ଭୁବନେଶ୍ବର: ରାଜ୍ୟ ବିଜେପିର ଚାଲିଛି ଦୁଇଦିନିଆ କାର୍ଯ୍ୟକାରିଣୀ ବୈଠକ ( State Executive Meeting) । ରାଜ୍ୟରେ ଦେଖାଦେଇଥିବା ବିଭିନ୍ନ ସମସ୍ୟା ସହିତ ଆଇନଶୃଙ୍ଖଳା ପରିସ୍ଥିତି ଉପରେ କାର୍ଯ୍ୟକାରିଣୀ ବୈଠକରେ ଆଲୋଚନା ଚାଲିଛି। ଏନେଇ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ କାଳନ୍ଦୀ ସାମଲ ସୂଚନା ଦେଇଛନ୍ତି ।
ରାଜ୍ୟ ବିଜେପିର ଦୁଇଦିନିଆ କାର୍ଯ୍ୟକାରିଣୀ ବୈଠକ ଚାଲିଛି । ଏହି ବୈଠକରେ ବିଜେପି ରାଜ୍ୟରେ ଆଗାମୀ କାର୍ଯ୍ୟପନ୍ଥା ନେଇ ଆଲୋଚନା କରୁଛି। ଓଡ଼ିଶାରେ ଦେଖୁଥିବା ବିକାଶ କେନ୍ଦ୍ର ସରକାର କରିଛନ୍ତି। ଋଣ କରୁଥିବା ଟଙ୍କାର ସୁଧ ବି ରାଜ୍ୟ ସରକାର ଦେଇପାରୁନାହାନ୍ତି । ପିସି କାରବାର ଜୋରଦାର ଚାଲିଛି । ଏହାକୁ ବିଜେପି ଲୋକଙ୍କ ପାଖରେ ପହଞ୍ଚାଇବ। ସାରା ଓଡିଶା ମମିତା ମେହେର ଘଟଣାକୁ ନେଇ ଲଢୁଛି। ଓଡ଼ିଶାର କେତେଜଣ ମୁଷ୍ଟିମେୟ ପୋଲିସ ଅପରାଧୀକୁ ଖସାଇ ଦେଇଛନ୍ତି ନ୍ୟାୟ ମିଳୁନାହିଁ । ଆଇନକୁ ତା ବାଟରେ ଚାଲିବାକୁ ଦିଆଯାଉ ବୋଲି କାର୍ଯ୍ୟକାରିଣୀରେ ସରକାରଙ୍କୁ ଚେତାବନୀ ଦିଆଯାଇଛି । ଦୋଷୀକୁ ସ୍ବୀକୃତି ଦେଇ ମୁଖ୍ୟମନ୍ତ୍ରୀ ମଞ୍ଚରେ ବସେଇଲେ । ଏବେ ଆହ୍ବାନ ଦେଉଛୁ ମମିତା ମେହେର ଘଟଣାରେ ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦିଅନ୍ତୁ ।