ଓଡିଶା

odisha

ETV Bharat / city

କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ସିଲ ହେଲା ସ୍କୁଲ - school was sealed on charges of covid guidelines violation

କୋଭିଡ ନିୟମ ଉଲଘଂନ କରିଥିବା ଅଭିଯୋଗରେ ସିଲ ହେଲା ସ୍କୁଲ । ବଏସସି ପକ୍ଷରୁ କରାଯାଇଥିଲା ଚଢାଉ । ରାଜଧାନୀରୁ ଆସିଛି ଅଭିଯୋଗ । ଅଧିକ ପଢନ୍ତୁ...

school was sealed on charges of covid guidelines violation
କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ସିଲ ହେଲା ସ୍କୁଲ

By

Published : Dec 1, 2020, 3:37 PM IST

Updated : Dec 1, 2020, 5:42 PM IST

ଭୁବନେଶ୍ବର: କୋଭିଡ ନିୟମ ଉଲଘଂନ କରିଥିବା ଅଭିଯୋଗରେ ସିଲ ହେଲା ସ୍କୁଲ । ଏଭଳି ଘଟଣା ଦେଖିବାକୁ ମିଳିଛି ଖୋଦ ରାଜଧାନୀରେ । ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍କୁଲ ଓ କଲେଜକୁ ବନ୍ଦ କରି ଦିଆଯାଇଛି। ହେଲେ ମଙ୍ଗଳବାର ଭୁବନେଶ୍ବର ଚିନ୍ତାମଣିଶ୍ବର ଅଞ୍ଚଳରେ ଏକ ଘରୋଇ ସ୍କୁଲରେ ପିଲା ପାଠ ପଢିବା ସମୟରେ ବିଏମସି ପକ୍ଷରୁ ଚଢ଼ାଉ କରଯାଉଥିଲା । କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ସେହି ସ୍କଲକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସିଲ କରିଦିଆଯାଇଛି।

କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ସିଲ ହେଲା ସ୍କୁଲ
କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ସିଲ ହେଲା ସ୍କୁଲ

ସ୍କୁଲରେ ଅଫଲାଇନ କ୍ଲାସ ସହ ପରୀକ୍ଷା ଚାଲିଥିବା ବେଳେ ଧରିଲା ବିଏମସି ସ୍ବାର୍ଡ। ପାଖାପାଖି ୨୦ରୁ ଅଧିକ ଛାତ୍ରଛାତ୍ରୀ ଅଫଲାଇନ କ୍ଲାସ କରୁଥିଲେ । ଆଉ କିଛି ଛାତ୍ରଛାତ୍ରୀ ପରୀକ୍ଷା ମଧ୍ୟ ଦେଉଥିଲେ। କୋଭିଡ ନିୟମ ଉଲ୍ଲଂଘନ ହେତୁ ବିଏମସି ପକ୍ଷରୁ ସ୍କଲକୁ ସିଲ କରିଦିଆଯାଇଛି। ଅନ୍ୟପକ୍ଷରେ ରାଜ୍ୟରେ ସ୍କୁଲ କଲେଜ କୋଭିଡ କଟକଣା ଯୋଗୁ ଦୀର୍ଘ ୧୦ ମାସ ହେବ ବନ୍ଦ ରହିଛି। ବିଭିନ୍ନ ସ୍କୁଲରେ ଅନଲାଇନରେ ପାଠ ପଢା ଜାରି ରହିଛି।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : Dec 1, 2020, 5:42 PM IST

ABOUT THE AUTHOR

...view details