ଓଡିଶା

odisha

ETV Bharat / city

ଖୋଲିଲା ସ୍କୁଲ ଓ କଲେଜ, ସମୀକ୍ଷା କଲେ ଗଣଶିକ୍ଷା ମନ୍ତ୍ରୀ - Education Minister reviewed

ଆଜି(ଶୁକ୍ରବାର) ଖୋଲିଛି ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ । ତେବେ ସ୍କୁଲ ଖୋଲିବା ପରେ ଏନେଇ ଆଜି ସମୀକ୍ଷା କରିବା ସହ ସ୍ଥିତି ପରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ।

ସମୀକ୍ଷା କଲେ ଗଣଶିକ୍ଷା ମନ୍ତ୍ରୀ
ସମୀକ୍ଷା କଲେ ଗଣଶିକ୍ଷା ମନ୍ତ୍ରୀ

By

Published : Jan 8, 2021, 1:10 PM IST

ଭୁବନେଶ୍ବର:କୋରୋନା ମହାମାରୀ ଯୋଗୁଁ ଦିର୍ଘ 9 ମାସର ବନ୍ଦ ପରେ ଆଜି(ଶୁକ୍ରବାର) ଖୋଲିଛି ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ । କୋଭିଡ ଗାଇଡଲାଇନ ଭିତରେ ସବୁ ସ୍କୁଲ ଓ କଲେଜ ଖୋଲିବାକୁ ଶିକ୍ଷା ବିଭାଗ ପୂର୍ବରୁ ନିଷ୍ପତ୍ତି ହୋଇଥିଲା । ତେବେ ସ୍କୁଲ ଖୋଲିବା ପରେ ଏନେଇ ଆଜି ସମୀକ୍ଷା କରିବା ସହ ସ୍ଥିତି ପରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ।

ସମୀକ୍ଷା କଲେ ଗଣଶିକ୍ଷା ମନ୍ତ୍ରୀ

ରାଜ୍ୟ ସରକାରଙ୍କର କୋଭିଡ ଗାଇଡ଼ଲାଇନକୁ ନେଇ ସ୍ଥିତି ସମୀକ୍ଷା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ଏନେଇ ମନ୍ତ୍ରୀ ରାଜଧାନୀର କଲେଜ ପରିଦର୍ଶନ କରିଛନ୍ତି। ସ୍କୁଲ ଓ କଲେଜ ଗୁଡିକରେ କିଭଳି କୋଭିଡ କଟକଣା ପାଳନ କରୁଛନ୍ତି କି ନାହିଁ, ସେନେଇ ସ୍ଥିତି ପରଖିଛନ୍ତି ମନ୍ତ୍ରୀ ।

ବିଜେବି କଲେଜ ସମୀକ୍ଷା ପରେ ରାଜଧାନୀର ଅନ୍ୟ କଲେଜ ସ୍କୁଲ ସମୀକ୍ଷା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ। ସେ କହିଛନ୍ତି ଯେ, କାହାକୁ ବାଧ୍ୟ କରାଯାଇ ନାହିଁ ସ୍କୁଲ ଓ କଲେଜ ଆସିବା ପାଇଁ ଅଭିଭାବକମାନଙ୍କର ଅନୁମତି କ୍ରମେ ସ୍କୁଲ ଓ କଲେଜକୁ ଛାତ୍ରଛାତ୍ରୀମାନେ ଆସିପାରିବେ ।

ଅନଲାଇନରେ ପାଠପଢ଼ା ହୋଇଥିଲା ଯଦି କୋର୍ସ ସରି ନଥିବ । ତେବେ ସ୍କୁଲ ଓ କଲେଜରେ ଅଫଲାଇନ ମାଧ୍ୟମରେ ପାଠ ପଢ଼ାଯିବ । ନୋଡାଲ ଅଫିସରମାନେ ସମସ୍ତ ବ୍ଲକସ୍ତରୀୟ ସ୍କୁଲକୁ ମଧ୍ୟ ପରିଦର୍ଶନ କରିଛନ୍ତି। ଯଦି ଛାତ୍ରଛାତ୍ରୀଙ୍କର ଜରୁରୀକାଳୀନ ଭାବେ ସ୍ବାସ୍ଥ୍ୟ ଖରାପ ହୁଏ ତେବେ ଆଇସୋଲେସନରେ ରହିପାରିବେ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details