ଓଡିଶା

odisha

ETV Bharat / city

ରାଜଧାନୀରେ ଅଧା ସ୍କୁଲ ଖୋଲା, ଅଧା ବନ୍ଦ

ରାଜଧାନୀରେ ଅଧା ସ୍କୁଲ ଖୋଲା ଅଧା ସ୍କୁଲ ବନ୍ଦ । ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଚାଲୁଥିବାବେଳେ ଅନ୍ୟ ସମସ୍ତ କ୍ଲାସ ମଧ୍ୟ ବନ୍ଦ କରିଦିଆଯାଇଛି । ଅଧିକ ପଢନ୍ତୁ

ରାଜଧାନୀରେ ସ୍କୁଲ ଅଧା ଖୋଲା ଅଧା ବନ୍ଦ
ରାଜଧାନୀରେ ସ୍କୁଲ ଅଧା ଖୋଲା ଅଧା ବନ୍ଦ

By

Published : May 2, 2022, 6:06 PM IST

ଭୁବନେଶ୍ବର: ରାଜଧାନୀରେ ଅଧା ସ୍କୁଲ ଖୋଲା ଅଧା ସ୍କୁଲ ବନ୍ଦ । ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଚାଲୁଥିବାବେଳେ ଅନ୍ୟ ସମସ୍ତ କ୍ଲାସ ମଧ୍ୟ ବନ୍ଦ କରିଦିଆଯାଇଛି । ବିଭାଗର ନିର୍ଦ୍ଦେଶ ଅନୁଯାୟୀ, ଆଜି(ସୋମବାର) ସ୍କୁଲ ସକାଳ ୬ଟା ସମୟରେ ଖୋଲିବାର ଥିବା ବେଳେ ଦଶମ ବୋର୍ଡ ପରୀକ୍ଷା ମଧ୍ୟ ସେହି ସମୟରେ ଥିବାରୁ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ହୋଇଛି ବୋଲି ସ୍କୁଲ କର୍ତ୍ତୃପକ୍ଷ କହିଛନ୍ତି ।

ରାଜଧାନୀରେ ସ୍କୁଲ ଅଧା ଖୋଲା ଅଧା ବନ୍ଦ

ୟୁନିଟ ୧ ସ୍କୁଲର ଇନ୍‌ଚାର୍ଜ ଅଧିକାରୀ କହିଛନ୍ତି ଯେ, ‘‘ବର୍ତ୍ତମାନ ସମୟରେ ସ୍କୁଲରେ ଦଶମ ବୋର୍ଡ ପରୀକ୍ଷା ଚାଲୁ ରହିଛି । ଏହାସହ ସ୍କୁଲର ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ପରୀକ୍ଷା ଡ୍ୟୁଟିରେ ବାହାର ସ୍କୁଲକୁ ଯାଇଛନ୍ତି । ତେଣୁ ଅନ୍ୟ ସମସ୍ତ ଶ୍ରେଣୀର କ୍ଲାସ କରିବା କଷ୍ଟକର ହୋଇପଡିବ । ତେଣୁ ପରୀକ୍ଷା ସରିଲା ପରେ କିଛି ଶିକ୍ଷକ ଶିକ୍ଷୟିତ୍ରୀ ଅନଲାଇନ ମାଧ୍ୟମରେ କ୍ଲାସ କରାଉଛନ୍ତି ।’’

ଅନ୍ୟପଟେ ସିଧାସିଧା ସ୍କୁଲ କର୍ତ୍ତୃପକ୍ଷ କହିଛନ୍ତି ଯେ, ‘‘ପରୀକ୍ଷା ସରିଲା ପରେ ଅନ୍ୟ ପିଲାଙ୍କର ପାଠପଢ଼ା ଚାଲୁ ରହିବ । ଏହି ୭ ଦିନ ପର୍ଯ୍ୟନ୍ତ କୌଣସି ପିଲାଙ୍କୁ ମଧ୍ୟାହ୍ନ ଭୋଜର ବ୍ୟବସ୍ଥା କରାଯିବ ନାହିଁ କି ଶୁଖିଲା ଖାଦ୍ୟ ଦିଆଯିବ ନାହିଁ ।’’

ଏପଟେ ଆଜି ସ୍କୁଲ ଖୋଲା ରହିଥିବା ସମସ୍ତେ ସୂଚନା ପାଇଥିବାବେଳେ ଅନେକ ପିଲାଙ୍କୁ ସ୍କୁଲ ଛୁଟି ବୋଲି ଜଣାଇ ଦିଆଯାଇ ନାହିଁ । ଯାହାଫଳରେ ଅନେକ ପିଲା ସ୍କୁଲରୁ ଆସି ମଧ୍ୟ ଫେରିଛନ୍ତି । ଅନଲାଇନ ଠାରୁ ଅଫଲାଇନ ପାଠପଢ଼ା ଭଲ ବୋଲି କହିଛନ୍ତି ସ୍କୁଲ ଛାତ୍ର । ଏପଟେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ପାଇଁ ୫ ଦିନ ପର୍ଯ୍ୟନ୍ତ ଛୁଟି ରହିଥିଲା ସ୍କୁଲ ।

ତେବେ ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ, ସକାଳ ସମୟରେ ୩୩ ଡିଗ୍ରୀ ତାପମାତ୍ରା ରହୁଥିବା ବେଳେ ପିଲାମାନେ ଏହି ସମୟରେ ସ୍କୁଲ ଯାଇପାରିବେ ବୋଲି ସଚିବ ସୂଚନା ଦେଇଥିଲେ । ଆଗାମୀ ଦିନରେ ଖରାକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯିବ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details