବର: ଶେଷ ହୋଇଛି ଲୋକସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନ । ଦେଶର 11 ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର 95 ଟି ଲୋକସଭା ଆସନ ପାଇଁ ହୋଇଥିଲା ମତଦାନ । ତେବେ ଦ୍ବିତୀୟ ପର୍ଯ୍ୟାୟରେ ଓଡିଶାର 5 ଲୋକସଭା ଆସନ ପାଇଁ ମତଦାନ ଗ୍ରହଣ କରାଯାଇଛି । ଏହି 5 ଲୋକସଭା ଆସନରେ ସର୍ବମୋଟ 72 ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି ।
ବରଗଡ ଲୋକସଭା ଆସନରେ 77.57 ପ୍ରତିଶତ ମତଦାନ ହୋଇଥିବା ବେଳେ ବଲାଙ୍ଗୀରରେ 72.42 ପ୍ରତିଶତ ଭୋଟ ଗ୍ରହଣ କରାଯାଇଛି । ସେହିପରି କନ୍ଧମାଳ ଲୋକସଭା ଆସନରେ 72.88 ପ୍ରତିଶତ, ସୁନ୍ଦରଗଡରେ 71.44 ପ୍ରତିଶତ ଏବଂ ଆସ୍କା ଲୋକସଭା ଆସନରେ 66.30 ପ୍ରତିଶତ ଭୋଟର ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି ।