ଭୁବନେଶ୍ବର: ବସ୍ତି ପିଲାଙ୍କୁ ନେଇ ଚାଲିଛି ବିଜ୍ଞାନ ମେଳା । ରାଜଧାନୀରେ ଇଂରାଜୀ ମିଡିୟରେ ପଢୁଥିବା ପିଲାମାନେ ବିଜ୍ଞାନରେ ନିଜର ଜ୍ଞାନ ପ୍ରଦର୍ଶନ କରୁଥିବା ବେଳେ ବସ୍ତି ପିଲାଙ୍କୁ ନେଇ ଏଭଳି ଅଭିନବ ପ୍ରୟାସ କରିଛି ରାଜଧାନୀର ରୁଚିକା ସମାଜ ମଙ୍ଗଳ ସଂଗଠନ ।
ନୂଆ ବର୍ଷରେ ବସ୍ତି ପିଲାଙ୍କୁ ରାଜଧାନୀରେ ବିଜ୍ଞାନ ମେଳା ଭେଟି - SCIENCE EXHIBITION
ରାଜଧାନୀରେ ଇଂରାଜୀ ମିଡିୟରେ ପଢୁଥିବା ପିଲାମାନେ ବିଜ୍ଞାନରେ ନିଜର ଜ୍ଞାନ ପ୍ରଦର୍ଶନ କରୁଥିବା ବେଳେ ବସ୍ତି ପିଲାଙ୍କୁ ନେଇ ଏଭଳି ଅଭିନବ ପ୍ରୟାସ କରିଛି ରାଜଧାନୀର ରୁଚିକା ସମାଜ ମଙ୍ଗଳ ସଂଗଠନ ।
ଆଜିଠାରୁ ଦୁଇ ଦିନ ଧରି ଏହି କାର୍ଯ୍ୟକ୍ରମ ଭୁବନେଶ୍ୱର ସ୍ଥିତ ଓଲ୍ଡ ଟାଉନରେ ଚାଲିବ । ଭୁବନେଶ୍ୱରର ହାରାହାରି 70ଟି ବସ୍ତିରୁ ପ୍ରାୟ 150 ଶିଶୁ ବିଜ୍ଞାନୀ ନିଜର ପ୍ରକଳ୍ପ ପ୍ରଦର୍ଶନ କରିବେ । ସବୁଠାରୁ ବଡ଼ କଥା ହେଲା ଏହି ବିଜ୍ଞାନ ମେଳାରେ କୌଣସି ଶିଶୁଙ୍କୁ ପ୍ରଥମ ଦ୍ଵିତୀୟ ପୁରସ୍କାର ଦିଆନଯାଇ ସମସ୍ତ ଶିଶୁ ବୈଜ୍ଞାନିକଙ୍କୁ ଉପହାର ଓ ପୁରସ୍କାର ଦିଆଯିବ । ବସ୍ତିର ଶିଶୁମାନଙ୍କ ଭିତରେ ଅନେକ ଲୁକ୍କାୟିତ ପ୍ରତିଭା ରହିଛି । ଯାହାକୁ ଲୋକ ଲୋଚନକୁ ଆଣିବା ଦରକାର ବୋଲି ରୁଚିକା ସମାଜ ମଙ୍ଗଳ ସଂଗଠନର ପରିଚଳକ ପ୍ରକାଶ କରିଛନ୍ତି ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ