ଭୁବନେଶ୍ବର: ରାଜ୍ୟରେ କ୍ରମାଗତ ଭାବେ ବଢି ଚାଲିଛି ଗ୍ରୀଷ୍ମପ୍ରବାହ । ପୂର୍ବାହ୍ନ 11ଟା ପରେ ଘରୁ ବାହାରିବା ଏକ ପ୍ରକାର ମୁସ୍କିଲ । ଏହାକୁ ଦୃଷ୍ଟିରେ ରଖି ଗଣଶିକ୍ଷା ବିଭାଗ ଶୁକ୍ରବାର ନେଇଛି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଖରାର ପ୍ରକୋପ ବୃଦ୍ଧିକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ପାଇଁ ସକାଳୁଆ ସ୍କୁଲ ଯିବା ନେଇ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ମାର୍ଚ୍ଚ 1ରୁ ସକାଳ 7 ରୁ ଛାତ୍ରଛାତ୍ରୀ ସ୍କୁଲ ଯିବା ନେଇ ନିଷ୍ପତ୍ତି ନେଇଛି ବିଭାଗ । ଏନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ଅତିରିକ୍ତ ସଚିବ ପ୍ରତାପ କୁମାର ମିଶ୍ର ।
ବଦଳିଲା ଛାତ୍ରଛାତ୍ରୀଙ୍କ ସ୍କୁଲ ଯିବା ସମୟ
ଖରାର ପ୍ରକୋପ ବୃଦ୍ଧିକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ପାଇଁ ସକାଳୁଆ ସ୍କୁଲ ଯିବା ନେଇ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ମାର୍ଚ୍ଚ 1ରୁ ସକାଳ 7 ରୁ ଛାତ୍ରଛାତ୍ରୀ ସ୍କୁଲ ଯିବା ନେଇ ନିଷ୍ପତ୍ତି ନେଇଛି ବିଭାଗ । ଏନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ଅତିରିକ୍ତ ସଚିବ ପ୍ରତାପ କୁମାର ମିଶ୍ର । ଅଧିକ ପଢନ୍ତୁ...
ମାର୍ଚ୍ଚ 1ରୁ ନବମ ଓ ଏକାଦଶ ଶ୍ରେଣୀର କ୍ଲାସ ସକାଳ 7ରୁ 9 ଟା ଯାଏଁ ଚାଲିବ । ପୂର୍ବରୁ ଏହି କ୍ଲାସ 8.30 ରୁ 10 ଯାଏଁ ଚାଲୁଥିଲା । ସେହିପରି ଦଶମ ଓ ଦ୍ୱାଦଶ ଶ୍ରେଣୀ କ୍ଲାସର ସମୟ ପରିବର୍ତ୍ତନ କରିଛି ବିଭାଗ । ଦଶମ ଓ ଦ୍ୱାଦଶ ଶ୍ରେଣୀର ପାଠପଢ଼ା ଏଣିକି ପୂର୍ବାହ୍ନ 9ଟାରୁ ଅପରାହ୍ନ 1ଟା ଯାଏଁ ଚାଲିବ । ପୂର୍ବରୁ ଏହି ଶ୍ରେଣୀର କ୍ଲାସ ପୂର୍ବାହ୍ନ 11ରୁ ଅପରାହ୍ନ 4 ଟା ଯାଏଁ ଚାଲୁଥିଲା ।
ସମସ୍ତ ବିଦ୍ୟାଳୟରେ ନିରାପଦ ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା କରିବା ଲାଗି ବିଭାଗ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ପରାମର୍ଶ ଦିଆଯାଇଛି । ଏଥିସହ ସ୍କୁଲରେ ପର୍ଯ୍ୟାପ୍ତ ପରିମାଣର ORS ଗଚ୍ଛିତ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ଯାହା ଆବଶ୍ୟକ ସମୟରେ ଛାତ୍ର ଏବଂ କର୍ମଚାରୀଙ୍କୁ ପ୍ରଦାନ କରାଯାଇପାରିବ । ଆବଶ୍ୟକ ସ୍ଥଳେ ଛାତ୍ରଛାତ୍ରୀ, ଶିକ୍ଷକ ଓ କର୍ମଚାରୀଙ୍କ ପରିବହନ ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି । ପିଲାମାନଙ୍କୁ ପାଣି ବୋତଲ ଦେବାକୁ ଅଭିଭାବକମାନଙ୍କୁ ପରାମର୍ଶ ଦିଆଯାଇଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ