ଓଡିଶା

odisha

By

Published : Nov 6, 2020, 8:22 PM IST

ETV Bharat / city

ଏବର୍ଷ ସ୍କୁଲ ଯିବେନି ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ନାହିଁ ଛୁଟି

ଡିସେମ୍ବର ଯାଏ ସମସ୍ତ ସ୍କୁଲ ଛୁଟି ଘୋଷଣା କଲା ବିଭାଗ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବିଜ୍ଞପ୍ତି ଜାରି କରିଛି । ଶିକ୍ଷକ ଶିକ୍ଷୟତ୍ରୀ ଯିବେ ସ୍କୁଲ ଓ ଛାତ୍ର ଛାତ୍ରୀଙ୍କୁ ଅନଲାଇନ ମାଧ୍ୟମରେ ଦେବେ ଶିକ୍ଷା । ଅଧିକ ପଢନ୍ତୁ...

ଡିସେମ୍ବର ଯାଏ ସ୍କୁଲ ଛୁଟି, ଶିକ୍ଷକ ଶିକ୍ଷୟତ୍ରୀ ଯିବେ ସ୍କୁଲ
ଡିସେମ୍ବର ଯାଏ ସ୍କୁଲ ଛୁଟି, ଶିକ୍ଷକ ଶିକ୍ଷୟତ୍ରୀ ଯିବେ ସ୍କୁଲ

ଭୁବନେଶ୍ବର: ଗଣଶିକ୍ଷା ବିଭାଗର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି। ଡିସେମ୍ବର ଯାଏ ସମସ୍ତ ସ୍କୁଲ ଛୁଟି ଘୋଷଣା କଲା ବିଭାଗ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବିଜ୍ଞପ୍ତି ଜାରି କରିଛି ।

ଡିସେମ୍ବର 31 ଯାଏ ସ୍କୁଲ ଛୁଟି, ଶିକ୍ଷକ ଶିକ୍ଷୟତ୍ରୀ ଯିବେ ସ୍କୁଲ

ଡିସେମ୍ବରରେ କୋରୋନାର ଦ୍ବିତୀୟ ପର୍ଯ୍ୟାୟକୁ ଆଶଙ୍କା କରି ସରକାର ଆସନ୍ତା ଡିସେମ୍ବର 31 ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍କୁଲ ଛୁଟି ଘୋଷଣା କରିଛନ୍ତି । ଏହା କେବଳ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଲାଗୁ କରାଯାଇଛି । ତେବେ ଶିକ୍ଷକ ଶିକ୍ଷୟତ୍ରୀ ପାଇଁ ଏହା ଲାଗୁ କରାଯାଇନାହିଁ । ଏହା ବ୍ୟତିତ ଅନ୍ୟ ନନଟିଚିଙ୍ଗ କର୍ମଚାରୀ ମଧ୍ୟ କାର୍ଯ୍ୟରେ ଯୋଗ ଦେବେ । ଏହି ସମୟରେ ବିଦ୍ୟାଳୟର ସମସ୍ତ ପ୍ରଶାସନିକ କାର୍ଯ୍ୟ କରାଯିବା ପାଇଁ କୁହାଯାଇଛି । ଛାତ୍ରଛାତ୍ରୀ ମାନଙ୍କୁ ଅନଲାଇନ ମାଧ୍ୟମରେ ପଢାଇବାର ବ୍ୟବସ୍ଥା କରିବା । କୋରୋନା ଗାଇଡଲାଇନ ଅନୁସାରେ କାର୍ଯ୍ୟ କରିବା ପାଇଁ କୁହାଯାଇଛି ।

ସୂଚନାଯୋଗ୍ୟ,ପୂର୍ବରୁ ନଭେମ୍ବର ମାସରେ ସ୍କୁଲ ଖୋଲିବା ନେଇ ଗଣଶିକ୍ଷା ମନ୍ତ୍ରୀ ଘୋଷଣା କରିଥିଲେ । ତେବେ ସ୍କୁଲ ଶିକ୍ଷା ସହ ଜଡିତ 5 ଅଂଶୀଦାରଙ୍କ ଠାରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆଲୋଚନା କରିବା ପରେ ଚଳିତ ମାସ ସ୍କୁଲରେ ଖୋଲିବା ନିଷ୍ପତ୍ତି ନିଆଯାଇଥିଲେ । କେବଳ ନବମରୁ ଦ୍ବାଦଶ ଶ୍ରେଣୀ ପିଲାଙ୍କୁ ଶ୍ରେଣୀ ଶିକ୍ଷା ଆହରଣ ପାଇଁ ଅନୁମତି ଦିଆଯାଇଥିଲା । ତେବେ ଆନ୍ଧ୍ରପ୍ରଦେଶରେ ନଭେମ୍ବର 2ରେ ସ୍କୁଲ ଖୋଲିବା ପରେ 162 ଛାତ୍ରଛାତ୍ରୀ ଓ 160 ଜଣ ଶିକ୍ଷକ ଆକ୍ରାନ୍ତ ସରକାରଙ୍କ ଚିନ୍ତା ବଢାଇଛି । ଏପରି ସ୍ଥିତିକୁ ଦେଖି ଏହି ନିଷ୍ପତ୍ତିକୁ ପୁଣି ଥରେ ପରିବର୍ତ୍ତନ କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ।

ବୁଧବାର ସନ୍ଧ୍ୟାରେ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡିସେମ୍ବରରେ କୋରୋନା ସଂକ୍ରମଣର ଦ୍ବିତୀୟ ଲହରୀ ସୃଷ୍ଟି ହେବା ନେଇ ସତର୍କ କରାଯାଇଥିଲେ । ଯାହାକୁ ନେଇ ଅଭିଭାବକ ଚିନ୍ତାରେ ପଡିଯାଇଥିଲେ । ଏହା ପରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଗଣଶିକ୍ଷା ବିଭାଗ ସ୍କୁଲ ଖୋଲିବା ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details