ଭୁବନେଶ୍ବର: ଆଜି (ଶୁକ୍ରବାର) ବସିବ ବିଧାନସଭା ବଜେଟ ଅଧିବେଶନର ଦ୍ଵିତୀୟ ପର୍ଯ୍ୟାୟ । ଏଥିପାଇଁ ବିଧାୟକ ସମେତ ସମସ୍ତ ମନ୍ତ୍ରୀ ଓ ବାଚସ୍ପତିଙ୍କ କୋଭିଡ ଟେଷ୍ଟ କରାଯାଉଛି । ଏହାସହ ବିଧାନସଭାରେ ବିରୋଧୀ ସରକାରଙ୍କୁ ଘେରିବା ପାଇଁ ଲମ୍ବା ତାଲିକା ପ୍ରସ୍ତୁତ କରିଛନ୍ତି । ସେପଟେ ସରକାରୀ ଦଳ ମଧ୍ୟ ଏହି ଅଧିବେଶନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ।
ଆଜିଠୁ ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ - second phase budget session
ଆଜି ବସିବ ବିଧାନସଭା ବଜେଟ ଅଧିବେଶନର ଦ୍ଵିତୀୟ ପର୍ଯ୍ୟାୟ । ଅଧିବେଶନରେ ସରକାରଙ୍କୁ ଘେରିବାକୁ ଲମ୍ବା ତାଲିକା ପ୍ରସ୍ତୁତ କରୁଛନ୍ତି ବିରୋଧୀ । ଅଧିକ ପଢନ୍ତୁ...
![ଆଜିଠୁ ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ, ଉଠିବ ଜଙ୍ଗଲ ନିଆଁ ପ୍ରସଙ୍ଗ](https://etvbharatimages.akamaized.net/etvbharat/prod-images/768-512-10964804-thumbnail-3x2-bbsr.jpg)
ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ, ଉଠିବ ଜଙ୍ଗଲ ନିଆଁ ପ୍ରସଙ୍ଗ
ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ, ଉଠିବ ଜଙ୍ଗଲ ନିଆଁ ପ୍ରସଙ୍ଗ
ଏପରିକି ରାଜ୍ୟରେ ଏବେ ଅଧିକାଂଶ ଜଙ୍ଗଲରେ ନିଆଁ ଲାଗିଛି । ଯାହାକୁ ବିରୋଧୀ ଦଳ ଅନ୍ୟ ପ୍ରମୁଖ ମୁଦ୍ଦା କରିବେ ବୋଲି ଜଣାପଡିଛି । କାମ୍ପା ଫଣ୍ଡର ସଠିକ ବିନିଯୋଗ ନହେବା ଭଳି ସଙ୍ଗୀନ ଅଭିଯୋଗ ମଧ୍ୟ ଆଣିଛନ୍ତି ବିରୋଧୀ । ଏହାବ୍ୟତୀତ ରାଜ୍ୟରେ ଆଇନଶୃଙ୍ଖଳା ଏବଂ ଶିଶୁ ଓ ନାରୀମାନଙ୍କ ପ୍ରତି ବଢୁଥିବା ଅତ୍ୟାଚାର ଆଦିକୁ ଦଳ ପ୍ରସଙ୍ଗ କରିବ । ସେପଟେ ସରକାରଙ୍କ ପକ୍ଷରୁ ମଧ୍ୟ ସମସ୍ତ ପ୍ରସ୍ତୁତି କରାଯାଇଛି । କେନ୍ଦ୍ରୀୟ ଅବହେଳା ଏବଂ ଗଠନମୂଳକ ଆଲୋଚନାକୁ ସାମ୍ନା କରିବା ପାଇଁ ସରକାର ପ୍ରସ୍ତୁତ ରହିଛନ୍ତି ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ
Last Updated : Mar 12, 2021, 7:03 AM IST