ଓଡିଶା

odisha

ସ୍ୱାଭାବିକ ବର୍ଷା ଠାରୁ ୧ ପ୍ରତିଶତ କମ ବର୍ଷା ରେକର୍ଡ

ଲଘୁଚାପ ପ୍ରଭାବରେ ପ୍ରାୟ ସବୁ ଜିଲ୍ଲାରେ ବର୍ଷାର ସ୍ଥିତି ଠିକ ରହିଛି। ଜୁନ ୧ତାରିଖରୁ ୨୧ ଅଗଷ୍ଟ ପର୍ଯ୍ୟନ୍ତ ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ସ୍ଥିତି ଜାରି ରହିଛି । ସେପଟେ କିନ୍ତୁ ସ୍ୱାଭାବିକ ବର୍ଷା ଠାରୁ ୧ ପ୍ରତିଶତ କମ ବର୍ଷା ରେକର୍ଡ ହୋଇଛି। ଅଧିକ ପଢନ୍ତୁ..

By

Published : Aug 21, 2020, 4:33 PM IST

Published : Aug 21, 2020, 4:33 PM IST

ସ୍ୱାଭାବିକ ବର୍ଷା ଠାରୁ ୧ ପ୍ରତିଶତ କମ ବର୍ଷା ରେକର୍ଡ
ସ୍ୱାଭାବିକ ବର୍ଷା ଠାରୁ ୧ ପ୍ରତିଶତ କମ ବର୍ଷା ରେକର୍ଡ

ଭୁବନେଶ୍ବର: ସାରା ରାଜ୍ୟରେ ଜାରି ରହିଛି ପ୍ରବଳ ବର୍ଷା । ଲଘୁଚାପ ପ୍ରଭାବରେ ପ୍ରାୟ ସବୁ ଜିଲ୍ଲାରେ ବର୍ଷାର ସ୍ଥିତି ଠିକ ରହିଛି। ଜୁନ ୧ତାରିଖରୁ ୨୧ ଅଗଷ୍ଟ ପର୍ଯ୍ୟନ୍ତ ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ସ୍ଥିତି ଜାରି ରହିଛି । ଫଳରେ ଜୁନ ୧ ରୁ ୨୧ ଅଗଷ୍ଟ ୨୦୨୦ ମଧ୍ୟରେ ଓଡ଼ିଶାରେ ୮୧୫.୪ ମିମି ବର୍ଷା ରେକର୍ଡ ହୋଇଛି ।

ଯାହା ସ୍ୱାଭାବିକ ବର୍ଷା ୮୨୩ ମିମି ଠାରୁ ୧ % ପ୍ରତିଶତ କମ ରହିଛି । ୧ ଜୁନ ରୁ ୨୧ ଅଗଷ୍ଟ ୨୦୨୦ ମଧ୍ୟରେ ଓଡ଼ିଶାର ୨ଟି ଜିଲ୍ଲା ଖୋର୍ଦ୍ଧା (-୨୭%), ଏବଂ ବାଲେଶ୍ୱର (-୨୩%), ଠାରେ ସ୍ୱାଭାବିକ ବର୍ଷା ଠାରୁ କମ ବର୍ଷା ରେକର୍ଡ କରାଯାଇଛି।

ସେହିପରି ୧ ଜୁନ ରୁ ୨୧ ଅଗଷ୍ଟ ୨୦୨୦ ମଧ୍ୟରେ ଓଡ଼ିଶାର ୨୭ ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ କରାଯାଇଛି। ୧ ଜୁନ ରୁ ୨୦ ଅଗଷ୍ଟ ୨୦୨୦ ମଧ୍ୟରେ ଓଡ଼ିଶାର ଗୋଟିଏ ଜିଲ୍ଲା ମାଲକାନଗିରି ରେ ସ୍ୱାଭାବିକ ବର୍ଷା ଠାରୁ ୫୭% ପ୍ରତିଶତ ଅଧିକ ବର୍ଷା ରେକର୍ଡ କରାଯାଇଛି।

ଅନ୍ୟପକ୍ଷରେ ୨୧ ଅଗଷ୍ଟ ୨୦୨୦ ମଧ୍ୟରେ ଖୋର୍ଦ୍ଧା ରେ ସର୍ବନିମ୍ନ ୫୫୮.୨ ମିମି ବର୍ଷା ହୋଇଛି । ଯାହା ସ୍ଵାଭାଵିକ ବର୍ଷା ୭୬୪.୭ ମିମି ଠାରୁ ୨୭% ପ୍ରତିଶତ କମ ବୋଲି ରେକର୍ଡ କରାଯାଇଛି। ସେହିପରି ୧ ଜୁନ ରୁ ୨୧ ଅଗଷ୍ଟ ୨୦୨୦ ମଧ୍ୟରେ ମାଲକାନଗିରି ଜିଲ୍ଲାରେ ସର୍ବାଧିକ ୧୪୦୮.୬ ମିମି ଯାହା ସ୍ୱାଭାବିକ ବର୍ଷା ୮୯୯.୯ ମିମି ଠାରୁ ୫୭% ପ୍ରତିଶତ ଅଧିକ ରହିଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details