କଂଗ୍ରେସର ବନ୍ଦ ଡାକରା, 2 ଦିନ ବନ୍ଦ ରହିବ ସ୍କୁଲ - ଭୁବନେଶ୍ବର

14:11 February 14
ଆସନ୍ତା 2 ଦିନ ବନ୍ଦ ରହିବ ସ୍କୁଲ
ଭୁବନେଶ୍ବର: ଆସନ୍ତା ସୋମବାର ଓ ମଙ୍ଗଳବାର 2 ଦିନ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍କୁଲ ବନ୍ଦ ରହିବ। ଏନେଇ ସୂଚନା ଦେଇଛନ୍ତି ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ। ଆସନ୍ତା ଦୁଇ ଦିନ ଧରି ବନ୍ଦ ରହିବ ରାଜ୍ୟର ସମସ୍ତ ସୁଲ। ଏହାସହ ଏକାଦଶ ଓ ଦ୍ବାଦଶ ସ୍କୁଲ ମଧ୍ୟ ବନ୍ଦ ରହିବ । ସୋମବାର କଂଗ୍ରେସ ଓଡିଶା ବନ୍ଦ ଡାକରା ଦେଇଥିବା ବେଳେ 1ଟା ସମୟ ପରେ ସ୍କୁଲ ଖୋଲିବା ସମ୍ଭବ ପର ନୁହେଁ ତେଣୁ ସୋମବାର ସ୍କୁଲ ବନ୍ଦ ରହିବ।
ଏହାବ୍ୟତିତ ମଙ୍ଗଳବାର ସରସ୍ବତୀ ପୂଜା ରହୁଛି ତେଣୁ ରାଜ୍ୟରେ ସମସ୍ତ ସ୍କୁଲ ବନ୍ଦ ରହିବ । ପିଲାଙ୍କ ସୁରକ୍ଷା ଦୃଷ୍ଟିରୁ ଦୁଇ ଦିନ ଧରି ବନ୍ଦ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ଗଣ ଶିକ୍ଷାମନ୍ତ୍ରୀ ସମୀର ଦାସ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ