ଓଡିଶା

odisha

ଜୁନ ପହିଲାରୁ ଅଗଷ୍ଟ 19 ପର୍ଯ୍ୟନ୍ତ ରାଜ୍ୟରେ ବର୍ଷାର ସ୍ଥିତି

ମୌସୁମୀ ଆଗମନରୁ ଅଗଷ୍ଟ 19 ପର୍ଯ୍ୟନ୍ତ କଣ ରହିଛି ବର୍ଷାର ରେକର୍ଡ ଦେଖନ୍ତୁ ରିପୋର୍ଟ । ୧୯ ଅଗଷ୍ଟ ୨୦୨୦ ପର୍ଯ୍ୟନ୍ତ ଓଡ଼ିଶାରେ ସ୍ବାଭାବିକ ବର୍ଷା ଠାରୁ 7 % ପ୍ରତିଶତ କମ ହୋଇଛି । ମାଲକାନଗିରିରେ ହୋଇଛି 40 ପ୍ରତିଶତ ଅଧିକ ବର୍ଷା । ଅଧିକ ପଢନ୍ତୁ...

By

Published : Aug 19, 2020, 3:35 PM IST

Published : Aug 19, 2020, 3:35 PM IST

ଜୁନ ପହିଲାରୁ ଅଗଷ୍ଟ 19 ପର୍ଯ୍ୟନ୍ତ ରାଜ୍ୟରେ ବର୍ଷାର ସ୍ଥିତି
ଜୁନ ପହିଲାରୁ ଅଗଷ୍ଟ 19 ପର୍ଯ୍ୟନ୍ତ ରାଜ୍ୟରେ ବର୍ଷାର ସ୍ଥିତି

ଭୁବନେଶ୍ବର: ଚଳିତ ବର୍ଷ ଜୁନ ପହିଲାରୁ ଅଗଷ୍ଟ 19 ପର୍ଯ୍ୟନ୍ତ କଣ ରହିଛି ରାଜ୍ୟର ବର୍ଷାର ରେକର୍ଡ । ସାରା ରାଜ୍ୟରେ ୧୯ ଅଗଷ୍ଟ ପର୍ଯ୍ୟନ୍ତ ଦକ୍ଷିଣ-ପଶ୍ଚିମ ମୌସୁମୀର ବାୟୁ ପ୍ରବାହିତ ହୋଇଛି କିନ୍ତୁ ବର୍ଷାର ପରିମାଣ ପୂର୍ବ ବର୍ଷ ଅପେକ୍ଷା କମ ରହିଛି । ୧ ଜୁନରୁ ୧୯ ଅଗଷ୍ଟ ୨୦୨୦ ମଧ୍ୟରେ ଓଡ଼ିଶାରେ ୭୩୯.୭ ମିମି ବର୍ଷା ରେକର୍ଡ ହୋଇଛି, ଯାହା ସ୍ବାଭାବିକ ବର୍ଷା ୭୯୭.୯ ମିମି ଠାରୁ 7 % ପ୍ରତିଶତ କମ ରହିଛି ।

ଦେଖନ୍ତୁ ରାଜ୍ୟରେ ୧ ଜୁନରୁ ୧୯ ଅଗଷ୍ଟ ୨୦୨୦ ବର୍ଷାର ତଥ୍ୟ :-

1.ଓଡ଼ିଶାର ୪ଟି ଜିଲ୍ଲା ବାଲେଶ୍ବର (-୨୮%), ଖୋର୍ଦ୍ଧା (-୨୭%), ପୁରୀ (-୨୨%) , ଏବଂ ନବରଙ୍ଗପୁର(-୨୨%) ଠାରେ ସ୍ବାଭାବିକ ବର୍ଷା ଠାରୁ କମ ବର୍ଷା ରେକର୍ଡ କରାଯାଇଛି ।

2.ଓଡ଼ିଶାର ୨୫ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ରେକର୍ଡ କରାଯାଇଛି ।

3.ବାଲେଶ୍ବରରେ ୫୭୮.୧ ମିମି ଯାହା ସ୍ଵାଭାଵିକ ବର୍ଷା ୮୦୩.୫ ମିମି ଠାରୁ ୨୮% ପ୍ରତିଶତ କମ ବର୍ଷା ରେକର୍ଡ କରାଯାଇଛି ।

4.ଓଡ଼ିଶାର ଗୋଟିଏ ଜିଲ୍ଲା ମାଲକାନଗିରିରେ ସ୍ବାଭାବିକ ବର୍ଷା ଠାରୁ ୪୦% ପ୍ରତିଶତ ଅଧିକ ବର୍ଷା ରେକର୍ଡ କରାଯାଇଛି ।

5.ମାଲକାନଗିରି ଜିଲ୍ଲାରେ ସର୍ବାଧିକ ୧୨୩୦.୦ ମିମି ଯାହା ସ୍ବାଭାବିକ ବର୍ଷା ୮୭୮.୮ ମିମି ଠାରୁ ଅଧିକ ହୋଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ,ଇଟିଭି ଭାରତ

ABOUT THE AUTHOR

...view details