ଭୁବନେଶ୍ବର: ଅନଲକ -6 ପର୍ଯ୍ୟାୟରେ ଖୋଲିବ ସ୍କୁଲ । ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଛି ଅନଲକ-6 ର ଗାଇଡଲାଇନ ହୋଇଛି । ଏହି ନିୟମ ନଭେମ୍ବର ମାସ ପାଇଁ ଲାଗୁ ହେବ ।
ରାଜ୍ୟରେ ନଭେମ୍ବର 16ରୁ ସ୍କୁଲ ଖୋଲିବ । କେବଳ ନବମରୁ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଖୋଲିବାକୁ ଅନୁମତି ଦିଆଯାଇଛି । ଅନ୍ୟ ଶ୍ରେଣୀର ପିଲାଙ୍କ ପାଇଁ ନଭେମ୍ବର 30 ଯାଏଁ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ସ୍କୁଲ ଓ ଗଣଶିକ୍ଷା ବିଭାଗର ନୂଆ ଏସଓପି ଅନୁସାରେ ସ୍କୁଲ ଖୋଲିବାକୁ ଅନୁମତି। ଏନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସ୍ପଷ୍ଟ କରିବା ପରେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ।