ଭୁବନେଶ୍ବର: ରାଜଧାନୀରେ ନିର୍ମାଣ ହେବ ତୃତୀୟ ଫୁଟ ଓଭର ବ୍ରିଜ। 16 ନମ୍ବର ଜାତୀୟ ରାଜପଥର ସହିଦନଗର-ସତସଙ୍ଗ ବିହାର ମଧ୍ୟରେ ହେବ ଏହି ଫୁଟ ଓଭର ବ୍ରିଜ। ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଭୁବନେଶ୍ୱର ସ୍ଥିତ ଜାତୀୟ ରାଜପଥ ପ୍ରାଧିକରଣର ପ୍ରକଳ୍ପ ନିର୍ଦେଶକଙ୍କ ନିକଟକୁ ଏନେଇ ଆସିଛି ଚିଠି।
ତେବେ1 କିଲୋମିଟର 300ମିଟର ଲମ୍ବା ହେବ ଫୁଟ ଓଭର ବ୍ରିଜ। ପ୍ରଥମ ପର୍ଯ୍ୟାୟରେ 1 କୋଟି 25ଲକ୍ଷ ଟଙ୍କା ଅନୁମୋଦନ ହୋଇଥିବା ସୂଚନା। ଏହି ପ୍ରକଳ୍ପ ପାଇଁ ଖୁବଶୀଘ୍ର ଡ୍ରଇଂ ଓ ଖର୍ଚ୍ଚ ଅଟକଳ ପ୍ରସ୍ତୁତ କରିବାକୁ କୁହାଯାଇଛି।