ଭୁବନେଶ୍ବର:ନାମାଙ୍କନ ସମୟରେ ଲାଗୁଛି ଭିଡ । ଭିଡ ଲଗାଉଛନ୍ତି ନେତା ଓ କର୍ମୀ । କୋଭିଡ ଗାଇଡ ଲାଇନର ହେଉଛି ଉଲ୍ଲଙ୍ଘନ । ତୁରନ୍ତ ଏନେଇ ନିଆଯାଉ କାର୍ଯ୍ୟାନୁଷ୍ଠାନ । ଏହା ସହ ଡିଏସପି Rankର ଅଧିକାରୀଙ୍କୁ କୋଭିଡ ପର୍ଯ୍ୟବେକ୍ଷକ ଦାୟିତ୍ବ ଦିଆଯାଉ । ଏହି ଅନୁରୋଧ ନେଇ ପୋଲିସ ମହାନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ନିର୍ବାଚନ କମିଶନରଙ୍କ ସଚିବ ରବୀନ୍ଦ୍ର ସାହୁ ।
ରାଜ୍ୟ ନିର୍ବାଚନ କମିଶନରଙ୍କ ସଚିବ ଚିଠିରେ ଦର୍ଶାଇଛନ୍ତି ଯେ, ନାମାଙ୍କନ ପ୍ରକ୍ରିୟା 17 ରୁ ଆରମ୍ଭ ହୋଇଥିବାବେଳେ 21 ତାରିଖରେ ସରିବ । ନାମାଙ୍କନ ପତ୍ର ଦାଖଲ ବେଳେ ଭିଡ ଜମୁଥିବା ଦେଖିବାକୁ ମିଳୁଛି । କେତେକ ସ୍ଥାନରେ ପ୍ରାର୍ଥୀ ଓ ରାଜନୈତିକ ଦଳ ଗାଇଡଲାଇନ ଉଲ୍ଲଂଘନ କରୁଥିବା ଦେଖିବାକୁ ମିଳିଛି । ତେଣୁ ନିୟମକୁ କଡାକଡି ସହ ପାଳନ କରାଯାଉ ବୋଲି କମିଶନରଙ୍କ ସଚିବ ପୋଲିସ ଡିଜିଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ।