ଓଡିଶା

odisha

ରେକର୍ଡ ହେଲା ଋତୁକାଳୀନ ବର୍ଷା, କମିଛି ଦୁଇ ପ୍ରତିଶତ

ଏ ପର୍ଯ୍ୟନ୍ତ ସ୍ୱାଭାବିକ ବର୍ଷା ଠାରୁ ୨ ପ୍ରତିଶତ କମ ବର୍ଷା ରେକର୍ଡ ହୋଇଛି । ୨୦ ଅଗଷ୍ଟ ଯାଏଁ ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀର ସ୍ଥିତି ୧ ଜୁନ ରୁ ୨୦ ଅଗଷ୍ଟ ୨୦୨୦ ମଧ୍ୟରେ ଓଡ଼ିଶାରେ ୭୯୫.୯ ମିମି ବର୍ଷା ରେକର୍ଡ ହୋଇଛି । ଫଳର ଗୁରୁବାର ଋତୁକାଳୀନ ବର୍ଷା ରେକର୍ଡ କରାଯାଇଛି । ଅଧିକ ପଢନ୍ତୁ..

By

Published : Aug 20, 2020, 4:32 PM IST

Published : Aug 20, 2020, 4:32 PM IST

ରେକର୍ଡ ହେଲା ଋତୁ କାଳୀନ ବର୍ଷା
ରେକର୍ଡ ହେଲା ଋତୁ କାଳୀନ ବର୍ଷା

ଭୁବନେଶ୍ବର: ଗୁରୁବାର ଋତୁକାଳୀନ ବର୍ଷା ରେକର୍ଡ । ଏ ପର୍ଯ୍ୟନ୍ତ ସ୍ୱାଭାବିକ ବର୍ଷା ଠାରୁ ୨ ପ୍ରତିଶତ କମ ବର୍ଷା ରେକର୍ଡ ହୋଇଛି । ୨୦ ଅଗଷ୍ଟ ଯାଏଁ ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀର ସ୍ଥିତି ୧ ଜୁନ ରୁ ୨୦ ଅଗଷ୍ଟ ୨୦୨୦ ମଧ୍ୟରେ ଓଡ଼ିଶାରେ ୭୯୫.୯ ମିମି ବର୍ଷା ରେକର୍ଡ ହୋଇଛି ।

ଯାହା ସ୍ୱାଭାବିକ ବର୍ଷା ୮୧୧.୫ ମିମି ଠାରୁ ୨ % ପ୍ରତିଶତ କମ । ୧ ଜୁନ ରୁ ୨୦ ଅଗଷ୍ଟ ୨୦୨୦ ମଧ୍ୟରେ ଓଡ଼ିଶାର ୨ଟି ଜିଲ୍ଲା ଖୋର୍ଦ୍ଧା (-୨୬%), ଏବଂ ବାଲେଶ୍ୱର (-୨୪%), ଠାରେ ସ୍ୱାଭାବିକ ବର୍ଷା ଠାରୁ କମ ବର୍ଷା ରେକର୍ଡ କରାଯାଇଛି ।

୧ ଜୁନ ରୁ ୨୦ ଅଗଷ୍ଟ ୨୦୨୦ ମଧ୍ୟରେ ଓଡ଼ିଶାର ୨୭ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ କରାଯାଇଛି । ୧ ଜୁନ ରୁ ୨୦ ଅଗଷ୍ଟ ୨୦୨୦ ମଧ୍ୟରେ ଓଡ଼ିଶାର ଗୋଟିଏ ଜିଲ୍ଲା ମାଲକାନଗିରିରେ ସ୍ୱାଭାବିକ ବର୍ଷା ଠାରୁ ୫୦% ପ୍ରତିଶତ ଅଧିକ ବର୍ଷା ରେକର୍ଡ କରାଯାଇଛି ।

୧ ଜୁନ ରୁ ୨୦ ଅଗଷ୍ଟ ୨୦୨୦ ମଧ୍ୟରେ ଖୋର୍ଦ୍ଧାରେ ସର୍ବନିମ୍ନ ୫୫୭.୫ ମିମି ଯାହା ସ୍ଵାଭାଵିକ ବର୍ଷା ୭୫୦.୮ ମିମି ଠାରୁ ୨୬% ପ୍ରତିଶତ କମ ବର୍ଷା ରେକର୍ଡ କରାଯାଇଛି । ସେହିପରି ୧ ଜୁନ ରୁ ୨୦ ଅଗଷ୍ଟ ୨୦୨୦ ମଧ୍ୟରେ ମାଲକାନଗିରି ଜିଲ୍ଲାରେ ସର୍ବାଧିକ ୧୩୩୯ .୦ ମିମି ଯାହା ସ୍ୱାଭାବିକ ବର୍ଷା ୮୮୮.୦ ମିମି ଠାରୁ ୫୦% ପ୍ରତିଶତ ଅଧିକ ରହିଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details