ଭୁବନେଶ୍ବର: ରାଜ୍ୟରେ ଏପର୍ଯ୍ୟନ୍ତ ଚିହ୍ନଟ ହୋଇନାହାଁନ୍ତି ଓବିସି । ଓଡ଼ିଶାରେ ଏସଇବିସି ଜନଗଣନା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଏପରି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।
ଜାତିଭିତିକ ଗଣନା ହେବା ଦରକାର । ସରକାର କଣ ପାଇଁ ଏ ପର୍ଯ୍ୟନ୍ତ ଓବିସି ଗଣନା କରୁନାହାନ୍ତି ବୋଲି ସରକାରଙ୍କୁ ପ୍ରଶ୍ନ କରିଛନ୍ତି ନିରଞ୍ଜନ । ଏ ସମ୍ପର୍କରେ ତଥ୍ୟ ରହିବା ଆବଶ୍ୟକ । ବିଜେପି-ବିଜେଡି ରାଜ୍ୟରେ ୧୦ ବର୍ଷ ଭାଗିଦାରୀରେ ସରକାର ଚଳାଇଥିଲେ । ବିଜୁ ବାବୁ ମଧ୍ୟ ଓବିସିଙ୍କ କଥା କହିଥିବା ସେ କହିଛନ୍ତି ।