ଭୁବନେଶ୍ବର:ଆଜି ହେଉଛି ଶ୍ରାବଣ ମାସର ଦ୍ବିତୀୟ ସୋମବାର । ବିଶ୍ବାସ ରହିଛି ଶ୍ରାବଣ ସୋମବାର ମହାଦେବଙ୍କ ଜଳଲାଗି କଲେ ସମସ୍ତ ମନୋସ୍କାମନା ପୂରଣ ହୋଇଥାଏ । ସେଥିପାଇଁ ପାଇଁ ଭକ୍ତଟିଏ କାହିଁ କେତେ ଦୂରରୁ ଧାଇଁ ଆସି ଭୋଳାବାବାଙ୍କୁ ଜଳଲାଗି କରିଥାଏ । ହେଲେ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭକ୍ତ-ଭଗବାନଙ୍କ ମଧ୍ୟରେ ପାଚେରୀ ହୋଇ ଛିଡା ହୋଇଛି ମହାମାରୀ କୋରୋନା ।
ପ୍ରଥମ ସୋମବାର ପରି ଦ୍ବିତୀୟ ସୋମବାର ମଧ୍ୟ ଖାଁ ଖାଁ ପଡିଛି ଶୈବପୀଠ । ସୂର୍ଯ୍ୟ ଉଦୟ ହେଲା ବେଳକୁ ଯେଉଁଠି ଶିବ ଭକ୍ତଙ୍କ କୋଳାହଳରେ ମନ୍ଦିର ଫାଟି ପଡୁଥିଲା ତାହା ଏବେ ଜନଶୂନ୍ୟ । କୋରୋନା ମୁକାବିଲାକୁ ଆଖିରେ ରାଜ୍ୟ ସରକାର ଚଳିତ ବର୍ଷ ବୋଲବମ ଯାତ୍ରା ଉପରେ କଟକଣା ଜାରି କରିଛନ୍ତି । ଏନେଇ ବିଭିନ୍ନ ଜିଲ୍ଲାରେ କଟକଣା ଲାଗୁ ହୋଇଛି । ତେଣୁ ଏବର୍ଷ ବି ଭକ୍ତ ଓ ଭଗବାନର ମିଳନ ହୋଇପାରିନାହିଁ ।